ETV Bharat / bharat

Vaccination Drive: କିଶୋର ଟୀକାକରଣ ଦେଶରେ 2 କୋଟି ପାର୍‌

author img

By

Published : Feb 19, 2022, 7:35 AM IST

ଦେଶରେ ଦୁଇ କୋଟି ଛୁଇଁଲା ୧୫ରୁ ୧୮ ବର୍ଷ କିଶୋରଙ୍କ ଟୀକାକରଣ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ବିଟ କରି ଜଣାଇଛନ୍ତି । ଅଧିକ ପଢନ୍ତୁ

Vaccination Drive: ଦେଶରେ 2 କୋଟି ପାର କଲା କିଶୋରଙ୍କ ଟୀକାକରଣ

ନୂଆଦିଲ୍ଲୀ: ଦେଶରେ ଦୁଇ କୋଟି ଛୁଇଁଲା ୧୫ରୁ ୧୮ ବର୍ଷ କିଶୋରଙ୍କ ଟୀକାକରଣ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ବିଟ କରି ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ଯେ, ୧୫ରୁ ୧୮ ବର୍ଷ ବର୍ଗର କିଶୋରମାନେ ବହୁ ସଂଖ୍ୟାରେ ଟୀକାକରଣ ଅଭିଯାନରେ ସାମିଲ ହେଉଛନ୍ତି । ଦେଶରେ ଏବେ କିଶୋରଙ୍କ ଟୀକାକରଣ ଦୁଇ କୋଟି ଅତିକ୍ରମ କରିଛି ।

  • पूरे उत्साह से आगे बढ़ रहा युवाओं का टीकाकरण!

    Young India taking the world's largest vaccination drive to the next level!

    Over 2 crore youngsters between 15-18 age group are now fully vaccinated against #COVID19 💉#SabkoVaccineMuftVaccine pic.twitter.com/hSstms5tDz

    — Dr Mansukh Mandaviya (@mansukhmandviya) February 18, 2022 " class="align-text-top noRightClick twitterSection" data=" ">

ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଟ୍ବିଟ କରି ସୂଚନା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ଏହି ବର୍ଗର ୭୦ ପ୍ରତିଶତରୁ ଅଧିକ କିଶୋର କୋରୋନା ଟିକା ନେଇଛନ୍ତି । ସୂଚନା ଅନୁଯାୟୀ, ଜାନୁଆରୀ ୩ରୁ ଦେଶରେ ଆରମ୍ଭ ହୋଇଥିଲା ୧୫ରୁ ୧୮ବର୍ଷ କିଶୋରଙ୍କ ଟୀକାକରଣ । ଗତବର୍ଷ ଫେବୃୟାରୀ ୨ ତାରିଖରୁ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା ।

ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ତଦୁର୍ଦ୍ଧ ଏବଂ ରୋଗାକ୍ରାନ୍ତ ୪୫ ବର୍ଷ ବୟସ୍କରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ଏହାପରେ ଗତ ଅପ୍ରିଲ ୧ ତାରିଖରୁ ସରକାର ୪୫ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କ ଟୀକାକରଣ ଆରମ୍ଭ କରିଥିଲେ । ଏହାପରେ ମେ ମାସ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଟିକା ଦେବା ପାଇଁ ଅନୁମତି ଦେଇଥିଲେ ସରକାର । ଏହାପରେ ଜାନୁଆରୀ ୩, ୨୦୨୨ରେ ଆରମ୍ଭ ହୋଇଥିଲା ୧୫ରୁ ୧୮ ବର୍ଷ କିଶୋରଙ୍କ ଟୀକାକରଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.