ନୂଆଦିଲ୍ଲୀ: ଟ୍ବିଟରର ବଡ କାର୍ଯ୍ୟାନୁଷ୍ଠାନ । ଗାଇଡ୍ଲାଇନ୍ ଅନୁଯାୟୀ ଆଇନତଃ ପଦକ୍ଷେପ ନେଇଛି ଟ୍ୱିଟର । ଆଇନଗତ ଦାବିର ଜବାବ ଦର୍ଶାଇ ପାକିସ୍ତାନ ସରକାରଙ୍କ ଟ୍ବିଟର ଆକାଉଣ୍ଟକୁ ଭାରତରେ ବ୍ୟାନ କରିଛି ମାଇକ୍ର ବ୍ଲଗିଂ ସଂସ୍ଥା ଟ୍ବିଟର । ତେବେ ଭାରତର ଜନସାଧାରଣ ଏହି ଆକାଉଣ୍ଟକୁ ଦେଖିପାରିବେ ନାହିଁ । କିନ୍ତୁ ଆମେରିକା, କାନାଡା ପରି ଦେଶରେ ଏହା କାର୍ଯ୍ୟକାରୀ ହେବ ।
ଯେତେବେଳେ କୌଣସି ଭାରତୀୟ ପାକିସ୍ତାନ ସରକାରଙ୍କ ଟ୍ବିଟର ଆକାଉଣ୍ଟକୁ ଏକ୍ସେସ କରିବା ପାଇଁ ଚେଷ୍ଟା କରୁଛି ସେତେବେଳେ ଆଇନଗତ ଦାବିର ଜବାବ ପାଇଁ ଭାରତରେ ଏହାକୁ ବ୍ଲକ କରି ଦିଆଯାଇଥିବା ଲେଖା ହେଉଛି । ତେବେ ପାକିସ୍ତାନର ଟ୍ବିଟର ଆକାଉଣ୍ଟକୁ ବ୍ଲକ କରିବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଦୁଇଥର ଟ୍ବିଟର ଆକାଉଣ୍ଟକୁ ବ୍ଲକ କରିଦିଆଯାଇଥିଲା । ଏହା ପୂର୍ବରୁ ୨୦୨୨ଅକ୍ଟୋବର ମାସରେ ଭାରତରେ ପାକିସ୍ତାନର ଟ୍ବିଟର ଆକାଉଣ୍ଟ ଉପରେ ରୋକ ଲଗାଯାଇଥିଲା । ତେବେ ଅକ୍ଟୋବର ପୂର୍ବରୁ ଜୁଲାଇ ମାସରେ ମଧ୍ୟ ବ୍ଲକ କରି ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତିବନ୍ଧକ ଉଠାଯାଇଥିଲା । ଭାରତୀୟମାନେ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ ପୁନଃ ଦେଖିପାରିଥିଲେ ।
ଟ୍ବିଟରର ଗାଇଡଲାଇନ ଅନୁସାରେ, କୌଣସି ଦେଶର କୋର୍ଟ କିମ୍ବା ବୈଧ ଆଇନଗତ କାର୍ଯ୍ୟକଳାପ ଅନୁସାରେ ମାଇକ୍ରୋବ୍ଲଗିଂ ସାଇଟ ଟ୍ବିଟର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ଏହି ନୀତି ଅନୁସାରେ ହିଁ ପାକିସ୍ତାନ ସରକାରଙ୍କ ଟ୍ବିଟର ଆକାଉଣ୍ଟକୁ ବ୍ଲକ କରାଯାଇଛି । ବର୍ତ୍ତମାନ ଭାରତୀୟଙ୍କୁ ପାକିସ୍ତାନ ସରକାରଙ୍କ ଟ୍ବିଟର ଆକାଉଣ୍ଟ ଦେଖାଯାଉନାହିଁ । ଗତ ବର୍ଷ ଜୁନ୍ ମାସରେ ଟ୍ବିଟର ଭାରତରେ ମିଳିତ ଜାତିସଂଘ, ମିଳିତ ଜାତିସଂଘ, ତୁର୍କୀ, ଇରାନ ଏବଂ ଇଜିପ୍ଟରେ ପାକିସ୍ତାନ ଦୂତାବାସର ସରକାରୀ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା ।
ଏହା ମଧ୍ୟ ପଢନ୍ତୁ: ମୃତ୍ୟୁର ୩ ବର୍ଷ ପରେ ଚାଷୀଙ୍କ ନାଁରେ ଉଠିଛି ଋଣ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପରିବାର
ପ୍ରକାଶଥାଉକି, ଅଗଷ୍ଟ ମାସରେ ପାକିସ୍ତାନ ଦ୍ବାରା ପରିଚାଳିତ ୟୁଟ୍ୟୁବ ଚାନେଲକୁ ଏବଂ ଫେସବୁକ ଆକାଉଣ୍ଟକୁ ବ୍ୟାନ କରିଥିଲା । ନକଲି, ଭାରତୀୟ ବିରୋଧି କଣ୍ଟେନ ଭିଡିଓ ଅପଲୋଡ କରୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସୂଚନାଅନୁସାରେ, ନିର୍ଦ୍ଦେଶାବଳୀ ଉଲ୍ଲଘଂନ କରିଥିବା ଦର୍ଶାଇ ଜୁଲାଇ 2022ରେ ଟ୍ୱିଟର ଭାରତୀୟ ବ୍ୟବହାରକାରୀଙ୍କ 45,191 ଆକାଉଣ୍ଟକୁ ନିଷିଦ୍ଧ କରିଥିଲା। କଣ୍ଟେଣ୍ଟକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ନିୟମକୁ କଡାକଡି ଭାବେ ପାଳନ କରୁଛି ଟ୍ବିଟର ।