ETV Bharat / bharat

ଓ୍ବାଘା ବର୍ଡରରେ ଭାରତୀୟ ସେନାଙ୍କୁ ମିଠା ଖୁଆଇଲେ ପାକ ସେନା

ଆସନ୍ତାକାଲି ଭାରତ ପାଳିବ ୭୫ତମ ସ୍ବାଧୀନତା ଦିବସ । କୋରୋନା କାଳରେ ବି ଜୋରଦାର ଚାଲିଛି ପ୍ରସ୍ତୁତି କାର୍ଯ୍ୟ। କିନ୍ତୁ ଆଜି ପାକିସ୍ତାନ ପାଳୁଛି ସ୍ବାଧୀନତା ଦିବସ । ଅଧିକ ପଢନ୍ତୁ...

ଅଟାରୀ ଓ୍ବାଘା ବର୍ଡରରେ ଭାରତୀୟ ସେନାଙ୍କୁ ମିଠା ଖୁଆଇଲେ ପାକ ସେନା

author img

By

Published : Aug 14, 2021, 2:58 PM IST

ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ପାଳିବ ୭୫ତମ ସ୍ବାଧୀନତା ଦିବସ । ଏନେଇ ଉତ୍ସବମୁଖର ହୋଇପଡିଛି ସାରା ଭାରତ । କୋରୋନା କାଳରେ ବି ଜୋରଦାର ଚାଲିଛି ପ୍ରସ୍ତୁତି କାର୍ଯ୍ୟ । କିନ୍ତୁ ଆଜି ପାକିସ୍ତାନ ପାଳୁଛି ସ୍ବାଧୀନତା ଦିବସ। ଏ ଅବସରରେ ପାକିସ୍ତାନର ବର୍ଡରରେ ନିୟୋଜିତ ଥିବା ସୈନ୍ୟମାନେ ମଧ୍ଯ ବେଶ ଧୁମଧାମରେ ଦେଶର ସ୍ବାଧୀନତା ଦିବସକୁ ପାଳନ କରିଛନ୍ତି । ବର୍ତ୍ତମାନ ମହାମାରୀର ପ୍ରଭାବ କମିଥିବାରୁ ଅଟାରୀ ଓ୍ବାଘା ବର୍ଡରରେ ଭାରତର ଯବାନଙ୍କୁ ମିଠା ଦେଇ ବନ୍ଧୁତାକୁ ମଜବୁତ କରିଛନ୍ତି ପାକ ସେନା ।

ଅଟାରୀ ଓ୍ବାଘା ବର୍ଡରରେ ଭାରତୀୟ ସେନାଙ୍କୁ ମିଠା ଖୁଆଇଲେ ପାକ ସେନା

ଏହି ଅବସରରେ ପାକିସ୍ତାନ ରେଞ୍ଜରର ୱିଙ୍ଗ କମାଣ୍ଡର ମହମ୍ମଦ ହାସନ ବିଏସଏଫ କମାଣ୍ଡାଣ୍ଟ ଜସବୀର ସିଂଙ୍କୁ ମିଠା ଦେଇଥିଲେ । ହାତ ମିଳାଇ ପରସ୍ପରକୁ ଜଣାଇଛନ୍ତି ସ୍ୱାଧୀନତା ଦିବସର ଶୁଭେଚ୍ଛା । ଏହି ଅବସରରେ ବିଏସଏଫ ଏବଂ ପାକିସ୍ତାନ ମଧ୍ୟରେ ଏଭଳି ଏକ ପ୍ରଥା ଦୀର୍ଘ ଦିନ ଧରି ଚାଲିଆସୁଛି । ଯାହା ଦୁଇ ଦେଶର ଶତ୍ରୁତାକୁ କମାଇବାରେ ସହାୟକ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.