ETV Bharat / bharat

OTT ପ୍ଲାଟଫର୍ମରେ ନୂଆ ନିୟମ ଲାଗୁ; ଜାଣନ୍ତୁ କଣ ପଡିବ ପ୍ରଭାବ?

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ପ୍ରକାଶ ଜାଭଡେକର ଗୁରୁବାର ସୋସିଆଲ ମିଡିଆ ଓ OTT ପ୍ଲାଟଫର୍ମ ପାଇଁ ନୂଆ ନିୟମ ଜାରି କରିଥିଲେ । ତେବେ ଆସନ୍ତୁ ଜାଣିବା ନିୟମରେ କଣ ହୋଇଛି ପରିବର୍ତ୍ତନ ଓ ଏହାର ପ୍ରଭାବ କଣ ରହିବ ? ଅଧିକ ପଢନ୍ତୁ...

OTT ପ୍ଲାଟଫର୍ମରେ ନୂଆ ନିୟମ ଲାଗୁ; ଜାଣନ୍ତୁ, କଣ ପଡିବ ପ୍ରଭାବ?

author img

By

Published : Feb 26, 2021, 6:41 PM IST

ନୂଆଦିଲ୍ଲୀ: OTT ଅର୍ଥାତ ଓଭର ଦ ଟପ ମିଡିଆ ସେବା ପାଇଁ ଆଇଟି ଅଧିନିୟମ ଆଧାରରେ ନୂଆ ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର । ଗତ କିଛି ଦିନରୁ ଯେଭଳି ଭାବରେ ଓଟିଟି କଣ୍ଟେଣ୍ଟରେ ଆପତ୍ତି ଜାହିର କରାଯାଇ ଆସୁଥିଲା, ଏଥିରୁ ସ୍ପଷ୍ଟ ହୋଇଯାଇଥିଲା ଯେ ନିଶ୍ଚୟ କୌଣସି ବଡ ପରିବର୍ତ୍ତନ ହୋଇପାରେ ।

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ପ୍ରକାଶ ଜାଭଡେକର ଗୁରୁବାର ସୋସିଆଲ ମିଡିଆ ଓ OTT ପ୍ଲାଟଫର୍ମ ପାଇଁ ନୂଆ ନିୟମ ଜାରି କରିଥିଲେ । ତେବେ ଆସନ୍ତୁ ଜାଣିବା ନିୟମରେ କଣ ହୋଇଛି ପରିବର୍ତ୍ତନ ଓ ଏହାର ପ୍ରଭାବ କଣ ରହିବ ?

ଷ୍ଟ୍ରିମିଙ୍ଗ ଓ ନ୍ୟୁଜ ମିଡିଆ ଉପରେ ରହିବ କଡା ନଜର

ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମକୁ ଅଲଗା ଅଲଗା ରଖିଛନ୍ତି ସରକାର । ନୂଆ ନିୟମରେ ସରକାରୀ ଅଧିକାରୀ ସାମିଲ ହେବେ । ଏହାର ପ୍ରଭାବ ମିଡିଆର ସ୍ବାଧିନତାକୁ ସୀମିତ କରିବା ଦୃଷ୍ଟିରୁ ମଧ୍ୟ ଦେଖାଯାଇପାରେ । ଏହା ସହିତ ଏହି ନିୟମ ସେନ୍ସର ଦୃଷ୍ଟିରୁ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ । ଏହାର ଓଟିଟି ବିଷୟବସ୍ତୁ ଉପରେ ମଧ୍ୟ ପ୍ରଭାବ ପକାଇବ ।

