ଗାନ୍ଧୀନଗର: ପୁଣି ଥରେ ପାକିସ୍ତାନର ଘୃଣ୍ୟ କାର୍ଯ୍ୟ କଳାପ ସାମ୍ନାକୁ ଆସିଛି । ଗୁଜୁରାଟର ସମୁଦ୍ରରୁ ପୁଣି ଦୁଇଟି ମତ୍ସ୍ୟଜୀବୀ ଡଙ୍ଗାକୁ ଅପହରଣ କରିନେଇଛି ପାକିସ୍ତାନ । ଦୁଇଟି ଭାରତୀୟ ଡଙ୍ଗାରୁ ପ୍ରାୟ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରାଯାଇଛି । ଗୁଜୁରାଟର ସମୁଦ୍ରରୁ ଏକ ମତ୍ସଜୀବୀ ଡଙ୍ଗା ନିଖୋଜର ୩ଦିନ ପରେ ଏଭଳି ଘଟଣା ପୁଣିଥରେ ଦେଖିବାକୁ ମିଳିଛି ।
ପ୍ରକାଶିତ ରିପୋର୍ଟ ଅନୁସାରେ, ଗତକାଲି(ରବିବାର) ଭାରତୀୟ ଡଙ୍ଗା ଏବଂ ମତ୍ସ୍ୟଜୀବୀଙ୍କୁ ଆଇଏମ୍ବିଏଲ୍ (IMBL) ଏବଂ ପାକ୍ ମେରାଇନ୍ସକୁ କରାଚି ନିଆଯାଇଛି । ୧୫ ଦିନ ଭିତରେ ପାକିସ୍ତାନର ଏହା ତୃତୀୟ ଅପହରଣ ଘଟଣା । ଗୁଜୁରାଟର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ମତ୍ସ୍ୟଜୀବୀ ଭାରତୀୟ ସମୁଦ୍ରରେ ମାଛ ଧରି ଜୀବିକା ପରିପୋଷଣ କରିଥାନ୍ତି । କିନ୍ତୁ ବାରମ୍ବାର ପାକିସ୍ତାନର ଏଭଳି ଘୃଣ୍ୟ କାର୍ଯ୍ୟକଳାପ ଫଳରେ ମତ୍ସ୍ୟଜୀବୀ ମାନେ ଭୟଭୀତ ହୋଇପଡିଛନ୍ତି ।
ଏହା ମଧ୍ୟ ପଢନ୍ତୁ : ଶତ୍ରୁତା ଜାହିର କଲା ପାକିସ୍ତାନ, ପୁଣି ଏକ ମତ୍ସ୍ୟଜୀବୀ ଡଙ୍ଗାକୁ ଅପହରଣ !
ସୂଚନା ଅନୁସାରେ, ଫେବୃଆରୀ ୧ ତାରିଖରେ ଗୁଜୁରାଟର ସମୁଦ୍ରରୁ ଏକ ମତ୍ସ୍ୟଜୀବୀ ଡଙ୍ଗାକୁ ଅପହୃତ କରିନେଇଥିଲା ପାକିସ୍ତାନ । ଗତ ୨୮ଜାନୁଆରୀରେ ମତ୍ସ୍ୟଜୀବୀମାନେ ତୁଳସୀ ମାୟା ନାମକ ଏକ ଡଙ୍ଗାରେ ମାଛ ଧରିବା ନିମନ୍ତେ ଓଖା ବନ୍ଦରକୁ ଯାଇଥିଲେ । ଏହି ଡଙ୍ଗା ଗିର୍ ସୋମନାଥ ଜିଲ୍ଲାର ମାଙ୍ଗ୍ରୋଲର ଭାଟଲ୍ ପ୍ରେମଜାଇ ଥାପାନିଆର ଅଟେ । ସମୁଦ୍ରରେ ଅସୁବିଧାରେ ପଡିଥିବା ମତ୍ସ୍ୟଜୀବୀଙ୍କୁ ସାହାଯ୍ୟ ପରିବର୍ତ୍ତେ ଅପହରଣ କରି ପାକିସ୍ତାନ ପୁଣି ଥରେ ନିଜର ଶତ୍ରୁତା ଜାହିର କରିଛି ।