ETV Bharat / bharat

ଗଙ୍ଗାନଦୀ ଜଳରେ ଅମ୍ଲଜାନ ସ୍ତର ବୃଦ୍ଧି, ଉତ୍ତରପ୍ରଦେଶ ପ୍ରଦୂଷଣ ବୋର୍ଡର ସୂଚନା - Ganges water quality improve

ଗଙ୍ଗାନଦୀ ଜଳର ଗୁଣାବତ୍ତାରେ ନିରନ୍ତର ଭାବେ ଉନ୍ନତି ଘଟୁଛି । ଏନେଇ ଉତ୍ତରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ଗଙ୍ଗାନଦୀ ଜଳରେ ଅମ୍ଲଜାନ ସ୍ତରର ବୃଦ୍ଧି, ଉତ୍ତରପ୍ରଦେଶ ପ୍ରଦୂଷଣ ବୋର୍ଡର ସୂଚନା

author img

By

Published : Jan 31, 2021, 10:43 PM IST

ଲକ୍ଷ୍ନୌ: ପବିତ୍ର ଗଙ୍ଗାନଦୀକୁ ଆବର୍ଜନାମୁକ୍ତ ରଖିବାକୁ ମୋଦି ସରକାର ଅନେକ ପ୍ରଚେଷ୍ଟା କରିଛନ୍ତି । ଯାହାର ସଫଳ ରୂପାୟନ ଏବେ ସାମ୍ନାକୁ ଆସିଛି । ଗଙ୍ଗାନଦୀ ଜଳର ଗୁଣବତ୍ତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଜଳରେ ଦ୍ରବୀଭୂତ ଅମ୍ଲଜାନ ସ୍ତରରେ ମଧ୍ୟ ବୃଦ୍ଧି ଘଟିଛି । ଏନେଇ ଉତ୍ତରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

ନିକଟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗଙ୍ଗାନଦୀର ଉପରମୁଣ୍ଡ ଓ ତଳମୁଣ୍ଡରୁ ଜଳ ନମୁନା ସଂଗ୍ରହ କରିଥିଲା । ଯେଉଁଥିରୁ ମିର୍ଜାପୁରରୁ ବାରଣାସୀ ମଧ୍ୟରେ ଗଙ୍ଗାନଦୀ ଜଳ ଗୁଣବତ୍ତାରେ ଉନ୍ନତି ଘଟିଥିବା ସ୍ପଷ୍ଟ ହୋଇଛି । ଏହି ଅଞ୍ଚଳ ମଧ୍ୟରେ ଥିବା 30ଟି ଡ୍ରେନରୁ ନଦୀକୁ ଜଳ ନିଷ୍କାସିତ ହେବା ପୂର୍ବରୁ ପ୍ରାୟ 50 ଏମଏଲଡି ଓ 20 ଏମଏଲଡି ଜଳକୁ ପ୍ରଥମେ ପ୍ରକ୍ରିୟାକରଣ କରାଯାଏ ଏବଂ ପରେ ନିଷ୍କାସିତ କରାଯାଉଥିବାରୁ ନଦୀ ଜଳରେ ଅମ୍ଲଜାନର ମାତ୍ରା ବୃଦ୍ଧି ଘଟିଛି ବା ଗୁଣବତ୍ତାରେ ଉନ୍ନତି ହୋଇଛି ବୋଲି କୁହାଯାଉଛି ।

ବାରଣାସୀର ନାଗଓ୍ବା ଅଞ୍ଚଳରେ ପ୍ରବାହିତ ଗଙ୍ଗାନଦୀର ଉପରମୁଣ୍ଡରେ ଅମ୍ଲଜାନସ୍ତର 9 ରୁ ଉର୍ଦ୍ଧ୍ବ ରହିଛି । ସେହିପରି ତଳମୁଣ୍ଡରେ ଦ୍ରବୀଭୂତ ଅମ୍ଲଜାନ ସ୍ତର 8.2 ଏବଂ 8.5 ରେକର୍ଡ କରାଯାଇଛି । ଗଙ୍ଗା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ କଳିକା ସିଂହଙ୍କ କହିବା ମୁତାବକ, ଜାନୁଆରୀ ପ୍ରଥମ ସପ୍ତାହରୁ 29 ତାରିଖ ଯାଏଁ ବିଚାର କଲେ ଗଙ୍ଗା ଜଳ ଗୁଣବତ୍ତାରେ ନିରନ୍ତର ଭାବେ ଉନ୍ନତି କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.