ETV Bharat / bharat

'ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଡ୍ରୋନ ବ୍ୟବହାର କରୁଛି ପାକିସ୍ତାନ' - ବିସ୍ଫୋରଣ

ଜମ୍ମୁର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବିସ୍ଫୋରଣ ଘଟାଇବା ପାଇଁ ଯୋଜନା କରୁଛି ଆତଙ୍କବାଦୀ ସଙ୍ଗଠନ । ଏଥିଲାଗି ପାକିସ୍ତାନ ଡ୍ରୋନ ଯୋଗେ ଏହି ଆତଙ୍କବାଦୀଙ୍କୁ ବିସ୍ଫୋରକ ସାମଗ୍ରୀ ଯୋଗାଉଛି ବୋଲି କହିଛନ୍ତି ଜମ୍ମୁ-କାଶ୍ମୀର ପୋଲିସ ମୁଖ୍ୟ ଦିଲବାଗ ସିଂ । ଅଧିକ ପଢନ୍ତୁ...

'ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଡ୍ରୋନ ବ୍ୟବହାର କରୁଛି ପାକିସ୍ତାନ'

author img

By

Published : Jul 25, 2021, 6:35 PM IST

ଶ୍ରୀନଗର: ଭାରତ-ପାକିସ୍ତାନ ସୀମାରେ ଡ୍ରୋନ୍ ଯୋଗେ ଜମ୍ମୁକୁ ଜୁଲାଇ 23 ତାରିଖରେ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ (IED)କୁ ପଠାଯାଇଛି । ଜମ୍ମୁର ଏକ ଜନଗହଳିପୂର୍ଣ୍ଣ ବଜାରରେ କିଛି ଧମାକା ପାଇଁ ଏହା କରାଯାଇଥିଲା । ତେବେ ଏଥିରୁ ଜଣାପଡୁଛି ଫେବୃଆରୀ ଅସ୍ତ୍ରବିରତି ଚୁକ୍ତି ସତ୍ତ୍ବେ ପାକିସ୍ତାନ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀକୁ ଅସ୍ତ୍ରଶସ୍ତ୍ର ଡ୍ରୋନ ମାଧ୍ୟମରେ ଯୋଗାଉଛି ବୋଲି ଜମ୍ମୁ-କାଶ୍ମୀର ପୋଲିସ ମୁଖ୍ୟ ଦିଲବାଗ ସିଂ ରବିବାର କହିଛନ୍ତି ।

ପୋଲିସ ତଥା ଅନ୍ୟ ସୁରକ୍ଷା ଏଜେନ୍ସିମାନେ ଆତଙ୍କବାଦୀ ସଙ୍ଗଠନର କିଛି ଓଭର ଗ୍ରାଉଣ୍ଟ କର୍ମୀ(OGWs)ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଫଳରେ ଲଶ୍କର-ଇ-ତୋଇବା(LeT) ଓ ଜୈଶ-ଇ-ମହମ୍ମଦ(JeM) ଭଳି ଆତଙ୍କବାଦୀ ସଙ୍ଗଠନ ନିକଟରେ ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ପରିମାଣ କମିଯାଇଛି । ଏଥିଲାଗି ଆତଙ୍କବାଦୀଙ୍କ ଦାବି ଅନୁଯାୟୀ ପାକିସ୍ତାନ ଡ୍ରୋନ ମାଧ୍ୟମରେ ଜମ୍ମୁରେ ଥିବା ଆତଙ୍କବାଦୀଙ୍କ ନିକଟକୁ ଡ୍ରୋନ ପଠାଉଛି ବୋଲି ୧୯୮୭ ମସିହାର ଏହି IPS ଅଫିସର କହିଛନ୍ତି ।

ଗତ ଜୁଲାଇ ୨୩ ତାରିଖରେ ସୀମାବର୍ତ୍ତୀ ଅଞ୍ଚଳ ସମେତ ଜମ୍ମୁର କନାଛକ ଅଞ୍ଚଳରେ ଏକ ହେକ୍ସାକପ୍ଟର ଡ୍ରୋନକୁ ଠାବ କରିଥିଲା । ଏଥିରେ ୫ କିଲୋଗ୍ରାମର IED ବୋମାକୁ ଜବତ କରାଯାଇଥିଲା । ଜମ୍ମୁରେ ବିସ୍ଫୋରଣ ଘଟାଇ ଅନେକ ଲୋକଙ୍କୁ ମାରିବା ପାଇଁ ଯୋଜନା କରୁଛି ଜେଶ-ଇ-ମହମ୍ମଦ । ଏଥିଲାଗି ଏହି ବୋମା ମଗାଯାଇଛି ବୋଲି ସେ କହିଛନ୍ତି ।

ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିନାମା ସ୍ବାକ୍ଷର ହେବା ପରେ ମଧ୍ୟ ଏଭଳି ବିସ୍ଫୋରଣ ଘଟାଇବା ପାଇଁ ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନକୁ ସାହାଯ୍ୟ କରୁଛି । ଡ୍ରୋନ ମାଧ୍ୟମରେ ଏଭଳି ବିସ୍ଫୋରକ ସାମଗ୍ରୀ ଜମ୍ମୁ ଅଞ୍ଚଳକୁ ପଠାଇଲେ ସୁରକ୍ଷାକର୍ମୀ, ଇଣ୍ଟେଲିଜେନ୍ସି ଏଜେନ୍ସି ଏହାକୁ ତୁରନ୍ତ ଠାବ କରିପାରିବେ ବୋଲି ସେ କହି ନିଜର ଖୁସିବ୍ୟକ୍ତ କରିଛନ୍ତି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.