ETV Bharat / bharat

ନରମିଲେ ସରକାର, ଆଜିଠୁ ପଞ୍ଜାବ-ହରିୟାଣାରେ ଖରିଫ୍ ଶସ୍ୟ କିଣା ଆରମ୍ଭ

author img

By

Published : Oct 3, 2021, 9:57 AM IST

ଶେଷରେ ନରମିଲେ ସରକାର । ପଞ୍ଜାବ ଏବଂ ହରିୟାଣା ଚାଷୀଙ୍କ ଆନ୍ଦୋଳନ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ ପରେ ଖରିଫ ଶସ୍ୟ କ୍ରୟ ପାଇଁ ସରକାର ରାଜି ହୋଇଛନ୍ତି । ଅଧିକ ପଢନ୍ତୁ...

Paddy procurement in Punjab and Haryana to start from today
ନରମିଲେ ସରକାର, ଆଜିଠୁ ପଞ୍ଜାବ-ହରିୟାଣାରେ ଖରିଫ୍ ଶସ୍ୟ କିଣା ଆରମ୍ଭ

ଚଣ୍ଡିଗଡ: ହରିୟାଣା ଏବଂ ପଞ୍ଜାବରେ ଆଜିଠାରୁ ଖରିଫ ଶସ୍ୟ କ୍ରୟ ଆରମ୍ଭ । ଗତକାଲି(ଶନିବାର) ଖାଦ୍ୟ ଓ ଯୋଗାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଏବଂ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ମଧ୍ୟରେ ଆଲୋଚନା ପରେ ଧାନ କ୍ରୟ ପାଇଁ ନିଷ୍ପତ୍ତି ନିଆଯାଇଛି ।

ତୁରନ୍ତ ଧାନ କିଣା ନେଇ ଦାବି ହେବା ପରେ ଶେଷରେ ସରକାର ଏନେଇ ନରମିଛନ୍ତି । ନିଷ୍ପତ୍ତି ପରେ ଆଜି(ରବିବାର) ଠାରୁ ଧାନକିଣା ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି ଯେ, ଚଳିତ ମୌସୁମୀ ବର୍ଷାରେ ବିଳମ୍ବ ଏବଂ ନିକଟରେ ପ୍ରବଳ ବର୍ଷା ହୋଇଥିବାରୁ ଶସ୍ୟଗୁଡିକ ଭଲଭାବେ ଫଳିବା ପାଇଁ ଅଧିକ ସମୟ ଲାଗିଥାନ୍ତା । ତେଣୁ ସରକାର ଖରିଫ ଶସ୍ୟ କ୍ରୟକୁ କିଛିଦିନ ଘୁଞ୍ଚାଇ ଦେଇଥିଲେ । ମାତ୍ର ଶୀଘ୍ର ଖରିଫ ଶସ୍ୟ କ୍ରୟ ପାଇଁ ଦାବି ହେବାରୁ ନିଷ୍ପତ୍ତି ବଦଳାଯାଇଛି ।

ସୂଚନା ଅନୁଯାୟୀ କେନ୍ଦ୍ର ସରକାର ପଞ୍ଜାବ ଏବଂ ହରିୟାଣା ଖରିଫ ଶସ୍ୟ କ୍ରୟ ପାଇଁ ଅକ୍ଟୋବର ୧ରୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ । ଫଳରେ କୃଷକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ଗତକାଲି ହରିୟାଣା ଏବଂ ପଞ୍ଜାବ ଚାଷୀମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିଥିଲେ । ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ମଧ୍ୟ ବହୁ ସଂଖ୍ୟକ ଚାଷୀ ଆନ୍ଦୋଳନ କରିଥିଲେ ।

ଆନ୍ଦୋଳନକାରୀ ଚାଷୀ ବ୍ୟାରିକେଡ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ଗୃହକୁ ମଧ୍ୟ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଏହିସମୟରେ ପୋଲିସ ପାଣି ମାଡ କରି ଚାଷୀଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଶେଷରେ ଉଚ୍ଚସ୍ତରୀୟ ବୈଠକ କରାଯାଇ ଧାନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.