ETV Bharat / bharat

Gold Smuggling: ବର୍ଷେ ମଧ୍ୟରେ ଭାରତରୁ ୮୩୦ କେଜି ସୁନା ଜବତ

author img

By

Published : Dec 5, 2022, 10:47 PM IST

ଦେଶରେ ଚଳିତ ବର୍ଷ ମଧ୍ୟରେ ନିଶାଦ୍ରବ୍ୟ ଓ ସୁନା ଚୋରା ଚାଲାଣ ବୃଦ୍ଧି ପାଇଛି । ଡିଆରଆଇ ରିପୋର୍ଟ ଅନୁସାରେ ଚଳିତ ବର୍ଷ ୮୩୦ କେଜି ସୁନା ଭାରତକୁ ଚାଲାଣ ବେଳେ ଜବତ ହୋଇଛି । ଅଧିକ ପଢନ୍ତୁ

Gold Smuggling: ବର୍ଷେ ମଧ୍ୟରେ ଭାରତରୁ ୮୩୦ କେଜି ସୁନା ଜବତ
Gold Smuggling: ବର୍ଷେ ମଧ୍ୟରେ ଭାରତରୁ ୮୩୦ କେଜି ସୁନା ଜବତ

ନୂଆଦିଲ୍ଲୀ: ବର୍ଷ ୨୦୨୧-୨୨ ମଧ୍ୟରେ ଭାରତରୁ ବିପୁଳ ମାତ୍ରାରେ ସୁନା ଚାଲାଣ ହୋଇଛି । ରିପୋର୍ଟ ଅନୁସାରେ ଏହି ବର୍ଷ ମଧ୍ୟରେ ୮୩୩ କେଜି ଓଜନ ବିଶିଷ୍ଟ ୪୦୫ କୋଟି ଟଙ୍କାର ସୁନା ଚାଲାଣ ହୋଇଥିବା ଜଣାପଡ଼ିଛି (Gold smuggling worth Rs 405 crore in 2021-22) । ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଡିଆରଆଇ ରିପୋର୍ଟ (DRI report released) ମାଧ୍ୟମରେ ସୂଚନା ଦେଇଛନ୍ତି ।

ଡିଆରଆଇ ରିପୋର୍ଟ
ଡିଆରଆଇ ରିପୋର୍ଟ

ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ (DRI) ରିପୋର୍ଟ ଅନୁସାରେ କୋଭିଡ ମହାମାରୀ କଟକଣା ହଟିବା ପରେ ସୁନା ଚୋରା ଚାଲାଣ ମଧ୍ୟ ବୃଦ୍ଧି ପାଇଛି । ୨୦୨୧ ଓ ୨୦୨୨ ମଧ୍ୟରେ ୮୩୩ କିଲୋଗ୍ରାମର ସୁନା ଚାଲାଣ ହୋଇଛି । ଏହି ଚୋରାଚାଲାଣ ମିଆଁମାରରୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ୨୦୧୯-୨୦ ରିପୋର୍ଟ ଅନୁସାରେ ମଧ୍ୟ ପୂର୍ବାଞ୍ଚଳ ଦେଶରୁ ଅଧିକ ମାତ୍ରାରେ ସୁନା ଚୋରା ଚାଲାଣ ହୋଇଥିଲା । କୋରିଅର ମାଧ୍ୟମରେ ସୁନା ଚୋରା ଚାଲାଣ ବୃଦ୍ଧି ପାଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ଡିଆରଆଇ ରିପୋର୍ଟ
ଡିଆରଆଇ ରିପୋର୍ଟ

ଏହା ବି ପଢନ୍ତୁ- ଆଖୁକ୍ଷେତରେ ଖେଳୁଥିଲେ 5 କୋକିଶିଆଳି ଶାବକ, ଆଉ ତାପରେ...

ସେହିପରି ନିଶାଦ୍ରବ୍ୟ କୋକେନର ଚାଲାଣ ମଧ୍ୟ ମାତ୍ରାଧିକ ବୃଦ୍ଧି ପାଇଛି । ୨୦୨୧-୨୨ ମଧ୍ୟରେ ୩୧୦ କେଜି ଓଜନର କୋକେନ ଭାରତକୁ ଆସିଛି । ଏହା ପୂର୍ବରୁ ୨୦୨୦ ମସିହାରେ ୮.୬୬୭ କେଜି ଓଜନ ଓ ୨୦୧୯ ମସିହାରେ ୧.୧୦୮ କେଜି ଓଜନର କୋକେନ ଭାରତକୁ ଆସିଥିଲା । ଏହାସହିତ ଡିଆରଆଇ ୨୦୨୧-୨୨ ମସିହାରେ ଦେଶରେ ୨୭ ମେଗା ଟନ ଗଞ୍ଜେଇ ଜବତ କରିଛି । ମଧ୍ୟପ୍ରଦେଶ, ତ୍ରିପୁରା, ଉତ୍ତରପ୍ରଦେଶରୁ ଯଥାକ୍ରମେ ୫୮୪୬ କେଜି, ୪୨୬୪ କେଜି ଓ ୩୧୪୧ କେଜି ଗଞ୍ଜେଇ ଜବତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.