ଆପତ୍ତିଜନକ କଣ୍ଟେଣ୍ଟ ହଟାଇବାର ସମୟସୀମା

ସବୁଠୁ ବଡ ପରିବର୍ତ୍ତନ ଏହା କି ଏବେ ଟେନଫ୍ଲିକ୍ସ ଭଳି ଓଟିଟି କମ୍ପାନୀଗୁଡିକୁ ଆପତ୍ତିଜନକ ବିଷୟବସ୍ତୁ ଗୁଡିକୁ 26 ଘଣ୍ଟା ମଧ୍ୟରେ ହଟାଇବାକୁ ପଡିବ । ଏଥିରେ ବିଷୟବସ୍ତୁ କୋର୍ଟ କିମ୍ବା ସରକାରଙ୍କ ପାଇଁ ଆପତ୍ତିଜନକ ହୋଇପାରେ । କେବଳ ଏତିକି ନୁହେଁ, ଅଶ୍ଲୀଳ କଣ୍ଟେଣ୍ଟ ପାଇଁ ଏହି ସମୟସୀମା 34 ଘଣ୍ଟା ରହିଛି । ବର୍ତ୍ତମାନସୁଦ୍ଧା ଯେଉଁ ପ୍ଲାଟଫର୍ମ ନିଜ ବିଷୟବସ୍ତୁକୁ ନେଇ ନିଜର ନିୟମ ତିଆରି କରିଛନ୍ତି ଏବେ ସେମାନଙ୍କ ପାଇଁ ନିୟମ କଡାକଡି ହୋଇଯାଇଛି । ସେହପରି ଏବେ ଟ୍ବିଟ ଓ ପୋଷ୍ଟ ଉପରେ ସରକାରଙ୍କ କଡା ନଜର ରହିବ ।

ସୋସିଆଲ ମିଡିଆକୁ ସେୟାର କରିବାକୁ ହେବ ସୂଚନା

ଏବେ ସୋସିଆଲ ମିଡିଆକୁ 72 ଘଣ୍ଟା ମଧ୍ୟରେ ନିଜର ସୂଚନା ଯାଞ୍ଚ ଅଧିକାରୀଙ୍କୁ ସେୟାର କରିବାକୁ ପଡିବ । ଏହାର ପ୍ରଭାବ ଏହା ରହିବ ଯେ ବର୍ତ୍ତମାନସୁଦ୍ଧା ଯେଉଁ ପ୍ଲାଟଫର୍ମ ସୂଚନା ସେୟାର କରିବାକୁ ନେଇ ନିଜେ ନିଷ୍ପତ୍ତି ନେଉଥିଲେ ଏବେ ସେମାନେ ସରକାରଙ୍କ ନିୟମ ଅଧିନକୁ ଆସିବେ । ସେମାନଙ୍କୁ ସୂଚନା ସେୟାର କରିବାକୁ ହିଁ ପଡିବ । ଏହାକୁ ବଡ ପଦକ୍ଷେପ ରୂପେ ଦେଖାଯାଇପାରେ ।

କମ୍ପାନୀରେ ନିଯୁକ୍ତ ହେବେ ଅନୁପାଳନ ଅଧିକାରୀ

ଏବେ କମ୍ପାନୀଗୁଡିକୁ ମୁଖ୍ୟ ଅନୁପାଳନ ଅଧିକାରୀ ନିଯୁକ୍ତ କରିବାକୁ ପଡିବ, ଯିଏ ଆଇନର କ୍ରିୟାନ୍ବୟନର ସମନ୍ବୟ ପାଇଁ କାର୍ଯ୍ୟକାରୀ ଭୂମିକା ଅର୍ଜନ କରିବେ । ଏହା ସହିତ ଏକ ଅଭିଯୋଗ ନିବାରଣ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତ କରିବାକୁ ପଡିବ । ଏହି ଅଧିକାରୀ ଭାରତୀୟ ନାଗରିକ ହୋଇଥିବା ଜରୁରୀ ।

ପ୍ରଥମେ ଉତ୍ପାଦନ କର୍ତ୍ତାଙ୍କୁ ନିଜ ପାଖରେ ସୂଚନା ରଖିବାକୁ ପଡିବ

ଆଇନ ଓ ବ୍ୟବସ୍ଥାର ସ୍ଥିତିରେ ସରକାରଙ୍କ କହିବାନୁଯାୟୀ ପ୍ଲାଟଫର୍ମକୁ ବିଷୟବସ୍ତୁ ତିଆରି କରିବାର ପୂର୍ବରୁ ପ୍ରଯୋଜକଙ୍କ ସୂଚନା ସରକାରଙ୍କୁ ଦେବାକୁ ପଡିବ । ଏହାର ସିଧା ପ୍ରଭାବ ହ୍ବାଟ୍ସଆପ, ଟେଲିଗ୍ରାମ ଭଳି ସେବାରେ ପଡିବ । ଏହାର ଏଣ୍ଡ୍‌ ଟୁ ଏଣ୍ଡ୍‌ ଏନସ୍କ୍ରିପସନ ଦୁର୍ବଳ ହୋଇଯିବାର ସ୍ଥିତି ଆସିଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.