ଶ୍ରୀନଗର: ପାକିସ୍ତାନ କାଶ୍ମୀର ଉପତ୍ୟକାରେ ରହୁଥିବା ଯୁବପିଢିଙ୍କୁ ବିଭିନ୍ନ କ୍ଷେତ୍ରରେ ଆତଙ୍କବାଦ ପାଇଁ ଉତ୍ସାହିତ କରିବାରେ ଲାଗିଛି । ଏହାସହିତ ସେମାନଙ୍କୁ ଆତଙ୍କବାଦୀ ସମ୍ପର୍କରେ ତାଲିମ ଦେଇ LoCକୁ ପଠାଉଛି ବୋଲି ଲେଫ୍ଟନାଣ୍ଟ ଜେନେରାଲ ତଥା ଚିନାର କର୍ପ ଜେନେରାଲ୍ ଅଫିସର କମାଣ୍ଡର ବିଏସ ରାଜୁ ରବିବାର କହିଛନ୍ତି ।
‘ଉପତ୍ୟକାରେ ପାକ୍ ଆତଙ୍କବାଦୀମାନେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି। ସେମାନେ ଆଶା କରନ୍ତି ଯେ ଆମେ ଏହାର ଜବାବ ଦେବୁ ଏବଂ ପ୍ରତିବଦଳରେ ସେମାନେ ଆକ୍ରମଣ କରି ଅଧିକ ସାଧାରଣ ନାଗରିକଙ୍କୁ ଆହତ କରିବେ । ଏହା ପରେ ସେମାନେ ଆମ ପ୍ରତିଛବିକୁ ଖରାପ କରିବା ପାଇଁ ଭୁଲ ପ୍ରଚାର ପ୍ରସାର କରି ନୂତନ ବିବାଦକୁ ଆକର୍ଷିତ କରିବା ପାଇଁ ସୋସିଆଲ ମିଡିଆ ବ୍ୟବହାର କରିବେ’ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଆତଙ୍କବାଦୀଙ୍କ ନିଯୁକ୍ତି 2018 ତୁଳନାରେ 2020 ମସିହାରେ ପ୍ରାୟତଃ ନିୟନ୍ତ୍ରଣରେ ଥିଲା । ଉପତ୍ୟକାରେ ଆତଙ୍କବାଦୀଙ୍କ ବର୍ତ୍ତମାନର ଶକ୍ତି ହେଉଛି 217 ଯାହା ଗତ ଦଶନ୍ଧି ମଧ୍ୟରେ ସର୍ବନିମ୍ନ । ପାକିସ୍ତାନ କାଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛି । ଏଥିଲାଗି ଡ୍ରୋନ୍ ଓ ଟନେଲ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ ପଠାଇବାକୁ ପାକିସ୍ତାନର ଇଚ୍ଛା କରୁଛି । କିନ୍ତୁ ପାକିସ୍ତାନୁ ପାଇଁ ଏହି ଇଚ୍ଛାକୁ ସଫଳ କରିବା ନିଶ୍ଚିତ ଭାବରେ ଏକ ଆହ୍ବାନ। ଏହାର ମୁକାବିଲା କରିବା ପାଇଁ ଭାରତୀୟ ସେନା ଟନେଲଗୁଡ଼ିକୁ ଚିହ୍ନଟ କରିବା ପାଇଁ ଗ୍ରାଉଣ୍ଡ-ଅନୁପ୍ରବେଶକାରୀ ରାଡାର ସହିତ କିଛି ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଛି ବୋଲି ସେ କହିଛନ୍ତି ।
ଆତଙ୍କବାଦୀମାନେ ସୁଡଙ୍ଗ ମାଧ୍ୟମରେ ଏହି ଅସ୍ତ୍ରଶସ୍ତ୍ର, ଡ୍ରଗ୍ସ ପଠାଇ ସମାଜକୁ କଳୁଷିତ କରିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଭାରତୀୟ ସୈନ୍ୟ ଓ ବିଏସଏଫ ଯବାନ ଏହି ସୁଡଙ୍ଗ ପ୍ରତି ସଜାଗ ରହିଥିବା ବେଳେ ସ୍ଥାନୀୟ ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ପାକ୍ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା କାଶ୍ମୀର ଯୁବପିଢିଙ୍କୁ ସ୍ବଦେଶ ଫେରିବା ପାଇଁ ସେ କହିଛନ୍ତି । ତେବେ 6 ମାସ ମଧ୍ୟରେ ଯେଉଁମାନେ ଆତଙ୍କବାଦରେ ଯୋଗ ଦେଇଥିଲେ ସେମାନଙ୍କ ମଧ୍ୟରୁ 17 ଜଣ ଫେରି ଆସିଥିଲେ। ବର୍ତ୍ତମାନ ଏକ ଉପଯୁକ୍ତ ଆତ୍ମସମର୍ପଣ ନୀତି ପାଇଁ ସରକାରଙ୍କ ସହିତ କାର୍ଯ୍ୟ ଆଲୋଚନା କାରଯାଉଛି, ଯାହାକି ନିଶ୍ଚିତ ଭାବରେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି ।
@ANI