ଇସଲାମାବାଦ: ରାତି ବଢିବା ସହ ପାକିସ୍ତାନରେ ରାଜନୈତିକ ଡ୍ରାମା ମଧ୍ୟ ରୋଚକ ମୋଡ ନେବାରେ ଲାଗିଛି । ବିଳମ୍ବିତ ରାତିରେ ମଧ୍ୟ ଜାରି ରହିଛି ରାଜନୈତିକ ଉଷ୍ମତା । ଅନାସ୍ଥା ପ୍ରସ୍ତାବ ଭୋଟିଂ ଆଜି ହୋଇପାରିନଥିବା ବେଳେ ବିରୋଧୀ ତେଜିଛନ୍ତି । ଭୋଟିଂ ନହେବା ପାଇଁ ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ବିରୋଧୀ ଦାବି କରିଛନ୍ତି ।
ଇମ୍ରାନ ଖାନ କ୍ୟାବିନେଟ ବୈଠକ ପାଇଁ ନ୍ୟାସନାଲ ଆସେମ୍ବ୍ଲି ବାହାରି ସାରିଛନ୍ତି । ଅନ୍ୟପଟେ ମଧ୍ୟ ଆଜି ମଧ୍ୟରାତ୍ରରେ ପାକିସ୍ତାନ ସୁପ୍ରିମକୋର୍ଟ ଖୋଲା ରହିବା ନେଇ ସୂଚନା ମିଳିଛି । ବିଚାରପତି ଏବଂ କର୍ମଚାରୀମାନେ କୋର୍ଟରେ ପହଞ୍ଚି ସାରିଥିବା ବେଳେ ଆଉ କିଛି ସମୟ ମଧ୍ୟରେ ରିଭ୍ୟୁ ପିଟିସନ ଉପରେ ମଧ୍ୟ ଶୁଶାଣି ହେବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