ETV Bharat / bharat

୩ବର୍ଷରେ ଟ୍ରେନ ଟ୍ରାକରେ ଯାଇଛି ୧ଲକ୍ଷରୁ ଅଧିକ ଗାଈଙ୍କ ଜୀବନ: ଅଶ୍ବିନୀ - କେନ୍ଦ୍ର ରେଳମନ୍ତ୍ରୀ

ରେଲୱେ ଟ୍ରାକରେ ଗୋ-ଦୁର୍ଘଟଣା ନେଇ ତଥ୍ୟ ରଖିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏଭଳି ଦୁର୍ଘଟଣାରେ ଗତ ୩ବର୍ଷରେ ୧ଲକ୍ଷରୁ ଅଧିକ ଗାଈଙ୍କ ଜୀବନ ଯାଇଥିବା ସେ କହିଛନ୍ତି । ଅଧିକ ପଢନ୍ତୁ

Railway Minister in Rajya Sabha
Railway Minister in Rajya Sabha
author img

By

Published : Feb 3, 2023, 8:02 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଟ୍ରେନ ଧକ୍କାରେ ଗୋ ମୃତ୍ୟୁକୁ ନେଇ ତଥ୍ୟ ରଖିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଗତ ୩ ବର୍ଷରେ ଟ୍ରେନ ଧକ୍କାରେ ପ୍ରାୟ ୧ ଲକ୍ଷରୁ ଅଧିକ ଗାଈଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ରାଜ୍ୟସଭାରେ ୨୦୧୦ରୁ ୨୦୨୩ (ଜାନୁଆରୀ ୨୩) ମଧ୍ୟରେ ହୋଇଥିବା ଗୋ-ଦୁର୍ଘଟଣାର ଏହି ତଥ୍ୟ ଦେଇଛନ୍ତି ଅଶ୍ବିନୀ । ଗୋ-ଦୁର୍ଘଟଣା ଯୋଗୁଁ ପ୍ରାୟ ୧ ଲକ୍ଷ ୩୨ ହଜାର ୨୫ଟି ଟ୍ରେନ ବିଳମ୍ବରେ ଯାତ୍ରା କରିଥିବା ସେ କହିଛନ୍ତି ।

ରେଳମନ୍ତ୍ରୀଙ୍କ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁସାରେ ଗତ ୨୦୨୧-୨୦୨୨ ମଧ୍ୟରେ ଅଧିକ ଗୋ-ଦୁର୍ଘଟଣା ଘଟିଛି । ୨୦୧୯-୨୦୨୦ରେ ଟ୍ରେନ ଟ୍ରାକରେ ୨୮ ହଜାର ୭୨୭ଟି ଗାଈଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୨୨-୨୦୨୩ ମଧ୍ୟରେ ୨୬ ହଜାର ୧୮୦ ଓ ୨୦୨୦-୨୦୨୧ ମଧ୍ୟରେ ୧୯ ହଜାର ୯୬୦ଟି ଗାଈଙ୍କ ଟ୍ରେନ ଟ୍ରାକରେ ଜୀବନ ଯାଇଛି । ଟ୍ରେନଲାଇନରେ ଗୋ-ଦୁର୍ଘଟଣା ଯୋଗୁଁ ଅନେକ ଟ୍ରେନ ବିଳମ୍ବରେ ଯାତ୍ରା କରିଥିବା ମଧ୍ୟ ମନ୍ତ୍ରୀ କହିଛନ୍ତି । ଏହି ଦୁର୍ଘଟଣା ଯୋଗୁଁ ସର୍ବାଧିକ ଟ୍ରେନ ୨୦୧୯-୨୦୨୦ ମଧ୍ୟରେ ଯାତ୍ରା କରିଛି । ଏଥିରେ ୩୭ ହଜାର ୬୭ଟି ଟ୍ରେନ ବିଳମ୍ବରେ ଚାଲିଥିବା ସେ କହିଛନ୍ତି ।

ଏହା ବି ପଢନ୍ତୁ- Akhilesh Convoy Accident: ଅଖିଳେଶଙ୍କ ଏସକର୍ଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୩ ଆହତ

ସେହିପରି ୨୦୨୧-୨୦୨୨ ମଧ୍ୟରେ ୩୬ ହଜାର ୬୦ଟି ଟ୍ରେନ ଓ ୨୦୨୨-୨୩ ମଧ୍ୟରେ ୩୫ ହଜାର ୭୩୪ଟି ଟ୍ରେନ ଓ ୨୦୨୦-୨୦୨୧ ମଧ୍ୟରେ ୨୩ ହଜାର ୧୬୪ଟି ଟ୍ରେନ ବିଳମ୍ବରେ ଯାତ୍ରା କରିଛି । ଗୋ-ଦୁର୍ଘଟଣା ଯୋଗୁଁ ରେଳ ବିଭାଗକୁ କ୍ଷତି ସମ୍ପର୍କରେ ପ୍ରଶ୍ନରେ ରେଳମନ୍ତ୍ରୀ ଉତ୍ତର ଦେଇଛନ୍ତି ଯେ କ୍ଷତିର ପରିମାଣ ଅପେକ୍ଷାକୃତ କମ । କାରଣ ରେଳଲାଇନରୁ ଗାଈମାନଙ୍କୁ ହଟାଇବା ଲାଗି କ୍ୟାଟେଲ ଗାର୍ଡଙ୍କୁ ନିୟୋଜିତ କରାଯାଇଛି । ଏଥିଲାଗି କ୍ଷତିର ପରିମାଣ କମ ରହିଛି । ବିଦ୍ୟୁତଚାଳିତ ଓ ଡିଜେଲ ଚାଳିତ ଲୋକୋମୋଟିଭ ସାହାଯ୍ୟରେ ଗାର୍ଡମାନେ ଗୋରୁମାନଙ୍କୁ ହଟାଇଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.