ETV Bharat / bharat

ଭାରତ ପଟୁ ସୀମା ଡେଇଁଲା ମାଙ୍କଡ଼, ଅଟକ ରଖିଲା ପାକିସ୍ତାନ

author img

By

Published : Feb 20, 2023, 10:37 PM IST

ପଞ୍ଜାବ ପଟୁ ପାକିସ୍ତାନ ସୀମାରେ ପ୍ରବେଶ କରିଥିବା ଭାରତୀୟ ମାଙ୍କଡ଼କୁ ଅଟକ ରଖିଲା ପାକିସ୍ତାନ । ପ୍ରାଣୀ ଉଦ୍ୟାନରେ ଆଶ୍ରୟ ଦେବାକୁ ମଧ୍ୟ ମନା କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

indian monkey rescued pakistan
indian monkey rescued pakistan

ଇସଲାମାବାଦ: ସୀମାରେ ଭାରତୀୟ ମାଙ୍କଡ଼କୁ ଧରିଲା ପାକିସ୍ତାନ ଜରୁରୀକାଳୀନ ଉଦ୍ଧାର ସେବା । ପଞ୍ଜାବରୁ ପାକିସ୍ତାନର ବହାବଲପୁର ସହର ପହଞ୍ଚିଥିବା ଏହି ମାଙ୍କଡ଼କୁ ପାକିସ୍ତାନ ଅଟକ ରଖିଛି । ପାକିସ୍ତାନର ସବୁଠୁ ବଡ଼ ଜରୁରୀକାଳୀନ ସେବା ୧୧୨୨ ଏହି ମାଙ୍କଡ଼କୁ ଧରିଥିବା ଜଣାପଡ଼ିଛି । ଘଣ୍ଟା ଘଣ୍ଟା ପରିଶ୍ରମ କରିବା ପରେ ମାଙ୍କଡ଼କୁ ପାକିସ୍ତାନ ସୁରକ୍ଷାକର୍ମୀ ଉଦ୍ଧାର କରିଥିବା ବେଳେ ଅଟକ ରଖିଥିବା ବେଳେ ପ୍ରାଣୀ ଉଦ୍ୟାନରେ ଆଶ୍ରୟ ଦେବାକୁ ମଧ୍ୟ ମନା କରିଥିବା ଜଣାପଡ଼ିଛି ।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରୁ ଏହି ମାଙ୍କଡ଼କୁ ଉଦ୍ଧାର କରିବା ପରେ ଅଟକ ରଖିଛି । ପାକିସ୍ତାନ ସୁରକ୍ଷାକର୍ମୀମାନେ ପ୍ରାୟ ଘଣ୍ଟା ଘଣ୍ଟା ଧରି ଉଦ୍ୟମ କରିବା ପରେ ପ୍ରାୟ ୨୦୦ ଫୁଟ ଉଚ୍ଚ ସେଲ୍ଲୁର ଟାୱାର ଉପରୁ ମାଙ୍କଡ଼କୁ ଉଦ୍ଧାର କରାଯାଇଛି । ମାଙ୍କଡ଼କୁ ଉଦ୍ଧାର କରିବା ପରେ ବନ୍ୟଜନ୍ତୁ ବିଭାଗକୁ ଯୋଗାଯୋଗ କରାଯାଇଥିଲା ଏବଂ ଏହି ବନ୍ୟଜନ୍ତୁକୁ ସ୍ଥାନୀୟ ପ୍ରାଣୀ ଉଦ୍ୟାନରେ ରଖିବାକୁ କୁହାଯାଇଥିଲା । ମାତ୍ର ପାକିସ୍ତାନ ଏପରି ନ କରିବାକୁ ମନା କରିଦେଇଥିବା ଜଣାପଡ଼ିଛି । ଏହାସହିତ ମାଙ୍କଡ଼କୁ ପ୍ରାଣୀ ଉଦ୍ୟାନରେ ରଖିବା ଲାଗି ସ୍ଥାନ ନ ଥିବା କହିଛି ପାକିସ୍ତାନ ।

ଏହା ବି ପଢନ୍ତୁ- Operation Dost: ତୁର୍କୀ ଫେରନ୍ତା NDRF ଟିମ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଜିଲ୍ଲା ବନ୍ୟଜୀବୀ ଅଧିକାରୀ ମୁନୱର ହୁସେନ ନାଜମି କହିଛନ୍ତି, " ଆମ ବିଭାଗ ନିକଟରେ ଅତିରିକ୍ତ ଜୀବମାନଙ୍କୁ ବହାବଲପୁର ପ୍ରାଣୀ ଉଦ୍ୟାନରେ ରଖିବା ଲାଗି ସ୍ଥାନ ନାହିଁ ।" ଅନ୍ୟପଟେ ଭାରତ ପଟରୁ ଯେଉଁ ଜୀବଜନ୍ତୁ ପାକିସ୍ତାନ ମଧ୍ୟକୁ ପ୍ରବେଶ କରନ୍ତି, ସେମାନେ ସୀମାରେ ଆଘାତ ପାଇ ମୃତ୍ୟୁବରଣ କରୁଥିବା ବେଳେ ଅନେକ ଆହତ ମଧ୍ୟ ହୁଅନ୍ତି । ତେବେ ସେମାନଙ୍କୁ ଚିକିତ୍ସା କରିବା ଲାଗି କୌଣସି ପଶୁ ଚିକିତ୍ସକ ନଥିବା ସେ କହିଛନ୍ତି । ଏଥିଲାଗି ମାଙ୍କଡ଼କୁ ସେମାନେ ସ୍ବୀକାର କରିପାରିବେ ନାହିଁ । କାରଣ ଉକ୍ତ ସ୍ଥାନରେ କୌଣସି ପଶୁ ଚିକିତ୍ସିକ ନାହାନ୍ତି ବୋଲି ମୁନୱର କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ପୂର୍ବରୁ ପଶୁ ଚିକିତ୍ସକଙ୍କ ଅଭାବ ଯୋଗୁଁ ଅନେକ ଭାରତୀୟ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଛି । ନିକଟରେ ଶେରଶାହ ଚେକ ପୋଷ୍ଟ ନିକଟରେ ଏକ ପ୍ରଜାତିର ଭାରତୀୟ ମାଙ୍କଡ଼ର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ପାକିସ୍ତାନରେ ପଶୁ ଚିକିତ୍ସିକଙ୍କ ଅଭାବ କାରଣରୁ ବିଭିନ୍ନ ପ୍ରଜାତିର ପଶୁଙ୍କ ମୃତ୍ୟୁ ଘଟୁଛି । ଏପରି ଅନେକ ଘଟଣା ଘଟୁଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.