ETV Bharat / bharat

କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ଆଇନଜୀବୀ ହେଲେ ପଦ୍ମାଲକ୍ଷ୍ମୀ, ଶୁଭେଚ୍ଛା ଜଣାଇଲେ ଆଇନମନ୍ତ୍ରୀ - ପ୍ରଥମ ଟ୍ରାନ୍ସଜେଣ୍ଡର ଆଇନଜୀବୀ ପଦ୍ମାଲକ୍ଷ୍ମୀ

କେରଳକୁ ମିଳିଲା ପ୍ରଥମ ଟ୍ରାନ୍ସଜେଣ୍ଡର ଆଇନଜୀବୀ । ଶୁଭେଚ୍ଛା ଜଣାଇଲେ ଆଇନ ମନ୍ତ୍ରୀ । ଅଧିକ ପଢନ୍ତୁ

କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ଆଇନଜୀବୀ ହେଲେ ପଦ୍ମାଲକ୍ଷ୍ମୀ

author img

By

Published : Mar 20, 2023, 10:12 PM IST

ଥିରୁଅନନ୍ତପୁରମ୍‌: ଟ୍ରନ୍ସଜେଣ୍ଡରମାନେ ପୁରୁଷ କିମ୍ବା ମହିଳାମାନଙ୍କ ପରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରନ୍ତି ନାହିଁ । ଫଳରେ ସେମାନଙ୍କୁ ଏକ ଭିନ୍ନ ଶ୍ରେଣୀଭୁକ୍ତ ଭାବେ ବର୍ଣ୍ଣନା କରାଯାଏ । କିଛି ସ୍ଥାନରେ ସେମାନେ ସାମାଜିକ ଭେଦଭାବର ଶିକାର ହୋଇ ଏକ ଅବହେଳିତ ଜୀବନ ବଞ୍ଚିବାକୁ ବାଧ୍ୟ ହେଉଥିବା ମଧ୍ୟ ଦେଖିବାକୁ ମିଳେ । ହେଲେ ସେମାନେ ଯେ ଅନ୍ୟ ଦୁଇ ଲିଙ୍ଗଗତ ବର୍ଗ ପରି ଯେକୌଣସି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ସମର୍ଥ ଓ ଦକ୍ଷ ସେପରି ଅନେକ ନଜିର ରହିଛି । ସେପରି ଏକ ଘଟଣା କେରଳରେ ଦେଖିବାକୁ ମିଳିଛି । କେରଳରେ ପଦ୍ମାଲକ୍ଷ୍ମୀ ନାମକ ଜଣେ ଟ୍ରନ୍ସଜେଣ୍ଡର ଆଇନ ଶିକ୍ଷା ଶେଷ କରିବା ପରେ ଆଇନଜୀବୀ ଭାବେ ନ୍ୟାୟାଳୟରେ କାର୍ଯ୍ୟ କରିଛନ୍ତି । ଯାହାଙ୍କୁ କେରଲର ପ୍ରଥମ ମହିଳା ଟ୍ରାନ୍ସଜେଣ୍ଡର ଆଇନଜୀବୀ ଭାବେ ମଧ୍ୟ ଗ୍ରହଣ କରାଯାଉଛି । କେବଳ ଗଣମାଧ୍ୟମରେ ଚର୍ଚ୍ଚା ନୁହେଁ ରାଜ୍ୟ ରାଜ୍ୟ ପି.ରାଜୀବ ଏହି ସଫଳତା ପାଇଁ ପଦ୍ମାଲକ୍ଷ୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପଦ୍ମାଲକ୍ଷ୍ମୀ ଏହି ସଫଳତା ପାଇଁ ବେଶ ଖୁସି ପ୍ରକାଶ କରିଛନ୍ତି । ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ଏହି ସଫଳତା ତାଙ୍କ ପିତାମାତାଙ୍କ ପାଇଁ ସମ୍ଭବ ହୋଇପାରିଛି । ସେହିପରି ତାଙ୍କର ଏହି ଆଇନଜୀବୀ ହେବାର ଯାତ୍ରାରେ ତାଙ୍କର ଶିକ୍ଷକ ମାରିୟମ୍ମା ଏମ.କେ ଓ ବରିଷ୍ଠ ସହଯୋଗୀ ଡ.ଭଦ୍ରାକୁମାରୀଙ୍କ ଏକ ବଡ ଅବଦାନ ରହିଛି । ଏମାନେ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ତାଙ୍କୁ ତାଙ୍କ ଲକ୍ଷ୍ୟ ହାସଲ କରିବା ପାଇଁ ସର୍ବଦା ପ୍ରେରଣା ଯୋଗାଇଥିଲେ । ପରିବାରରୁ ନିମୟିତ ସହଯୋଗ ମିଳିଥିଲା । ଯାହା ଫଳରେ ସେ ପୂର୍ବ ପ୍ରଚଳିତ ଧାରା ଭାଙ୍ଗି ଏହି ସଫଳତା ହାସଲ କରିବାରେ ସମର୍ଥ ହୋଇଛନ୍ତି । ଏବେ ଲୋକଙ୍କ ସମର୍ଥନ ଓ ଭଲପାଇବା ମିଳୁଛି । ସେ ଆହୁରି ଆଗକୁ ବଢିବା ପାଇଁ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି ପଦ୍ମାଲକ୍ଷ୍ମୀ ।

