ETV Bharat / bharat

ହାଇଦ୍ରାବାଦରେ ନିର୍ମିତ ହୋଇଛି ପ୍ରଭୁ ଶ୍ରୀରାମଙ୍କ ପାଦୁକା - ରାମଙ୍କ ପାଦୁକା ନିର୍ମାଣ

Padukas Made In Hyderabad For Ram Mandir: ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ମର୍ଯ୍ୟଦା ପୁରୁଷ ପ୍ରଭି ରାମଙ୍କ ମନ୍ଦିର । ତେବେ ପ୍ରଭୁ ରାମଙ୍କ ପାଇଁ ପାଦୁକା ହାଇଦ୍ରାବାଦରେ ନିର୍ମାଣ କରାଯାଇଛି । ଅଧିକ ପଢ଼ନ୍ତୁ

ପ୍ରଭୁ ରାମଙ୍କ ପାଦୁକା
ପ୍ରଭୁ ରାମଙ୍କ ପାଦୁକା
author img

By ETV Bharat Odisha Team

Published : Jan 1, 2024, 9:56 PM IST

ହାଇଦ୍ରାବାଦ: ପାଖେଇ ଆସୁଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଦିବସ । ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ମର୍ଯ୍ୟଦା ପୁରୁଷ ପ୍ରଭି ରାମଙ୍କ ମନ୍ଦିର । ଏହାକୁ ନେଇ ସଜ୍ଜେଇ ହେଉଛି ରାମ ଜନ୍ମଭୂମି ଅଯୋଧ୍ୟା । ଭବ୍ୟ ରାମ ମନ୍ଦିରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିଷ୍ଠା ଉତ୍ସବ ପାଇଁ ରାମ ନଗରୀରେ ଚାଲିଛି ଯୋରଦାର ପ୍ରସ୍ତୁତି । ଦେଶଠୁ ନେଇ ବିଦେଶ ପର୍ଯ୍ୟନ୍ତ ସବୁଠାରେ ଲୋକ ଏହି ପ୍ରତିଷ୍ଠା ଦିନକୁ ଉତ୍କଣ୍ଠାର ସହ ଅନାଇ ବସିଛନ୍ତି । ଏହାରି ଭିତରେ ସାରା ଦେଶର କୋଣ ଅନୁକୋଣରେ ରାମ ମନ୍ଦିର ପାଇଁ ନିର୍ମିତ ହେଉଥିବା ଗୋଟିଏ ପରେ ଗୋଟିଏ ସାମଗ୍ରୀ ଆସି ଅଯୋଧ୍ୟାରେ ପହଞ୍ଚୁଛି । ତେବେ ପ୍ରଭୁ ରାମଙ୍କ ପାଇଁ ପାଦୁକା ହାଇଦ୍ରାବାଦରେ ନିର୍ମାଣ କରାଯାଇଛି ।

ଜାନୁଆରୀ 22ରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଥିବା ବେଳେ ପ୍ରଭୁ ରାମଙ୍କ ପାଇଁ କରାଯାଇଥିବା ପାଦୁକା ହାଇଦ୍ରାବାଦରେ ନିର୍ମାଣ କରାଯାଇଛି । ଏହାକୁ ହାଇଦ୍ରାବାଦ କଣ୍ଟେନମେଣ୍ଟ ବୋନିପାଲ୍ଲୀ ଶ୍ରୀମଦଭିତ କାଲା କୁଟୀରର ପିଟଲମ୍ପଲ୍ଲୀ ରାମଲିଙ୍ଗଚାରିଙ୍କ ଦ୍ବାରା ନିର୍ମାଣ କରାଯାଇଛି । ଏହାକୁ ନିର୍ମାଣ କରିବା ପାଇଁ 15 କିଗ୍ରାର ପଞ୍ଚଧାତୂ ଲାଗିଥିବା ବେଳେ ଏଥିରେ ସ୍ବର୍ଣ୍ଣ ଓ ରୌପ୍ୟର ଆସ୍ତରଣ ଦିଆଯାଇଥିବା କହିଛନ୍ତି ପାଦୁକା ନିର୍ମାଣ କରିଥିବା କାରିଗର । ତେବେ ଏହି ପାଦୁକାକୁ ନିର୍ମାଣ କରିବା ପାଇଁ 25 ଦିନ ସମୟ ଲାଗିଥିଲା । ଏହାକୁ ଅଯୋଧ୍ୟା ଭାଗ୍ୟନଗର ସୀତାରାମ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ଚର୍ଲା ଶ୍ରୀନିବାସ ଶାସ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ହାଇଦ୍ରାବାଦରେ ନିର୍ମାଣ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ........ଅଯୋଧ୍ୟାରେ ପହଞ୍ଚିଲା ୬୦୦କେଜି ଓଜନର ଘଣ୍ଟି, ବଢାଇବ ରାମ ମନ୍ଦିର ଶୋଭା

ସେପେଟେ ହାଇଦ୍ରାବାଦରେ ପ୍ରଭୁ ରାମଙ୍କ ପାଇଁ ପାଦୁକା ନିର୍ମାଣ ଦେବା ସହ ଏଠାରେ ଭବ୍ୟ ରାମ ମନ୍ଦିରରେ ଲାଗିବାକୁ ଥିବା କବାଟ ମଧ୍ୟ ନିର୍ମାଣ କରାଯାଇଛି । ଏହି କବାଟ ଗୁଡ଼ିକୁ ସିକନ୍ଦରାବାଦର ନୂଆ ବୋଇନପଲ୍ଲୀର ଅନୁରାଧା ଟିମ୍ବର୍ସ ଇଣ୍ଟରନ୍ୟାସନାଲ କମ୍ପାନୀ ଦ୍ବାରା ନିର୍ମାଣ କରାଯାଇଛି । ରାମ ମନ୍ଦିରରେ ଲାଗିବାକୁ ଥିବା ପ୍ରାୟ 100ରୁ ଅଧିକ କବାଟ ଏଠାରେ ନିର୍ମାଣ ରାଯାଇଛି । ତେବେ କବାଟ ନିର୍ମାଣ କର୍ଯ୍ୟରେ ଶାଗୁଆନ କାଠର ବ୍ୟବହାର କରାଯାଇଛି ଯାହାକୁ ବାଲ୍ଲାର୍ଶାରୁ ଅଣାଯାଇଥିଲା । କାରିଗରମାନେ ଏହାକୁ ନିର୍ମାଣ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ବେଳେ କବାଟ ଗୁଡିକରେ ସୁନ୍ଦର ସୁନ୍ଦର ମୂର୍ତ୍ତିମାନ ଖୋଦିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.