ETV Bharat / bharat

ଶ୍ରୀନଗର-ସାରଜା ବିମାନ ସେବା ପାଇଁ ନିଜ ଆକାଶ ମାର୍ଗ ବନ୍ଦ କଲା ପାକିସ୍ତାନ

author img

By

Published : Nov 3, 2021, 4:54 PM IST

ଶ୍ରୀନଗର-ସାରଜା ବିମାନ ସେବା ପାଇଁ ବଢିଲା ସମସ୍ୟା । ନିଜ ଏୟାରସ୍ପେସ ବ୍ୟବହାର କରିବାକୁ ଭାରତକୁ ମନା କଲା ପାକିସ୍ତାନ । ଏଣିକି ଘଣ୍ଟାଏ ବିଳମ୍ବ ସହ ବଢିବ ଯାତ୍ରୀ ଭଡା । ଅଧିକ ପଢନ୍ତୁ...

ଶ୍ରୀନଗର-ସାରଜା ବିମାନ ସେବା ପାଇଁ ନିଜ ଆକାଶ ମାର୍ଗ ବନ୍ଦ କଲା ପାକିସ୍ତାନ
ଶ୍ରୀନଗର-ସାରଜା ବିମାନ ସେବା ପାଇଁ ନିଜ ଆକାଶ ମାର୍ଗ ବନ୍ଦ କଲା ପାକିସ୍ତାନ

ଶ୍ରୀନଗର: ଗୃହମନ୍ତ୍ରୀ ଅମିତ ଶାହାଙ୍କ କାଶ୍ମୀର ଗସ୍ତ ବେଳେ ଆରମ୍ଭ ହୋଇଥିବା ଶ୍ରୀନଗର ଓ ୟୁଏଇର ସାରଜା ମଧ୍ୟରେ ବିମାନ ସେବାରେ ପୁଣି ସମସ୍ୟା । ଏହି ବିମାନ ସିଧାସଳଖ ପାକିସ୍ତାନ ଆକାଶ ମାର୍ଗ ବ୍ୟବହାର କରୁଥିବାବେଳେ ଅନୁମତିକୁ ରଦ୍ଦ କରିଛି ପଡୋଶୀ ଦେଶ । ପାକିସ୍ତାନର ଏପରି ନିଷ୍ପତ୍ତି ପରେ ଏହି ବିମାନ ସେବାରେ ବାଧା ସୃଷ୍ଟି ହେବା ଆରମ୍ଭ ହୋଇଛି । ପରିବର୍ତ୍ତିତ ଆକାଶ ମାର୍ଗରେ ଅଧିକ ସମୟ ସହ ଯାତ୍ରା ବିଳମ୍ବ ହେବ । ସେହିପରି ଦୂରତା କାରଣରୁ ଯାତ୍ରା ଭଡା ମଧ୍ୟ ବଢିବା ଆଶଙ୍କା କରାଯାଇଛି ।

ଶ୍ରୀନଗର-ସାରଜା ବିମାନ ସେବା ପାଇଁ ବିକଳ୍ପ ଆକାଶ ମାର୍ଗ

ପାକିସ୍ତାନର ଏପରି ଆଭିମୁଖ୍ୟ ପରେ ଶ୍ରୀନଗରରୁ ଉଡାଣ ଭରୁଥିବା ବିମାନ ବର୍ତ୍ତମାନ ରାଜସ୍ଥାନର ଉଦୟପୁର ଓ ଅହମ୍ମଦାବାଦ ଭାୟା ଦେଇ ସାରଜାରେ ପହଞ୍ଚିବ । ଫଳରେ ସ୍ବାଭାବିକ ସମୟ ଠାରୁ ପ୍ରାୟ ୧ ଘଣ୍ଟା ଅଧିକ ଯାତ୍ରା କରିବ ବୋଲି ଜଣାପଡିଛି । ତେବେ ପୂର୍ବରୁ ମଧ୍ୟ ପାକିସ୍ତାନ ସମାନ ଭାବେ ୨୦୧୦ ମସିହାରେ ଏୟାର ଇଣ୍ଡିଆ ବିମାନକୁ ନିଜ ଆକାଶମାର୍ଗ ବ୍ୟବହାର କରିବାକୁ ମନା କରିଥିଲା ।

ଗତମାସ ୨୩ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୩ ଦିନିଆ କାଶ୍ମୀର ଗସ୍ତ ମସୟରେ ଏହି ବିମାନ ସେବାର ଶୁଭାରମ୍ଭ କରିଥିଲେ । କାଶ୍ମୀର ଶ୍ରୀନଗର ବିମାନ ବନ୍ଦର ଓ ସଂଯୁକ୍ତ ଆରବ ରାଷ୍ଟ୍ରର ସାରଜାର ସେଖ-ଅଲ ଆଲାମ ବିମାନ ବନ୍ଦର ମଧ୍ୟରେ ସିଧା ବିମାନ ଚଳାଚଳ ଉଭୟ ଦେଶ ମଧ୍ୟରେ ଯୋଗାଯୋଗ ଓ ପର୍ଯ୍ୟଟନ ପାଇଁ ବେଶ ଉପଯୋଗୀ ହେବ ବୋଲି କହିଥିଲେ ଶାହା । ସେତେବଳେ ପାକିସ୍ତାନ ତାର ଆକାଶ ମାର୍ଗ ବ୍ୟବହାର କରିବାକୁ ଅମୁମତି ଦେଇଥିବାବେଳେ ହଠାତ ତାର ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛି ।

ଏସମ୍ପର୍କରେ ଶ୍ରୀନଗର ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି, ଯେ ଆଜି ସାରଜାରୁ ଶ୍ରୀନଗର ଆସିଥିବା ବିମାନ ତାର ନିର୍ଦ୍ଧାରିତ ସମୟରେ ଶ୍ରୀନଗରର ଲ୍ୟାଣ୍ଡିଂ କରିଛି । ପାକିସ୍ତାନ ନିଜ ଆକାଶମାର୍ଗ ବ୍ୟବହାର କରିବା ପାଇଁ କଟକଣା ଜାରି କରିଥିବା ନେଇ କୌଣସି ଆନୁଷ୍ଠାନିକ ସୂଚନା ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କୁ ଜଣାଯାଇ ନାହିଁ। ତେବେ ସୂଚନା ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବା ନେଇ ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.