ETV Bharat / bharat

ଜ୍ଞାନବ୍ୟାପୀ ରାୟରେ ବର୍ଷିଲେ ଓଓ୍ୱେସୀ, କହିଲେ ବାବ୍ରି ମସଜିଦ ରାସ୍ତାରେ ଯାଉଛି ମାମଲା, ଅସ୍ଥିରତା ସୃଷ୍ଟି କରିବ

author img

By

Published : Sep 12, 2022, 9:36 PM IST

ଜ୍ଞାନବ୍ୟାପୀ ମସଜିଦ ବିବାଦ ରାୟ ଆସିବା ପରେ ବର୍ଷିଲେ AIMIM ମୁଖ୍ୟ ଓଓ୍ବେସୀ । କହିଲେ ରାୟ ଅସ୍ଥିରତା ସୃଷ୍ଟି କରିବ । ବାବ୍ରି ମସଜିଦ ମାମଲା ରାସ୍ତାରେ ଯାଉଛି ଏହି ମାମଲାର ଶୁଣାଣି । ହାଇକୋର୍ଟରେ ଦ୍ବାରସ୍ଥ ହେବା ପାଇଁ ମୁସଲିମ ପକ୍ଷକୁ ଦେଲେ ପରାମର୍ଶ । ଅଧିକ ପଢନ୍ତୁ

ଜ୍ଞାନବ୍ୟାପୀ ରାୟରେ ବର୍ଷିଲେ ଓଓ୍ବେସୀ, କହିଲେ ବାବ୍ରି ମସଜିଦ ରାସ୍ତାରେ ଯାଉଛି ମାମଲା, ଅସ୍ଥିରତା ସୃଷ୍ଟି କରିବ

ହାଇଦ୍ରାବାଦ: ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଗାରଗୌରୀ ମନ୍ଦିର ବିବାଦ ମାମଲାରେ ବାରାଣାସୀ ଜିଲ୍ଲା କୋର୍ଟଙ୍କ ରାୟ ପ୍ରକାଶ ପରେ ଏହାକୁ ଟାର୍ଗେଟ କରିଛନ୍ତି AIMIM ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ବେସୀ । ସେ କହିଛନ୍ତି, ଏହି ମାମଲାର ଶୁଣାଣି ପ୍ରକ୍ରିୟା ମଧ୍ୟ ବାବ୍ରି ମସଜିଦ ମାମଲା ରାସ୍ତାରେ ଯାଉଛି । ଏହାର ଫଳାଫଳ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଯାଉଛି ।

  • A destabilising effect will start after this. We're going on the same path as that of the Babri masjid issue. When judgement on Babri Masjid was given, I warned everyone that this will create problems in the country as this judgement was given on the basis of faith: AIMIM chief https://t.co/aeZ7l6FUCI pic.twitter.com/niASIW8Qz6

    — ANI (@ANI) September 12, 2022 " class="align-text-top noRightClick twitterSection" data=" ">

ଆଜି (ସୋମବାର) ବାରାଣାସୀ ଜିଲ୍ଲା କୋର୍ଟଙ୍କ ରାୟକୁ ସାରା ଦେଶରେ ଅପେକ୍ଷା କରାଯାଇଥିବା ବେଳେ ଅପରାହ୍ନରେ ହିନ୍ଦୁ ପକ୍ଷଙ୍କ ସପକ୍ଷରେ ରାୟ ଦେବା ସହ ମୁସଲିମ ପକ୍ଷଙ୍କ ଆବେଦନ ଖାରଜ କରିଥିଲେ କୋର୍ଟ । ତେବେ ରାୟ ପ୍ରକାଶ ପାଇବା ପରେ ହାଇଦ୍ରାବାଦରେ ପ୍ରେସମିଟ କରିଥିଲେ ଓଓ୍ବେସୀ । ସେ କହିଥିଲେ ‘‘ଏହି ରାୟର ଫଳରେ ଅସ୍ଥିରତା ସୃଷ୍ଟି କରିବ । ବାବ୍ରି ମସଜିଦ ମାମଲା ପରି ସମାନ ରାସ୍ତାରେ ମଧ୍ୟ ଏହି ମାମଲାର ଶୁଣାଣି ପ୍ରକ୍ରିୟା ଯାଉଛି । ବାବ୍ରି ମସଜିଦର ମାମଲାର ରାୟ ପ୍ରକାଶ ପାଇବା ବେଳେ ମୁଁ ସମସ୍ତଙ୍କୁ ଅସ୍ଥିରତା ସୃଷ୍ଟି ହେବା ନେଇ ସଚେତନ କରାଇଥିଲେ । ବାବ୍ରି ମସଜିଦ ମାମଲାର ରାୟ ପ୍ରାମାଣିକ ଭାବେ ନୁହେଁ ବରଂ ବିଶ୍ବାସ ଆଧାରରେ ପ୍ରକାଶ କରିଥିଲେ କୋର୍ଟ ।’’

