ETV Bharat / bharat

ଗିଲାନୀଙ୍କୁ କାଶ୍ମୀର ସ୍ବାଧୀନତା ସଂଗ୍ରାମୀ ଘୋଷଣା କଲା ପାକିସ୍ତାନ, ପାଳିବ ରାଷ୍ଟ୍ରୀୟ ଶୋକ

author img

By

Published : Sep 2, 2021, 4:32 PM IST

କାଶ୍ମୀରର ବିଚ୍ଛିନ୍ନାତାବାଦୀ ନେତା ତଥା ହୁରିୟତ କନ୍ଫରେନ୍ସ ନେତା ସୟଦ ଅଲ୍ଲୀ ଶାହ ଗିଲାନୀଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳିବ ପାକିସ୍ତାନ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୂଚନା । ଅଧିକ ପଢନ୍ତୁ...

ବିଚ୍ଛିନ୍ନତାବାଦୀ ନେତା ଗିଲାନୀଙ୍କୁ କାଶ୍ମୀର ସ୍ବାଧୀନତା ସଂଗ୍ରାମୀ ଘୋଷଣା କଲା ପାକିସ୍ତାନ, ପାଳନ ହେବ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ: କାଶ୍ମୀରର ବିଚ୍ଛିନ୍ନାତାବାଦୀ ନେତା ତଥା ହୁରିୟାତ କନ୍ଫରେନ୍ସ ନେତା ସୟଦ ଅଲ୍ଲୀ ଶାହ ଗିଲାନୀଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳିବ ପାକିସ୍ତାନ । ଗିଲାନୀକୁ କାଶ୍ମୀର ସ୍ବାଧୀନତା ଆନ୍ଦୋଳନର ସଂଗ୍ରାମୀ ବିବେଚନା କରି ପାକିସ୍ତାନରେ ଏକ ଦିବସୀୟ ରାଷ୍ଟ୍ରୀୟ ଶୋକ ପାଳନ ସହ ରାଷ୍ଟ୍ରୀୟ ପତାକା ଅର୍ଦ୍ଧନମିତ ହୋଇ ରଖାଯିବ । ଏନେଇ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟ୍ବିଟ ଯୋଗେ ଘୋଷଣା କରିଥିବା ଦେଖିବାକୁ ମିଳିଛି ।

ଇମ୍ରାନ ଟ୍ବିଟରେ ଲେଖିଛନ୍ତି ଗିଲାନୀ କାଶ୍ମୀର ସ୍ବାଧୀନତା ପାଇଁ ଲଢୁଥିଲେ । କାଶ୍ମୀରବାସୀଙ୍କ ସ୍ବାଧୀନତା ଓ ଅଧିକାର ପାଇଁ ସେ ବହୁ ଯାତନା ସହିଛନ୍ତି। ଭାରତୀୟ କର୍ତ୍ତୁପକ୍ଷଙ୍କ ଦ୍ବାରା ତାଙ୍କ ଉପରେ ବହୁବାର ଜୁଲମ ଓ ନିର୍ଯାତନା ଦିଆଯାଇଥିବା ମଧ୍ୟ ପାକ ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା କହିବା ସହ ଗିଲାନୀଙ୍କ ଭାରତ ବିରୋଧୀ ସ୍ଲୋଗାନକୁ ‘ହମ ପାକିସ୍ତାନୀ ହେଁ ଔର ପାକିସ୍ତାନ ହାମାର ହୈ ’ ଉକ୍ତିକୁ ମଧ୍ୟ ପାକ ପ୍ରଧାନମନ୍ତ୍ରୀ ଟ୍ବିଟ କରିଥିବା ଦେଖିବାକୁ ମିଳିଛି । କାଶ୍ମୀର ପାଇଁ ଏହି ପ୍ରକାର ଆନ୍ଦୋଳନକୁ ସ୍ୟାଲୁଟ କରୁଛୁ ବୋଲି କହିଛନ୍ତି ଇମ୍ରାନ ।

  • Deeply saddened to learn of the passing of Kashmiri freedom fighter Syed Ali Geelani who struggled all his life for his people & their right to self determination. He suffered incarceration & torture by the Occupying Indian state but remained resolute.

    — Imran Khan (@ImranKhanPTI) September 1, 2021 " class="align-text-top noRightClick twitterSection" data=" ">

ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ଗତ 10 ବର୍ଷ ଧରି ଗୃହବନ୍ଦୀ ଥିବା ଗିଲାନୀ ଶ୍ରୀନଗରରେ ଥିବା ତାଙ୍କ ବାସଭବନର ଆଜି (ଗୁରୁବାର) ଶେଷ ନିଶ୍ବାସା ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ହୋଇଥିଲା । ଗିଲାନି 29 ସେପ୍ଟେମ୍ବର 1929ରେ ଉତ୍ତର କାଶ୍ମୀରର ସୋପୋରର ଜୁରିମାନଜ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଏବଂ ଧାର୍ମିକ ସଂଗଠନ ଜମାତ-ଇସଲାମି ସହିତ ଜଡିତ ଥିଲେ । ସେ ଜାମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦୀ ସମର୍ଥକ ଦଳର ଏକ ସଂଗଠନ ଅଲ ପାର୍ଟି ହୁରିୟତ ସମ୍ମିଳନୀ (APHC)ର ମୁଖ୍ୟ ତଥା ଅଧ୍ୟକ୍ଷ ମଧ୍ୟ ରହିଥିଲେ ।

ଭାରତ ବିରୋଧୀ ଓ ପାକିସ୍ତାନ ସମର୍ଥିତ ବୟାନ ଓ କାର୍ଯ୍ୟକଳାପ ପାଇଁ ସେ ଏକାଧିକ ଥର ଗିରଫ ମଧ୍ୟ ହୋଇଥିଲେ । 2019 ମସିହାରେ କାଶ୍ମୀରରୁ ଧାରା 370 ପ୍ରତ୍ୟାହାର ହେବା ପରେ ଗିଲାନୀ APHCର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।

ତାଙ୍କ ମୃତ୍ୟୁରେ କାଶ୍ମୀରର ବିଚ୍ଛିନ୍ନତାବାଦୀମାନେ ଶୋକ ପ୍ରକାଶ କରିଥିବା ଦେଖିବାକୁ ମିଳିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.