ETV Bharat / bharat

ବିଭିନ୍ନ ରାଜ୍ୟରେ ୩.୨୯ କୋଟି କୋଭିଡ ଟିକା ଉପଲବ୍ଧ

ଦେଶରେ ଉପଲବ୍ଧ ଓ ବ୍ୟବହାର ହୋଇନଥିବା କୋଭିଡ ଭ୍ୟାକ୍ସିନର ତଥ୍ୟ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ବିଭିନ୍ନ ରାଜ୍ୟରେ ଏବେବି କୋଭିଡ ଭ୍ୟାକ୍ସିନ ଉପଲବ୍ଧ ରହିଛି । ଅଧିକ ପଢ଼ନ୍ତୁ...

author img

By

Published : Jul 25, 2021, 6:31 PM IST

ବିଭିନ୍ନ ରାଜ୍ୟରେ ୩.୨୯ କୋଟି କୋଭିଡ ଟିକା ଉପଲବ୍ଧ
ବିଭିନ୍ନ ରାଜ୍ୟରେ ୩.୨୯ କୋଟି କୋଭିଡ ଟିକା ଉପଲବ୍ଧ

ନୂଆଦିଲ୍ଲୀ : ଦେଶରେ ଉପଲବ୍ଧ ଓ ବ୍ୟବହାର ହୋଇନଥିବା କୋଭିଡ ଭ୍ୟାକ୍ସିନର ତଥ୍ୟ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ବିଭିନ୍ନ ରାଜ୍ୟରେ ଏବେବି କୋଭିଡ ଭ୍ୟାକ୍ସିନ ଉପଲବ୍ଧ ରହିଛି । ବର୍ତ୍ତମାନ ୩ କୋଟି ୨୯ ଲକ୍ଷ ଡୋଜ୍ କୋଭିଡ ଭ୍ୟାକ୍ସିନ ବିଭିନ୍ନ ରାଜ୍ୟରେ ଉପଲବ୍ଧ ରହିଛି । ଏହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ମହାମାରୀ କୋରୋନା ସହ ମୁକାବିଲା କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରାୟ ୪୫ କୋଟି ୩୭ ଲକ୍ଷ କୋଭିଡ ଟିକା ଯୋଗାଇ ଦିଆଯାଇଛି । ଏହାସହ ୧୧ ଲକ୍ଷ ୭୯ ହଜାର ୧୦ ଟିକା ଅନେକ ରାଜ୍ୟକୁ ଯୋଗାଇ ଦେବାକୁ ପ୍ରସ୍ତୁତ ହୋଇ ରହିଛି । ଏହାକୁ ନେଇ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

ଗତ ଜୁନ ମାସ ୨୧ ତାରିଖରୁ କୋଭିଡ ଟିକା ଯୋଗାଣର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମାଗଣାରେ କୋଭିଡ ଟିକା ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର । ୭୫ ପ୍ରତିଶତ କୋଭିଡ ଭ୍ୟାକ୍ସିନ ଭାରତରେ ପ୍ରସ୍ତୁତ ହେଉଛି । ଆଗକୁ ଏହି ପରିମାଣ ଅଧିକ କରିବାକୁ ପ୍ରୟାସ କରାଯାଉଛି ।

କୋରୋନାର ଦ୍ବିତୀୟ ଲହରରେ ଦେଶରେ ସ୍ବାସ୍ଥ୍ୟ ଅବସ୍ଥା ଭୁଷୁଡ଼ି ପଡ଼ିଛି । ଏହି କୋଭିଡ ଭ୍ୟାକ୍ସିନରୁ ବର୍ତ୍ତିବା ପାଇଁ ଯଥାଶୀଘ୍ର ଲୋକଙ୍କୁ ଟିକା ନେବାକୁ କୁହାଯାଉଛି । ଏଥିପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ଚେଷ୍ଟା କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.