ନୂଆଦିଲ୍ଲୀ: ପ୍ରାୟ 28 ମାସର ବ୍ୟବଧାନ ପରେ ପରସ୍ପରଙ୍କୁ କୁଟନୈତିକ ଭିସା ପ୍ରଦାନ କଲେ ଭାରତ ଓ ପାକିସ୍ତାନ । କାରଣ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ 2019 ଠାରୁ ଭାରତ ଓ ପାକିସ୍ତାନ ଉଭୟ ପକ୍ଷରୁ ଆସାଇନମେଣ୍ଟ ଭିସା ବନ୍ଦ କରି ଦେଇଥିଲେ । ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଏବଂ ଭାରତ ଗତ ସପ୍ତାହରେ ପରସ୍ପରର କୂଟନୈତିକ କର୍ମଚାରୀଙ୍କୁ ବହୁ ସଂଖ୍ୟକ ଆସାଇନମେଣ୍ଟ ଭିସା ପ୍ରଦାନ କରିଛନ୍ତି।
ଚଳିତ ବର୍ଷ ମାର୍ଚ୍ଚ 15 ପର୍ଯ୍ୟନ୍ତ ଦାଖଲ ହୋଇଥିବା ସମସ୍ତ ଆବେଦନ ଉପରେ ଉଭୟ ଦେଶ ଭିସା ପ୍ରଦାନ କରିଛନ୍ତି। ପାକିସ୍ତାନ 33 ଜଣ ଭାରତୀୟ ଅଧିକାରୀଙ୍କୁ ଭିସା ଦେଇଥିବାବେଳେ ସାତଜଣ ପାକିସ୍ତାନୀ କୂଟନୀତିଜ୍ଞ ଭାରତରୁ ଆସାଇନମେଣ୍ଟ ଭିସା ପାଇଛନ୍ତି। ପାକିସ୍ତାନ ଏବଂ ଭାରତ ମଧ୍ୟରେ ଜୁନ୍ 15 ସୁଦ୍ଧା ଆସାଇନମେଣ୍ଟ ଆବେଦନ ଉପରେ ଭିସା ପ୍ରଦାନ କରିବାକୁ ଏକ ଚୁକ୍ତିନାମା ରହିଛି। ଏହା ପରେ ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ଅଧିକ ଭିସା ଦେଇପାରନ୍ତି। ପ୍ରକାଶଥାଉକି, ସମସ୍ତ ଦେଶ ଅନ୍ୟ ଦେଶର କୂଟନୀତିଜ୍ଞ ଏବଂ ଦୂତାବାସ କର୍ମଚାରୀଙ୍କୁ ଆସାଇନମେଣ୍ଟ ଭିସା ପ୍ରଦାନ କରନ୍ତି।
ଏକ ରିପୋର୍ଟରେ କୁହାଯାଇଛି କି, ଚଳିତ ବର୍ଷ ଜାନୁୟାରୀରେ ଉଭୟ ଦେଶର ଗୁଇନ୍ଦା ଅଧିକାରୀଙ୍କ ମଧ୍ୟରେ ଦୁବାଇରେ ଏକ ଗୁପ୍ତ ବୈଠକ ହୋଇଥିଲା । ଉଭୟ ଦେଶର ସମ୍ପର୍କକୁ ବିଶ୍ବାସ ଭାଜନ ଓ ସ୍ବାଭାବିକ କରିବା ପାଇଁ ଏକ ରଣନୀତି ପ୍ରସ୍ତୁତ କରାଯାଇଥିଲା। ରଣନୀତି ଅନୁସାରେ ଉଭୟ ଦେଶର ବ୍ୟବସାୟୀକ ଉଦ୍ଦେଶ୍ୟ ପାଇଁ ଥିବା କରିଡରକୁ ଖୋଲି ଦିଆଯାଇଥିଲା। ଏହାର କିଛି ମାସ ପରେ ଅପ୍ରତ୍ୟାଶିତ ଭାବେ ଉଭୟ ପକ୍ଷର ସେନା ଯୁଦ୍ଧ ବିରତ ଘୋଷଣା କରିଥିଲେ । ସେହିପରି ୱାଶିଂଟନରେ ଅବସ୍ଥିତ ୟୁଏଇର ରାଷ୍ଟ୍ରଦୂତ ଗତ ଏପ୍ରିଲରେ ଭାରତ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥା କରିବା କରିଥିଲା । କାରଣ ଏହା ଫଳରେ ଉଭୟ ଦେଶର ପରମାଣୁ ବୃଦ୍ଧି ଏକ ସକରାତ୍ମକ ସ୍ଥିତିରେ ପହଞ୍ଚାଇବ। ପରମାଣୁର ଉପଯୋଗର ଅପବ୍ୟବହାର ହେବ ନାହିଁ ।
ସେଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ସେମାନେ ହୁଏତ ଏକ ଭଲ ବନ୍ଧୁ ହୋଇନପାରନ୍ତି କିନ୍ତୁ ଅନ୍ତତଃ ପକ୍ଷେ ଆମେ ଏହାକୁ ଏକ ସ୍ତରକୁ ନେବାକୁ ଚାହୁଁଛୁ । ଯେଉଁଠାରେ ସେମାନେ ପରସ୍ପର ସହ କାମ କରିପାରିବେ ଏବଂ କଥା ହୋଇପାରିବେ । ଚଳିତ ବର୍ଷ ମାର୍ଚ୍ଚରେ ଆମି ଷ୍ଟାଫ୍ ମୁଖ୍ୟ ଜେନେରାଲ୍ କାମାର ଜାଭେଦ୍ ବାଜୱା ଭାରତ ଏବଂ ପାକିସ୍ତାନକୁ ‘ଅତୀତକୁ ଭୁଲିଯାଇ ପରସ୍ପରକୁ ସହଯୋଗ ଦିଗରେ ହାତ ବଢାଇବାକୁ ଆହ୍ବାନ କରିଛନ୍ତି।
@IANS