ETV Bharat / bharat

Ordinance Row: କେଜ୍ରିଓ୍ବାଲଙ୍କୁ ସମର୍ଥନ ଜଣାଇଲେ KCR, କହିଲେ ଜରୁରୀକାଳୀନ ସ୍ଥିତିକୁ ବଳିଗଲେ ମୋଦି ସରକାର - ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର

ହାଇଦ୍ରାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କଜ୍ରିଓ୍ବାଲ । ଅପରାହ୍ନରେ ମିଳିତ ପ୍ରେସମିଟ । ଚଳିତମାସ 23 ରୁ ଦେଶବ୍ୟାପୀ ବିରୋଧୀଙ୍କ ସମର୍ଥନ ଯୋଗାଡ କରିବାରେ ଲାଗିଛି ଟିମ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

Ordinance row: KCRଙ୍କୁ ଭେଟିଲେ କେଜ୍ରିଓ୍ବାଲ

author img

By

Published : May 27, 2023, 4:54 PM IST

  • #WATCH | Hyderabad: "PM Modi must withdraw the ordinance, we demand it...this time is worse than the days of emergency, you(Centre) are not allowing a govt elected by people, to function...": Telangana CM KCR in a joint press conference with Delhi CM Arvind Kejriwal, on Centre's… pic.twitter.com/7q6wzQH0TQ

    — ANI (@ANI) May 27, 2023 " class="align-text-top noRightClick twitterSection" data=" ">

ହାଇଦ୍ରାବାଦ: ଦିଲ୍ଲୀରେ ପ୍ରଶାସନିକ ନିୟନ୍ତ୍ରଣ ପ୍ରସଙ୍ଗରେ କେନ୍ଦ୍ରୀୟ ଅଧ୍ୟାଦେଶ ବିରୋଧରେ ରାଜନୈତିକ ସମର୍ଥନ ଯୋଗାଡ ମିଶନରେ ବାହାରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ହାଇଦ୍ରାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ସାକ୍ଷାତ କରିଛନ୍ତି । କେଜ୍ରିଓ୍ବାଲଙ୍କ ସହ ତାଙ୍କର ପୁରା ଟିମ ମଧ୍ୟ ସାଙ୍ଗରେ ରହିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନଙ୍କ ସହ ଦଳର ଦୁଇ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଓ ରାଘବ ଚଡ୍ଡା ମଧ୍ୟ ଉପସ୍ଥିତ ରହିଛନ୍ତି । ପରେ ଉଭୟ ନେତା ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ।

ଏହି ସମୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଅଧ୍ୟାଦେଶକୁ ପ୍ରଧାନମନ୍ତ୍ରୀ ତୁରନ୍ତ ପ୍ରତ୍ୟାହାର କରିବା ଉଚିତ । ଏହା ଆମର ଦାବି ଅଟେ । ଏପରିକି ଏହି ସମୟ ଜରୁରୀକାଳୀନ ସ୍ଥିତିଠାରୁ ମଧ୍ୟ ବହୁତ ଖରାପ ବୋଲି କହିଛନ୍ତି କେସିଆର । ଏପରିକି ସେ ପୁଣି କହିଛନ୍ତି, ଲୋକମାନଙ୍କ ଦ୍ୱାରା ନିର୍ବାଚିତ ସରକାରଙ୍କୁ ଠିକ୍ ଭାବରେ କାର୍ଯ୍ୟକାରିବାକୁ କେନ୍ଦ୍ର ସହଯୋଗ କରୁନାହିଁ ।

କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ବିରୋଧରେ ମେ’ 23 ରୁ ଦେଶବ୍ୟାପୀ ରାଜନୈତିକ ସମର୍ଥନ ଯୋଗାଡ କରିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି କେଜ୍ରିଓ୍ବାଲ । ଏହି ମିଶନରେ ସେ ପୂର୍ବରୁ ଏକାଧିକ ଦଳର ମୁଖ୍ୟ ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରି ଆଲୋଚନା କରିସାରିଲେଣି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ନେତା ଶରଦ ପାଓ୍ବାର,ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ କେଜ୍ରିଓ୍ବାଲଙ୍କର ଏହି ପ୍ରସଙ୍ଗରେ ପୂର୍ବରୁ ସାକ୍ଷାତ ଓ ଆଲୋଚନା ହୋଇସାରିଛି । ପ୍ରାୟ ଉପରୋକ୍ତ ସମସ୍ତ ନେତା ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ସମର୍ଥନ ଘୋଷଣା କରିଛନ୍ତି ।

ଏବେ କେଜ୍ରିଓ୍ବାଲ ନିଜ ଟିମ୍‌ ସହ ଦକ୍ଷିଣ ଭାରତ ମୁହାଁ ହୋଇଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ବିଜେପି ଓ ମୋଦି ବିରୋଧୀ ନେତା ଭାବେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ସେ ମଧ୍ୟ ନୀତିଶ କୁମାରଙ୍କ ପରି ମିଳିତ ବିରୋଧୀଙ୍କୁ ତୃତୀୟ ସାମୁଖ୍ୟ ଗଠନ ପାଇଁ ଅଭିଯାନ ଆରମ୍ଭ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ତାଙ୍କ ମିଶନରେ ସାମାନ୍ୟ ଶିଥିଳତା ଆସିଥିବା ପରି ଅନୁଭବ ହୋଇଥିଲା । ଏବେ ସର୍ବୋଚ୍ଚ କୋର୍ଟରେ କେନ୍ଦ୍ର ଅଧ୍ୟଦେଶକୁ ଚ୍ୟାଲେଞ୍ଜ କରିବାକୁ ଦିଲ୍ଲୀ ସରକାର ଅପେକ୍ଷା କରିଛନ୍ତି । ଅନ୍ୟପଟେ ବିରୋଧୀଙ୍କ ସମର୍ଥନରେ ଏହି ବିଲକୁ ରାଜ୍ୟସଭାରେ ପାରିତ ନକରେଇ ଦେବା ପାଇଁ ମଧ୍ୟ କେଜ୍ରିଓ୍ବାଲ ମିଶନ ଜାରି ରଖିଛନ୍ତି ।

ଅନ୍ୟପଟେ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତା ବସିଥିବା ନୀତି ଆୟୋଗ ବୈଠକରେ 8 ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିନାହାନ୍ତି । ସେମାନଙ୍କ ମଧ୍ୟରେ ଏହି 3 ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି । କେଜ୍ରିଓ୍ବାଲଙ୍କ ଟିମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବାନ୍ତ ମାନ ହାଇଦ୍ରାବାଦ ଗସ୍ତ କରିଥିବା ବେଳେ କେସିଆର ଏହି ଗସ୍ତ ପାଇଁ ଦିଲ୍ଲୀ ଯାଇନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.