ETV Bharat / bharat

ପାକିସ୍ତାନକୁ ସର୍ଜିକାଲ ଷ୍ଟ୍ରାଇକ ଡର, ସୀମାରେ ଠୁଳ କଲା ସୈନ୍ୟ

author img

By

Published : Dec 10, 2020, 10:37 AM IST

ପାକିସ୍ତାନର ପ୍ରମୁଖ ଖବର କାଗଜ ଟ୍ରିବ୍ୟୁନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ ପାକିସ୍ତାନ ଉପରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ କରିପାରେ ଭାରତ । ଏନେଇ ଏଲଓସିରେ ଯବାନଙ୍କୁ ହାଇ ଆଲର୍ଟ ଜାରି କରିଛନ୍ତି ଇମ୍ରାନ ସରକାର । ଅଧିକ ପଢନ୍ତୁ....

pakistan fears another surgical strike from india, army on high alert
ପାକିସ୍ତାନ ଉପରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ କରିବ ଭାରତ !

ନୂଆଦିଲ୍ଲୀ: ପାକିସ୍ତାନକୁ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକର ଭୟ । ପାକିସ୍ତାନର ପ୍ରମୁଖ ଖବର କାଗଜ ଟ୍ରିବ୍ୟୁନ୍ ଏକ୍ସପ୍ରେସ କହିଛି ଯେ, ଗୁଇନ୍ଦାର ରିପୋର୍ଟରେ ଭାରତ ସରକାର ପୁଣି ସର୍ଜିକାଲ ଷ୍ଟ୍ରାଇକ କରିପାରନ୍ତି । ସୂଚନାଯୋଗ୍ୟ, ଭାରତ ସରକାର ଉରି ଆକ୍ରମଣ ଓ ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ କରିଥିଲା । ଯେଉଁଥିରେ ୪୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ । ଆଉ ଏଥିରେ ପାକିସ୍ତାନ ଅନେକ କ୍ଷତି ସହିଥିଲା ​​।

ଇମ୍ରାନ ଖାନଙ୍କ ସରକାର ଏପର୍ଯ୍ୟନ୍ତ ସେହି ଭୟରୁ ବାହାରି ନାହାଁନ୍ତି, ଯଦି ଭାରତ ପୁଣିଥରେ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ପାକିସ୍ତାନ ବହୁତ ଖରାପ ସ୍ଥିତିରେ ପହଞ୍ଚିବ। ଏହି କାରଣରୁ, ଇମ୍ରାନ ତାଙ୍କ ଏଲଓସିରେ ସୈନିକଙ୍କୁ ହାଇ ଆଲର୍ଟ ଜାରି କରିଛନ୍ତି ।

ରିପୋର୍ଟ ଅନୁଯାୟୀ, କୃଷକ ଆନ୍ଦୋଳନ ତଥା ଅନ୍ୟାନ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଭାରତ ସରକାର ଏହି ପଦକ୍ଷେପ ନେଇ ପାରନ୍ତି । ସେହିପରି ଜିୟୋ ନ୍ୟୁଜର ରିପୋର୍ଟ ଅନୁସାରେ,ଏଲଓସି ଓ ଫେନସିଂ ବାଉଣ୍ଡରୀରରେ ସୈନିକଙ୍କୁ ହାଇ ଆଲର୍ଟ କରାଯାଇଛି । ଭାରତର କୌଣସି ଦୁଃସାହସର ଜବାବ ଦେବାକୁ ସୈନ୍ୟଙ୍କୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.