ସମାଜରେ ଲିଙ୍ଗଗତ ଭେଦଭାବ ସମ୍ପର୍କରେ ଲକ୍ଷ୍ମୀ କହୁନ୍ତି, ଯଦି ସେ ନକରାତ୍ମକ ଦିଗକୁ ସବୁବେଳେ ଦୃଷ୍ଟି ଦେଇଥାନ୍ତେ ତାହାଲେ ଆଜି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିନଥାନ୍ତେ । ସେ ସବୁ ପ୍ରତିକୂଳ ପରିବେଶରେ କେବଳ ସକରାତ୍ମକ ଲୋକଙ୍କ କଥା ଶୁଣିଛନ୍ତି, ପ୍ରେରଣା ପାଇଛନ୍ତି ଓ ଆଗକୁ ବଢିଛନ୍ତି । ସେ କେବଳ କଠିନ ପରିଶ୍ରମ ଓ ସାଧୁତା ପାଇଁ ଆଜି ସଫଳତା ପାଇଥିବା ଅନୁଭବ କରୁଥିବା କହିଛନ୍ତି ପଦ୍ମାଲକ୍ଷ୍ମୀ ।

ଆହୁରି ମଧ୍ୟ ସେ କହିଛନ୍ତି, ‘‘ଟ୍ରାନ୍ସଜେଣ୍ଡରମାନଙ୍କ ସମର୍ଥ ହେବା କ୍ଷେତ୍ରରେ ପରିବାରର ବଡ ଭୂମିକା ରହିଥାଏ । ମୋର ସବୁଠୁ ବଡ ସପୋର୍ଟ ମୋ ପରିବାର ଥିଲା । ମୋ ବାପା କୋଚିନ୍‌ ସ୍ପିପୟାର୍ଡରେ ଜଣେ ଓ୍ବେଲ୍ଡର୍ସ ଭାବେ କାମ କରୁଥିବା ବେଳେ ମା’ ଜଣେ ଆଡଭୋକେଟ କ୍ଲର୍କ ଭାବେ କାର୍ଯ୍ୟ କରୁଥିଲେ । ତେବେ ପରିବାରର ସମର୍ଥନ ପାଇଁ ମୁଁ ଚିରାଚରିତ ଧାରାକୁ ଭାଙ୍ଗି ଆଇନ ଶିକ୍ଷା ଗ୍ରହଣ କରିବାକୁ ନିଷ୍ପତ୍ତି ନେଲି । ପରେ ମୋର ଜଣେ ବରିଷ୍ଠ ସହଯୋଗୀ ଭଦ୍ରାକୁମାରୀଙ୍କ ସହଯୋଗରେ ହାଇକୋର୍ଟରେ ଆଇନ ପ୍ରାକ୍ଟିସ ଆରମ୍ଭ କରିବାରେ ସଫଳ ହୋଇପାରିଛି । ମୁଁ ମୋର ପରିବାର ଓ ସହଯୋଗୀଙ୍କ ପାଇଁ ବେଶ ଗର୍ବ ଅନୁଭବ କରୁଛି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.