ଆହୁରି ମଧ୍ୟ ସେ ମାମଲା ନେଇ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଛନ୍ତି । ଜିଲ୍ଲା କୋର୍ଟର ଏହି ରାୟକୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରାଯିବା ଉଚିତ ବୋଲି ସେ ଆବେଦନକାରୀ ପକ୍ଷ ଅଞ୍ଜୁମାନ ଇନ୍ତିଜାମିଆ ମସଜିଦ କମିଟିକୁ ପରାମର୍ଶ ଦେଇଛନ୍ତି । 1991 ଓରସିପ ଆକ୍ଟ ଅଧୀନରେ ଉଚ୍ଚ ନ୍ୟାୟାଳୟରେ ଏହି ରାୟ ରଦ୍ଦ ହେବା ନେଇ ମଧ୍ୟ ଓଓ୍ବେସୀ ଆଶା ବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Gyanvapi case: ହିନ୍ଦୁପକ୍ଷର ଆବେଦନ ଗ୍ରହଣ କଲେ ବାରାଣାସୀ ଜିଲ୍ଲା କୋର୍ଟ, ଜ୍ଞାନବ୍ୟାପୀ-ଶୃଙ୍ଗାରଗୌରୀ ମାମଲା ବିଚାରଯୋଗ୍ୟ

ଆଜି ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ଓ ଶୃଙ୍ଗାରଗୌରୀ ମନ୍ଦିର ବିବାଦ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ ପାଇଛି (Gyanvapi Mosque-Shringar Gauri case ) । ହିନ୍ଦୁ ପକ୍ଷ କରିଥିବା ଆବେଦନକୁ ବିଚାରଯୋଗ୍ୟ ଭାବେ ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶର ବାରାଣାସୀ ଜିଲ୍ଲା କୋର୍ଟ । ମସଜିଦ ପରିସରରେ ଥିବା ଶୃଙ୍ଗାରଗୌରୀ ମନ୍ଦିରରେ ଦୈନିକ ପୂଜାର୍ଚ୍ଚନା କରିବା ପାଇଁ ଅନୁମତି ଦେବା ନେଇ ହିନ୍ଦୁ ପକ୍ଷ ଏହି ମାମଲା ଦାଏର କରିଥିଲେ । ବାରାଣାସୀ ଜିଲ୍ଲା କୋର୍ଟ ଜଜ ଏ.କେ ବିିଶ୍ବେଶ (AK Vishvesh) ହିନ୍ଦୁ ପକ୍ଷର ଆବେଦନକୁ ବିଚାରଯୋଗ୍ୟ ଦର୍ଶାଇ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । ଏହାସହ ପ୍ରତିପକ୍ଷ ତଥା ମୁସଲିମ ପକ୍ଷର ଆବେଦନକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି ।

ଏହା ସହିତ କୋର୍ଟଙ୍କ ଏହି ରାୟ ପରେ ବର୍ତ୍ତମାନ ଏହି ମାମଲାର ଶୁଣାଣି ହୋଇପାରିବ । ମେ ମାସ 20 ତାରିଖରେ ସୁପ୍ରିମକୋର୍ଟ ବାରାଣାସୀ ଜିଲ୍ଲା ଜଜଙ୍କୁ ଏହି ଆବେଦନର ଯୋଗ୍ୟତା ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଜିଲ୍ଲା କୋର୍ଟ ଆଜି ଏହି ଆବେଦନକୁ ବିଚାରଯୋଗ୍ୟ ଦର୍ଶାଇ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । ଅଗଷ୍ଟ 24ରେ ଏହି ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଥିଲେ । ଯାହା ଆଜି ଜଣିକିଆ ଖଣ୍ଡପୀଠ ଦ୍ବାରା ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.