ETV Bharat / bharat

Good Friday 2023: ମିଳିଲା ଲମ୍ବା ଛୁଟି, ୧୬୭% ବଢିଲା OYO ବୁକିଂ

author img

By

Published : Apr 7, 2023, 4:13 PM IST

ପୁଣି ବଢିଲା ଓୟୋର ଚାହିଦା । ଗୁଡ୍‌ ଫ୍ରାଇଡେ ଲାଗି ୩ଦିନ ଲମ୍ବା ଛୁଟି ମିଳୁଥିବାରୁ OYOରେ ୧୬୭% ବଢିଲା ବୁକିଂ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଚଳିତ ବର୍ଷ ଗୁଡ୍‌ ଫ୍ରାଇଡେ ଅବସରରେ ମାଲାମାଲ ହୋଇଛି ଓୟୋ । ଲୋକଙ୍କୁ ସୁଲଭ ମୂଲ୍ୟରେ ରହଣି ସୁବିଧା ଯୋଗାଉଥିବା ଓୟୋ ହୋଟେଲଗୁଡ଼ିକରେ ବଢୁଛି ବୁକିଂ । ଗୁ଼ଡ୍‌ ଫ୍ରାଇଡେ ଲାଗି ୩ଦିନ ଲମ୍ବା ଛୁଟି ମିଳୁଥିବାରୁ ଦେଶର ବିଭିନ୍ନ ସ୍ଥାନକୁ ଛୁଟି କାଟିବାକୁ ଗସ୍ତ କରିଛନ୍ତି ଲୋକେ । ଫଳରେ ଓୟୋ ହୋଟେଲରେ ପ୍ରାୟ ୧୬୭ ପ୍ରତିଶତ ଅଧିକ ବୁକିଂ ବଢିଥିବା ନେଇ ସୂଚନା ମିଳିଛି । ଏହି ଲମ୍ବା ଛୁଟିରେ ଲୋକେ ଅଧିକାଂଶ ହିଲ୍‌ ଷ୍ଟେସନ ଓ ବିଚ୍‌ ଡେଷ୍ଟିନେସନ ନିକଟରେ ରହିଥିବା ଓୟୋ ହୋଟେଲରେ ବୁକିଂ କରିଥିବା ନେଇ ଜଣାପଡ଼ିଛି ।

ଗୁଡ୍‌ ଫ୍ରାଇଡେ ଯୋଗୁଁ ଶୁକ୍ରବାର, ଶନିବାର ଓ ରବିବାର ୩ଦିନ ଲମ୍ବା ଛୁଟି ମିଳିଛି । ସମୁଦ୍ରକୂଳ ନିକଟରେ ରହିଥିବା ଓୟୋ ହୋଟେଲ ରୁମରେ ୫୭ ପ୍ରତିଶତ ଅଧିକ ବୁକିଂ ହୋଇଥିବା ବେଳେ ପାର୍ବତ୍ୟାଞ୍ଚଳ ନିକଟରେ ରହିଥିବା ହୋଟେଲରେ ୪୩ ପ୍ରତିଶତ ଅଧିକ ବୁକିଂ ହୋଇଥିବା ନେଇ ଓୟୋ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୨ଟି ସ୍ଥାନରେ ରହିଥିବା ହୋଟେଲଗୁଡ଼ିକର ଚାହିଦା ବୃଦ୍ଧି ପାଇଛି । ସେପଟେ ଧାର୍ମିକ ସ୍ଥାନଗୁଡ଼ିକକୁ ମଧ୍ୟ ଏହି ୱିକେଣ୍ଡରେ ଯାତ୍ରା କରିଛନ୍ତି ଲୋକେ । ବୁକିଂ ଟ୍ରେଣ୍ଡ୍ସରେ ପର୍ଯ୍ୟଟକ କିଛି ଆଧ୍ୟାତ୍ମିକ ତଥା ଧାର୍ମିକ ସ୍ଥାନକୁ ଗସ୍ତ କରି ଓୟୋ ହୋଟେଲରେ ବୁକିଂ କରିଛନ୍ତି ।

ଏହା ବି ପଢନ୍ତୁ-Good Friday: ଜାଣନ୍ତୁ କଣ ରହିଛି ଦିନର ବିଶେଷତ୍ବ

ଏହି ଧାର୍ମିକ ସ୍ଥଳଗୁଡ଼ିକ ମଧ୍ୟରେ ବାରଣାସୀ, ପୁରୀ, ଶିରିଡି, ଅମୃତସର ଓ ହରିଦ୍ବାର ଶୀର୍ଷ ତାଲିକାରେ ରହିଛି । ଓୟୋର ରିପୋର୍ଟ ଅନୁସାରେ ତିରୁପତି ମନ୍ଦିର, ମଥୁରା, ବୃନ୍ଦାବନ, ମଦୁରାଇରେ ମଧ୍ୟ ଅଧିକ ବୁକିଂ ହେଉଛି । ଭାରତର ପୂର୍ବ, ଉତ୍ତର ଓ ପଶ୍ଚିମାଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତକୁ ଅଧିକ ଗସ୍ତ କରିଛନ୍ତି ଲୋକେ । ଏହାସହିତ ଶିଳ୍ପସମୃଦ୍ଧ ସହର ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଓ କୋଲକାତାରେ ମଧ୍ୟ ହୋଟେଲ ବୁକିଂ ସଂଖ୍ୟା ବୃଦ୍ଧି ପାଇଛି । ଆଜିଠୁ ଏହି ଲଙ୍ଗ୍‌ ୱିକେଣ୍ଡ ଆରମ୍ଭ ହୋଇଥିବା ବେଳେ ଆଗକୁ ମଧ୍ୟ ଅଧିକ ବୁକିଂ ହୋଇପାରେ ବୋଲି ହୋଟେଲ ପକ୍ଷରୁ ଆଶା ରଖାଯାଇଛି ।

ଅନ୍ୟପଟେ ଗତ ବର୍ଷରେ ମଧ୍ୟ ଭାରତରେ ହୋଟେଲଗୁଡ଼ିକ ମଧ୍ୟରେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ରହିଥିଲା ଓୟୋ । ଗତବର୍ଷଠାରୁ ଲଙ୍ଗ ୱିକେଣ୍ଡ ଟ୍ରାଭେଲିଂ ଲାଗି ଗ୍ରାହକ ଓୟୋ ହୋଟେଲଗୁଡ଼ିକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ଓୟୋ ମୁଖପାତ୍ର ସୂଚନା ଦେଇଛନ୍ତି । ଏଣୁ ଚଳିତ ବର୍ଷ ଗୁଡ୍‌ ଫ୍ରାଇଡେରେ ମଧ୍ୟ ଲୋକେ ଓୟୋ ହୋଟେଲକୁ ପସନ୍ଦ କରିଛନ୍ତି । ଓୟୋ ନିଜ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ରହଣି ସୁବିଧା ଯୋଗାଉଥିବାରୁ ଲୋକେ ଏହାକୁ ଅଧିକ ପସନ୍ଦ କରିଥାନ୍ତି । ଫଳରେ କ୍ରମାଗତ ଭାବେ ଓୟୋ ଅଧିକ ସଫଳତା ହାସଲ କରିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.