ETV Bharat / bharat

ହଠାତ୍ ମୋଦିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ - flood in Pakistan

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫ (Pakistan PM Shehbaz Sharif thanks PM Narendra Modi )। ବନ୍ୟା କ୍ଷୟକ୍ଷତି ନେଇ ଦୁଖଃ ପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ ମୋଦି । ବନ୍ୟାରେ ପ୍ରଭାବିତ ହୋଇଛନ୍ତି ଏକ ସତାଂଶ ପାକିସ୍ତାନୀ । ଏବେବି ସ୍ଥିତି ଗମ୍ଭୀର । ଅଧିକ ପଢନ୍ତୁ

ମୋଦିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଧନ୍ୟବାଦ, ବନ୍ୟା କ୍ଷୟକ୍ଷତିରେ ସମବେଦନା ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Aug 31, 2022, 10:00 PM IST

ନୂଆଦିଲ୍ଲୀ: ପାକିସ୍ତାନରେ ଦେଖିବାକୁ ମିଳିଥିବା ପ୍ରବଳ ବନ୍ୟାରେ ବ୍ୟାପକ ଧନ ଜୀବନ କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମବଦନ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫ । ସରିଫ ଆଜି ଟ୍ବିଟ କରି ମୋଦିଙ୍କୁ ଏହି ଧନ୍ୟବାଦ ଜଣାଇଛନ୍ତି (Pakistan PM Shehbaz Sharif thanks PM Narendra Modi) । ପାକିସ୍ତାନରେ ଲୋକଙ୍କ ପାଖରେ ବିପଦକୁ ସହ୍ୟ କରିବାର କ୍ଷମତା ରହିଛି । ସେମାନେ ଏହି ପ୍ରାକୃତିକ ବିପର୍ଯ୍ୟର ସାମ୍ନା କରିବେ ଓ ଏହି ପ୍ରତିକୂଳ ସ୍ଥିତିରେ ମଧ୍ୟ ଛିଡା ହୋଇ ପୁଣି ଥରେ ପାକିସ୍ତାନକୁ ଗଠନ କରିବେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି ।

  • Pakistan PM Shehbaz Sharif thanks PM Narendra Modi "for condolences over human& material losses caused by floods. With their characteristic resilience the people of Pakistan shall, InshaAllah, overcome adverse effects of this natural calamity & rebuild their lives & communities." https://t.co/pwBNfixxWp pic.twitter.com/lkeUYkLHsS

    — ANI (@ANI) August 31, 2022 " class="align-text-top noRightClick twitterSection" data=" ">

ପାକିସ୍ତାନରେ ପ୍ରବଳ ବନ୍ୟା ସ୍ଥିତି ଲାଗିରହିଛି । ସମଗ୍ର ପାକିସ୍ତାନର ପ୍ରାୟ ଅଧା ଅଞ୍ଚଳ ଏହି ବ୍ୟାପକ ବନ୍ୟାରେ ପ୍ରଭାବିତ ହୋଇଛି । ଏଥିରେ ବ୍ୟାପକ ଧନଜୀବନ ମଧ୍ୟ କ୍ଷୟକ୍ଷତି ହୋଇଛି । ଏବେ ସ୍ଥିତି ଧିରେ ଧିରେ ସୁଧାର ଆସୁଥିବା ବେଳେ ମୃତାହତଙ୍କ ସଂଖ୍ୟା ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ସାରା ଦେଶର ବିଭିନ୍ନ ଭାଗରେ ମୋଟ ମୃତ୍ୟୁ ସଂଖ୍ୟା ପ୍ରାୟ 11ଶହ ବୋଲି ମଧ୍ୟ ଗଣମାଧ୍ୟମରେ ଖବର ପ୍ରାସାରିତ ହୋଇଛି । ପ୍ରକୃତ ସଂଖ୍ୟା ଏହା ଠାରୁ ମଧ୍ୟ ଆହୁରି ଅଧିକ ହୋଇପାରେ ବୋଲି ଅନୁମାନ କାରଯାଉଛି ।

  • I thank 🇮🇳 PM Narendra Modi @narendramodi for condolences over the human & material losses caused by floods. With their characteristic resilience the people of 🇵🇰 shall, InshaAllah, overcome the adverse effects of this natural calamity & rebuild their lives and communities.

    — Shehbaz Sharif (@CMShehbaz) August 31, 2022 " class="align-text-top noRightClick twitterSection" data=" ">

ସେହିପରି ବନ୍ୟାରେ ପ୍ରାୟ ପାକିସ୍ତାନର ମୋଟ ଲୋକସଂଖ୍ୟାର ପ୍ରାୟ ଏକ ସତାଶଂ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି । ପ୍ରାୟ 33 ମିଲୟନ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ ହେବାକୁ ପଡିଛି । ଏବେ ମଧ୍ୟ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ପାରିନାହିଁ । ବିସ୍ଥାପିତ ଲୋକେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ରେସ୍କ୍ୟୁ ଅପରେସନ ଓ ରିଲିଫ ଯୋଗାଣ ପ୍ରକ୍ରିୟ ଜାରି ରହିଛି । ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନରେ ହୋଇଥିବା ବନ୍ୟା ଓ ଧନଜୀବନ କ୍ଷୟକ୍ଷତି ନେଇ ଦୁଖଃ ପ୍ରକାଶ କରିବା ସହ ସମବେଦନା ମଧ୍ୟ ଜଣାଇଥିଲେ । ଆଜି ତାଙ୍କ ପ୍ରତିପକ୍ଷଙ୍କ ଠାରୁ ପ୍ରତିକ୍ରିୟା ଆସିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫ ପ୍ରଧାନମନ୍ତ୍ରୀ (Pakistan PM Shehbaz Sharif) ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ପାକୃତିକ ବିପର୍ଯ୍ୟୟରେ ପାକିସ୍ତାନ ମୁକାବିଲା କରି ପୁଣି ଛିଡା ହେବା ନେଇ ମଧ୍ୟ ଆଶା ପ୍ରକଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.