ETV Bharat / bharat

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନବେଳେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ବିରୋଧ

author img

By

Published : Aug 7, 2021, 10:21 PM IST

ମଧ୍ୟ ପ୍ରଦେଶରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାବେଳେ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ । ଅଧିକ ପଢନ୍ତୁ...

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ବେଳେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ବିରୋଧ

ଭୋପାଲ: ମଧ୍ୟପ୍ରଦେଶରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାବେଳେ କେନ୍ଦ୍ରକୃଷି ମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ବନ୍ୟା ପ୍ରଭାବିତ ଶୋପୁର ସହର ଗସ୍ତ ସମୟରେ ସ୍ଥାନୀୟ ଲୋକମାନେ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ପରେ ପୋଲିସ ସୁରକ୍ଷାରେ ମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରଦର୍ଶନ କରିଥିଲେ ।

କୃଷି ମନ୍ତ୍ରୀ କହିଛନ୍ତି, ମଧ୍ୟପ୍ରଦେଶର ଗ୍ବାଲିଅର ଏବଂ ଚାମ୍ବଲ ପରି ବନ୍ୟା ଯୋଗୁଁ ବିଶେଷ ଭାବେ ପ୍ରଭାବିତ ହୋଇଛି । ମୁଁ ପ୍ରଭାବିତ ଲୋକଙ୍କୁ ଭେଟିବା ସହ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଛି । ପ୍ରଥମେ ଯୁଦ୍ଧକାଳୀନ ଭିତ୍ତିରେ ଖାଦ୍ୟ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ସେମାନଙ୍କୁ ସାହାଯ୍ୟ କରିବାକୁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ । ମୋଦି ସରକାର ଓ ବିଜେପି ଏପରି ସ୍ଥିତିରେ ବନ୍ୟା ପୀଡିତଙ୍କ ସହ ଛିଡା ହୋଇଥିବା ସେ ଆଶ୍ବାସନା ମଧ୍ୟ ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.