ETV Bharat / bharat

୫୯ ରାଷ୍ଟ୍ରରେ ମାଡିଲାଣି Omicron - ୫୯ ରାଷ୍ଟ୍ରରେ ଓମିକ୍ରନ ମାମଲା ଚିହ୍ନଟ

୫୯ଟି ରାଷ୍ଟ୍ରରେ ମାଡିଲାଣି ଓମିକ୍ରନ । ଦିନକୁ ଦିନ ବିଗିଡିବାରେ ଲାଗିଛି ୟୁରୋପୀୟ ରାଷ୍ଟ୍ରର ସ୍ଥିତି । ଏବେସୁଦ୍ଧା ୫୯ଟି ଦେଶରୁ ୨,୯୩୬ଟି ମାମଲା ଚିହ୍ନଟ ହୋଇଥିବା ସୂଚନା । ଅଧିକ ପଢନ୍ତୁ

୫୯ ରାଷ୍ଟ୍ରରେ ମାଡିଲାଣି ଓମିକ୍ରନ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା

author img

By

Published : Dec 11, 2021, 12:52 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ବକୁ ଘାରିଛି ଓମିକ୍ରନ ଭୟ । ଏବେସୁଦ୍ଧା ୫୯ରୁ ଊର୍ଦ୍ଧ୍ବ ରାଷ୍ଟ୍ରରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇସାରିଛି । ବିଭିନ୍ନ ରାଷ୍ଟ୍ରରେ ସଂକ୍ରମଣ ହୁ ହୁ ହୋଇ ବଢୁଛି । ଏଯାବତ୍ ବିଭିନ୍ନ ରାଷ୍ଟ୍ରରୁ ମୋଟ ୨,୯୩୬ଟି କେସ୍ ସାମ୍ନାକୁ ଆସିଛି ଏବଂ ୭୮,୦୫୪ଟି ସାମ୍ଭାବ୍ୟ ମାମଲା ଚିହ୍ନଟ ହୋଇଛି, ଯାହାର ଜିନମ୍ ସିକ୍ୟୁଏନ୍ସିଂ ଚାଲିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମସଚିବ ଲଭ ଅଗ୍ରୱାଲ(Lav Agarwal) କହିଛନ୍ତି ଯେ, ନଭେମ୍ବର ୨୪ ସୁଦ୍ଧା ମାତ୍ର ଦୁଇଟି ରାଷ୍ଟ୍ରରେ ଓମିକ୍ରନ ମାମଲା ଠାବ ହୋଇଥିଲା । ହେଲେ ଏହା ଏବେ ୫୯ ରାଷ୍ଟ୍ରକୁ ବ୍ୟାପି ସାରିଲାଣି । ବର୍ତ୍ତମାନ ଭାରତରେ ୨୫ଟି ଓମିକ୍ରନ କେସ୍ ଚିହ୍ନଟ ହୋଇଛି । ଏହି ଆକ୍ରାନ୍ତଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି ।

ଭାରତର ପାଇଁ ଆଶ୍ବସ୍ତିକର ବିଷୟ ହେଉଛି ଯେ, ଗତ ୧୪ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ୧୦ ହଜାର ତଳେ ରହୁଛି । ଗତ ସପ୍ତାହରେ ମୋଟ ପଜିଟିଭ ହାର ୦.୭୩ ପ୍ରତିଶତ ରେକର୍ଡ ହୋଇଛି । ମହାରାଷ୍ଟ୍ର ଏବଂ କେରଳରେ ହିଁ ସକ୍ରିୟ ମାମଲା ସର୍ବାଧିକ ଥିବା ଲଭ ଅଗ୍ରୱାଲ(Lav Agarwal) ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଓମିକ୍ରନର କେନ୍ଦ୍ରସ୍ଥଳୀ ପାଲଟିଛି । ବ୍ରିଟେନରେ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି ମାମଲା । ବେସ୍ତୋୱାନା, ଘାନା, ମୋଜାମ୍ବିକ, ନାଇଜେରିଆ, ସେନେଗାଲ ଏବଂ ଉଗାଣ୍ଡା ଆଦି ରାଷ୍ଟ୍ରରେ ବି ଏହି କେସ୍ ସାମ୍ନାକୁ ଆସିଛି । ୧୯ଟି ୟୁରୋପୀୟ ରାଷ୍ଟ୍ରରେ ଏଯାବତ୍ ୩୧୪ ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ଆଗକୁ ୟୁରୋପୀୟ ଦେଶରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି କୁହାଯାଉଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.