ETV Bharat / bharat

PM Modi Tripura Visit: ଫୋକସରେ ଉତ୍ତର-ପୂର୍ବ ଭାରତର ସମୂହ ବିକାଶ କହିଲେ ମୋଦି

author img

By

Published : Dec 18, 2022, 8:32 PM IST

ପ୍ରଧାନମନ୍ତ୍ରୀ ମୋଦି ଆଜି ତ୍ରିପୁରା ଗସ୍ତ କରି (PM Modi Tripura Visit) ୪,୩୫୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ତେବେ ଉତ୍ତର-ପୂର୍ବ ଭାରତର ସାମାଜିକ ଭିତ୍ତିଭୂମି,ଡିଜିଟାଲର ବିକାଶ ଲକ୍ଷ୍ୟ ରହିଥିବା ଜନସଭାରେ ଉଦବୋଧନ ଦେଇ କହିଛନ୍ତି ମୋଦି । ଅଧିକ ପଢନ୍ତୁ

PM Modi Tripura Visit
ଫୋକସରେ ଉତ୍ତର ପୂର୍ବ ଭାରତର ବିକାଶ

ଅଗରତାଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତ୍ରିପୁରା ଗସ୍ତ କରି ସେଠାରେ ୪,୩୫୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିବା ସହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି (PM Modi Tripura Visit) । ଏହି ଅବସରରେ କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି । କେନ୍ଦ୍ର ସରକାର ଦେଶର ଉତ୍ତର-ପୂର୍ବାଞ୍ଚଳର ସାମାଜିକ ଭିତ୍ତିଭୂମି ଓ ଡିଜିଟାଲର ବିକାଶ ଲାଗି ଲକ୍ଷ୍ୟ ରଖିଥିବା ସେ କହିଛନ୍ତି ।

ଆଜି ମୋଦି ରାଜଧାନୀ ଅଗରତାଲାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ) ଅଧୀନରେ ଗୃହ ପ୍ରବେଶ ପ୍ରୋଗ୍ରାମକୁ ଲଞ୍ଚ କରିଥିଲେ । ଏହି ସମୟରେ ସେ ଜନସଭାରେ ଉଦବୋଧନ ଦେଇ କହିଥିଲେ ଯେ ଏବେ ସମୟ ବଦଳିଛି । ତ୍ରିପୁରା ଏବେ ସ୍ବଚ୍ଛତା ଓ ଭିତ୍ତିଭୂମି ବିକାଶ ନେଇ ଚର୍ଚ୍ଚାରେ ରହିଛି । ରାଜ୍ୟରେ ସ୍ବଚ୍ଛତା ବଜାୟ ରଖିଥିବାରୁ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟବାସୀଙ୍କ ଉଦ୍ୟମରୁ ଏହା ସଫଳ ହୋଇଥିବା ସେ କହିଥିବା ବେଳେ ରାଜ୍ୟରେ ଥିବା ଦନ୍ତ ଚିକିତ୍ସାଳୟ ପାଇଁ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ବି ପଢନ୍ତୁ- ଆଜି ଉତ୍ତର-ପୂର୍ବାଞ୍ଚଳରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ମୋଦି ଆହୁରି କହିଛନ୍ତି, "ଗତ ୮ବର୍ଷ ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳରେ ଅନେକ ଜାତୀୟ ରାଜପଥ ନିର୍ମାଣ ହେବା ସହ ଗ୍ରାମାଞ୍ଚଳକୁ ଯୋଗାଯୋଗ କରୁଛି । ଅଗରତାଲାରେ ଥିବା ମହାରାଜା ବୀର ବିକ୍ରମ ସିଂ ବିମାନ ବନ୍ଦରକୁ ଯୋଗାଯୋଗ ମଧ୍ୟ ହୋଇପାରିଛି । ଆମ ଡବଲ ଇଞ୍ଜିନ ସରକାର ଏହି ଅଞ୍ଚଳର ବିକାଶ ନେଇ ଲକ୍ଷ୍ୟ ରଖିଛି । ତ୍ରିପୁରା ଏହି ବିଗତ ବର୍ଷ ମଧ୍ୟରେ ଦ୍ରୁତ ଗତିରେ ବିକାଶ ପଥରେ ଆଗେଇ ଚାଲିଛି । ତ୍ରିପୁରାର ସର୍ବାଙ୍ଗ ବିକାଶ ଲାଗି କେନ୍ଦ୍ର ସରକାର ଫୋକସ ରଖିଛନ୍ତି ।" ତ୍ରିପୁରାର ବିକାଶ ପାଇଁ ସରକାର କୋଟିକୋଟି ଅର୍ଥ ବ୍ୟୟ କରୁଛନ୍ତି ଏବଂ ରାଜ୍ୟ ସରକାର ଏହାକୁ ତୃଣମୂଳ ସ୍ତରରେ ବିନିଯୋଗ କରୁଛନ୍ତି ।"

ଏହା ସହିତ ଆଦିବାସୀ ସମ୍ପ୍ରଦାୟର ମଙ୍ଗଳ ପାଇଁ ସରକାର କାର୍ଯ୍ୟ କରୁଥିବା ମଧ୍ୟ କହିଛନ୍ତି ମୋଦି । ଗୁଜୁରାଟ ନିର୍ବାଚନରେ ଅନୁସୂଚିତ ଜନଜାତିଙ୍କ ପାଇଁ ଥିବା ୨୭ଟି ସିଟ୍‌ରୁ ବିଜେପି ୨୪ ଆସନରେ ବିଜୟୀ ହୋଇଛନ୍ତି । ଜନଜାତି ସମ୍ପ୍ରଦାୟର ବିକାଶ ପାଇଁ ମଧ୍ୟ ସରକାର କାର୍ଯ୍ୟ କରୁଛନ୍ତି । ପ୍ରତିବର୍ଷ ନଭେମ୍ବର ୧୫ ତାରିଖକୁ 'ଜନଜାତି ଗୌରବ ଦିବସ' ଭାବେ ପାଳନ କରିବା ଲାଗି ପ୍ରଥମେ ବିଜେପି ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଛି । ଆଗାମୀ ଦିନରେ ଉତ୍ତର-ପୂର୍ବର ବିକାଶ ପାଇଁ ଏକ ରୋଡ ମ୍ୟାପ ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି ।

ରବିବାର ପ୍ରଧାନମନ୍ତ୍ରୀ ମୋଦି ଅଗରତାଲାରେ ଏକ ରୋଡ ଶୋ' କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ଲାଗି ରାସ୍ତାର ୨ ପାର୍ଶ୍ବରେ ଲୋକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା । ବିମାନବନ୍ଦରରୁ ସଭାସ୍ଥଳୀ ପର୍ଯ୍ୟନ୍ତ ରାସ୍ତାକଡରେ ଠିଆ ହୋଇ ସ୍ବାଗତ କରିଥିବା ଲୋକଙ୍କୁ ମୋଦି ଧନ୍ୟବାଦ ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.