ETV Bharat / bharat

Anthrax Outbreak: କେରଳରେ ମାଡୁଛି ଆନ୍ଥ୍ରାକ୍ସ, ମରୁଛନ୍ତି ବଣୁଆ ଘୁଷୁରୀ - କେରଳରେ ମାଡୁଛି ଆନ୍ତ୍ରାକ୍ସ

କେରଳରେ ମାଡୁଛି ଆନ୍ଥ୍ରାକ୍ସ ରୋଗ । କେରଳର ଆଥିରାପଲ୍ଲୀ ଜଙ୍ଗଲ ଅଞ୍ଚଳରେ ଏହି ରୋଗରେ ଅନେକ ପଶୁଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Anthrax Outbreak: କେରଳରେ ମାଡୁଛି ଆନ୍ତ୍ରାକ୍ସ

author img

By

Published : Jun 30, 2022, 5:18 PM IST

ଥିରୁଅନନ୍ତପୁରମ: କେରଳରେ ମାଡୁଛି ଆନ୍ଥ୍ରାକ୍ସ ରୋଗ । କେରଳର ଆଥିରାପଲ୍ଲୀ ଜଙ୍ଗଲ ଅଞ୍ଚଳରେ ଏହି ରୋଗରେ ଅନେକ ପଶୁଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ସ୍ପଷ୍ଟ କରିଛନ୍ତି ଯେ, "ଆଥିରାପଲ୍ଲୀ ଜଙ୍ଗଲ ଅଞ୍ଚଳରେ ବଣୁଆ ଘୁଷୁରୀମାନେ ଆନ୍ଥ୍ରାକ୍ସ ରୋଗର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ପକ୍ଷରୁ ଜାରି କରାଯାଇଥିବା ଏକ ତଥ୍ୟରେ କୁହାଯାଇଛି ଯେ, ଆଥିରାପଲ୍ଲୀ ଜଙ୍ଗଲ ଅଞ୍ଚଳରେ ଆନ୍ଥ୍ରାକ୍ସ ରୋଗ ଯୋଗୁଁ ହିଁ ମୃତ୍ୟୁ ହୋଇଛି । ଏନେଇ ପଶୁପାଳନ ବିଭାଗ ଏବଂ ଜଙ୍ଗଲ ବିଭାଗ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏମାନଙ୍କ ରକ୍ତନମୁନା ସଂଗ୍ରହ କରାଯାଇ ପରୀକ୍ଷା କରିବା ପରେ ଜଣାପଡିଲା ଯେ, ଆନ୍ଥ୍ରାକ୍ସ ରୋଗ ପାଇଁ ହିଁ ମୃତ୍ୟୁ ହୋଇଛି ।"

ଆନ୍ଥ୍ରାକ୍ସ ରୋଗର ବିସ୍ତାରକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷର ତୁରନ୍ତ ପଦକ୍ଷେପ ନିଆଯାଉଛି । ଏହି ଭୂତାଣୁ ମାଟିରେ ପରିଲକ୍ଷିତ ହେଉଥିବା ବେଳେ ବନ୍ୟଜନ୍ତୁମାନେ ମାଟିରେ ସଂସ୍ପର୍ଶରେ ଆସିବା ଫଳରେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ମୃତ ବନ୍ୟଜନ୍ତୁମାନଙ୍କ ମୃତଦେହକୁ ଉଦ୍ଧାର କରୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ଏହାକୁ କିଛି ମାତ୍ରାରେ ରୋକିବା ପାଇଁ ପ୍ରତିରୋଧକ ଔଷଧ ଦିଆଯାଉଛି । ଏହାସହ ଜନସାଧାରଣକୁ ବନ୍ୟଜନ୍ତୁମାନଙ୍କ ସଂସ୍ପର୍ଶରେ ନଆସିବା ପାଇଁ ପରାମର୍ଶ ଦିଆଯାଇଥିବା ନେଇ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.