ETV Bharat / bharat

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଲତା ଦିଦିଙ୍କୁ ମନେ ପକାଇଲେ ମୋଦି, ସେୟାର କଲେ ଶେଷ ଶ୍ଲୋକ

PM Modi on Lata Mangeshkar: ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ଲତା ଦିଦିଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ । ସେୟାର କଲେ ଦିଦିଙ୍କର ଶେଷ ଶ୍ଲୋକ । ଅଧିକ ପଢନ୍ତୁ

PM Modi on Lata Mangeshkar
ଲତା ଦିଦିଙ୍କୁ ମନେ ପକାଇଲେ ମୋଦି
author img

By ETV Bharat Odisha Team

Published : Jan 17, 2024, 2:16 PM IST

ନୂଆଦିଲ୍ଲୀ: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ଉତ୍ସବକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ଆସନ୍ତା 22 ତାରିଖରେ ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଥିବା ବେଳେ ଜାନୁଆରୀ 16 ତାରିଖରୁ ରୀତିନୀତି ଆରମ୍ଭ ହୋଇଛି । ରାମ ମନ୍ଦିରର ଏହି ବିଶାଳ ସମାରୋହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ଶ୍ରୀ ରାମଙ୍କ ଭକ୍ତିରେ ଲୀନ ହୋଇ ଅନେକ ଭଜନ ଏବଂ ଶ୍ଲୋକ ସେୟାର କରିଛନ୍ତି । ହରହରନ, ଜୁବିନ ନୌଟିୟାଲ, ସ୍ବାତୀ ମିଶ୍ର, ସୂର୍ଯ୍ୟଗାୟତ୍ରୀ ଭଜନ ପରେ ଏବେ ମୋଦି କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ଏକ ମନମୁଗ୍ଧକର ଶ୍ଲୋକ ସେୟାର କରିଛନ୍ତି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଲତା ଦିଦିଙ୍କୁ ମନେ ପକାଇଛନ୍ତି ମୋଦି । ଏହା ଲତା ଦିଦିଙ୍କର ଶେଷ ଶ୍ଲୋକ । ଆସନ୍ତା 22 ତାରିଖକୁ ଦେଶବାସୀ ଅପେକ୍ଷା କରି ରହିଛନ୍ତି । ଯେଉଁ ବିଶିଷ୍ଟ ବ୍ୟକ୍ତି ବିଶେଷ ଏଥିରୁ ବଞ୍ଚିତ ରହିବେ ସେମାନଙ୍କ ମଧ୍ୟରୁ ଆମ ଲତା ଦିଦି ଅନ୍ୟତମ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

  • As the nation awaits 22nd January with great enthusiasm, one of the people who will be missed is our beloved Lata Didi.

    Here is a Shlok she sung. Her family told me that it was the last Shlok she recorded. #ShriRamBhajanhttps://t.co/MHlliiABVX

    — Narendra Modi (@narendramodi) January 17, 2024 " class="align-text-top noRightClick twitterSection" data=" ">

ଲତା ଦିଦିଙ୍କ ଶ୍ଲୋକ ସେୟାର କଲେ ମୋଦି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ଏକ୍ସ ହ୍ୟାଣ୍ଡେଲରେ ଲତା ମଙ୍ଗେସକରଙ୍କ ଏକ ମନମୁଗ୍ଧକର ରାମ ଶ୍ଲୋକ ସେୟାର କରିଛନ୍ତି । ଏହା ସହ ମୋଦି ଲେଖିଛନ୍ତି, " 22 ଜାନୁଆରୀ ପାଇଁ ଦେଶ ଉତ୍ସାହର ସହିତ ଅପେକ୍ଷା କରିଛି । ଯେଉଁ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁପସ୍ଥିତି ବାରି ହେବ ସେମାନଙ୍କ ମଧ୍ୟରୁ ଆମ ଲତା ଦିଦି ଅନ୍ୟତମ । ଏହି ଶ୍ଲୋକକୁ ସେ ଗାଇଛନ୍ତି । ଏହା ତାଙ୍କର ଶେଷ ରେକର୍ଡ ରହିଥିଲା ବୋଲି ତାଙ୍କ ପରିବାର ମୋତେ କହିଥିଲେ । " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶ୍ଲୋକ ସେୟାର କରିବା ପରେ ଖୁବ କମ୍ ସମୟ ମଧ୍ୟରେ ଏହା ସୋସିଆଲ ମିଡିଆରେ ବେସ ଭାଇରାଲ ହୋଇଥିବା ଦେଖାଯାଇଛି ।

ଏହା ମଧ୍ୟ ପଢନ୍ତୁ: 'ରାମ ଆଏଙ୍ଗେ' ଭଜନର ଫ୍ୟାନ ହେଲେ ମୋଦି, ଗାୟିକାଙ୍କ କଲେ ଭୁରି ଭୁରି ପ୍ରଂଶସା

ମନ ମୁଗ୍ଧକର ଶ୍ଲୋକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(17 ଜାନୁଆରୀ) ସକାଳେ ଲତା ମଙ୍ଗେସକର ଗାଇଥିବା ମାତା ରାମୋ ପିତାମାତାକୁ ଶ୍ଲୋକକୁ ସେୟାର କରିଥିଲେ । ମୋଦି ସେୟାର କରିଥିବା ୟୁଟ୍ୟୁବ ଲିଙ୍କ ଅନୁସାରେ, ଏହି ଶ୍ଲୋକକୁ ବୁଦ୍ଧା କୌଶିକ ଋଷି ଲେଖିଥିଲେ । ମୟୁରେସ ପାଇଁ ଏହାକୁ କମ୍ପୋଜ କରିଥିଲେ । ପ୍ରକାଶଥାଉକି ଆସନ୍ତା ଜାନୁଆରୀ 22 ତାରିଖରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ଦେଶ ସହିତ ଅନେକ ବିଦେଶୀ ଅତିଥି ମଧ୍ୟ ଅଯୋଧ୍ୟାରେ ପହଞ୍ଚିବେ । ସମୟ ନିକଟତର ହେଉଥିବା ବେଳେ ଏହାକୁ ନେଇ ସାରା ଦେଶରେ ଉତ୍ସାହ ଓ ଉତ୍କଣ୍ଠା ବଢିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.