ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷ ହେବ କୋରୋନା କୋପରେ ଆଉଟ ପାଉଟ ହେଉଛି ବିଶ୍ବ । ମହାମାରୀ କେତେ ଯେ ଜୀବନ ନେଲାଣି ତାର ହିସାବ ନାହିଁ । କୋରୋନା ଅନେକଙ୍କ ଠାରୁ ସେମାନଙ୍କ ଆତ୍ମୀୟଙ୍କୁ ଛଡାଇ ନେଇଛି । ରାଜଧାନୀ ଦିଲ୍ଲୀରେ ନିଜର ପ୍ରିୟଜନଙ୍କୁ ହରାଇଥିବା ମୋଟ 21,914 ପରିବାର ଦିଲ୍ଲୀ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (DDRF) ରୁ 50,000 ଟଙ୍କା ସହାୟତା ସରକାରୀ ସୁତ୍ରରୁ ଜଣାପଡିଛି । ମୁଖ୍ୟମନ୍ତ୍ରୀ କୋଭିଡ-୧୯ ପରିବାର ଆର୍ଥିକ ସହାୟତା ଯୋଜନାରେ ଅଧୀନରେ ଏହି ସହାୟତା ପାଇଛନ୍ତି ।
ଦିଲ୍ଲୀରେ ମୋଟ ୨୫ ହଜାର ୫୮୬ ଲୋକ କୋରୋନାରେ ପ୍ରାଣ ହରାଇଛନ୍ତି । ସେଥିମଧ୍ୟରୁ ୨୧ ହଜାର ୪୧୪ ଜଣଙ୍କ ପରିବାରକୁ ୫୦ ହଜାର ଟଙ୍କା ଏକକାଳୀନ ଏକ୍ସ-ଗ୍ରାଟିଆ ସହାୟତା ରାଶି ପ୍ରଦାନ କରାଯାଇଛି । ଅବଶିଷ୍ଟ ଆବେଦନ ପ୍ରକ୍ରିୟା ଚାଲିଛି। ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଗତ ଶନିବାର ଦିନ 11 ଟି ଜିଲ୍ଲାକୁ 100 କୋଟି ଟଙ୍କା ଅତିରିକ୍ତ ରାଶି ପ୍ରଦାନ କରିଛି ଯେଉଁଥିରେ କୋଭିଡରେ ମୃତ୍ୟୁ ହୋଇଥିଲା ଲୋକଙ୍କ ସମ୍ପର୍କୀୟଙ୍କୁ 50,000 ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯାଇଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି ।
100 କୋଟି ଟଙ୍କାର ନୂତନ ପାଣ୍ଠି ଚଳିତ ମାସ ଆରମ୍ଭରେ ବୃ୍ଦ୍ଧି କରାଯାଇଛି । ଗତ ବର୍ଷ ଜୁନରେ ମୁଖ୍ୟମନ୍ତ୍ରୀ କୋଭିଡ-୧୯ ପରିବାର ଆର୍ଥିକ ସହାୟତା ଯୋଜନା ଅଧୀନରେ ଏହା ସ୍ଥିର ହୋଇଥିଲା । ଦିଲ୍ଲୀ ସରକାରଙ୍କ ସାମାଜିକ କଲ୍ୟାଣ ବିଭାଗ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇଥିଲା ପରିବାରକୁ ମଧ୍ୟ ମାସିକ ୨ ହଜାର ୫ ଶହ ଟଙ୍କା ଆର୍ଥିକ ସହାୟତା ରାଶି ଯୋଗାଇ ଦେଉଛି । ଏହା ସହ ଅନାଥ ଆଶ୍ରମରେ ଥିବା ପିଲାମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ଦିଲ୍ଲୀ ସରକାର ।
@PTI