ନୂଆଦିଲ୍ଲୀ: ସାରା ଦେଶରେ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ । ତେବେ ସଂଧ୍ୟାରେ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକରେ ଟିକାକରଣ ଅଭିଯାନ ଉପରେ ଚର୍ଚ୍ଚା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ତେବେ ପ୍ରଥମ ଦିନରେ 1,91,181 ସ୍ବାସ୍ଥ୍ୟକର୍ମୀଙ୍କୁ କୋଭିଡ ଟିକାର ପ୍ରଥମ ଡୋଜ ଦିଆଯାଇଥିବା ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଶନିବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ ସାରା ଦେଶରେ 3351ଟି କେନ୍ଦ୍ରରେ କୋରୋନା ଟିକାକରଣ ହୋଇଛି । ଉଭୟ କୋଭାକ୍ସିନ ଏବଂ କୋଭିସିଲ୍ଡ ଟିକା ଦିଆଯାଇଛି । 1 ଲକ୍ଷ 91 ହଜାର 181 ଲୋକ ଏପର୍ଯ୍ୟନ୍ତ କୋରୋନା ଟିକା ନେଇଥିବା କୁହାଯାଇଛି । ତେବେ ଟିକା ନେବା ପରେ କେହି ବି ସ୍ବାସ୍ଥ୍ୟଗତ ସମସ୍ୟା କରାଣରୁ ହସ୍ପିଟାଲରେ ଭର୍ତ୍ତି ନ ହୋଇଥିବା ଜଣାପଡିଛି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି, କୋଭିଡ ବିରୋଧ ଲଢେଇରେ ଟିକାକରଣ ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ପାଇଁ ଏକ ଲାଇଫ ଲାଇନ ସାବ୍ୟସ୍ତ ହୋଇଛି । ଏହା ନିଶ୍ଚିତ ଯେ କୋରୋନା ବିରୋଧରେ ଲଢେଇର ଗତି ଆହୁରି ଶୀଘ୍ର ହେବ ବୋଲି ସେ କହିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଡାକ୍ତରୀ ଟିକା ସହିତ ସାମାଜିକ ଟିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଗୁଜବ ପ୍ରଚାରରେ ପ୍ରଭାବିତ ହୁଅନ୍ତୁ ନାହିଁ । ସେ କହିଛନ୍ତି ଯେ ଟିକାକରଣ ପରେ ମଧ୍ୟ ସାମାଜିକ ଦୂରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ଦେଶର ଅନେକ ବଡ ଡାକ୍ତର କରୋନା ଟିକା ନେଇଛନ୍ତି। ଆମକୁ ଉଭୟ ଔଷଧ ଏବଂ କଠୋରତା ଅନୁପାଳନ କରିବାକୁ ପଡିବ । ଆମେ ସଫଳତାର ସହିତ ଆଡକୁ ଗତି କରୁଛୁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।