ETV Bharat / bharat

Operation Kaveri: ଦିଲ୍ଲୀ ଫେରୁଛନ୍ତି ଆଉ 40 ଭାରତୀୟ, ସୁରକ୍ଷିତ ଫେରି ସାରିଲେଣି 2400

author img

By

Published : Apr 30, 2023, 4:39 PM IST

40 ଭାରତୀୟଙ୍କୁ ଧରି ଦିଲ୍ଲୀ ଫେରିଲା ଅପରେସନ କାବେରୀର ଅଷ୍ଟମ ବିମାନ । ଏବେ ସୁଦ୍ଧା ଉଦ୍ଧାର ହେଲେଣି ପ୍ରାୟ ଅଢେଇ ହଜାର ଭାରତୀୟ । ଅଧିକ ପଢନ୍ତୁ

ବାୟୁସେନା ବିମାନରେ ଦିଲ୍ଲୀ ଫେରୁଛନ୍ତି ଆଉ 40 ଭାରତୀୟ, ସୁରକ୍ଷିତ ଫେରି ସାରିଲେଣି 24 ଶହ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଥିବା ‘ଅପରେସନ କେବେରୀ’ରେ ଆଜି ଦିଲ୍ଲୀ ଫେରିଛନ୍ତି ଆଉ 40 ଭାରତୀୟ । ଆଜି (ରବିବାର) ଏହି ନାଗରିକଙ୍କୁ ସାଉଦି ଆରବିଆର ହିଦାହ ବିମାନ ବନ୍ଦରରୁ ଭାରତୀୟ ବାୟୁସେନାର ସି-130-ଜେ ବିମାନରେ ଅଣାଯାଇଛି । ଆଜି ସ୍ବଦେଶ ଫେରିବାକୁ ଥିବା ବିମାନ ଅପରେନସନର ଅଷ୍ଟମ ବିମାନ ହୋଇଥିବା ବେଳେ ଏବେ ସୁଦ୍ଧା ପ୍ରାୟ ଅଢେଇ ହଜାର ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ସାରିଲାଣି । ଆଜି ସକାଳେ ଏକ ବିମାନ 299 ଭାରତୀୟଙ୍କୁ ଧରି ବେଙ୍ଗାଲୁରୁରେ ଅବତରଣ କରିଥିଲା ।

ପ୍ରାୟ 3 ହଜାର ଭାରତୀୟଙ୍କୁ ଯୁଦ୍ଧଗ୍ରସ୍ତ ସୁଦାନରୁ ସୁରକ୍ଷିତ ଉଦ୍ଧାର କରାଯିବା ଲକ୍ଷ୍ୟରେ ଏହି ହ୍ୟୁମାନ ଇଭାକ୍ୟୁଏସନ ଅପରେସନ ଆରମ୍ଭ ହୋଇଥିଲା । ଏଥିରେ ଭାରତୀୟ ନୌସେନା ଓ ବାୟୁସେନା ସମେତ କିଛି ଘରୋଇ ଏୟାର ଲାଇନ୍ସ ମଧ୍ୟ ସାମିଲ ହୋଇଛନ୍ତି । ଏହି ଆହ୍ବାନପୂର୍ଣ୍ଣ ଅପରେସନ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଏବେ ସୁଦ୍ଧା ସ୍ବଦେଶ ଫେରିବାକୁ ଥିବା ଅବଶିଷ୍ଟ ପ୍ରାୟ 5ଶହ ଭାରତୀୟଙ୍କୁ ଫେରାଇ ଅଣାଯିବା ପରେ ଏହି ଅପରେସନକୁ ବନ୍ଦ କରାଯାଇପାରେ ।

ବିଦେଶ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ, ସୁଦାନରେ ପ୍ରାୟ 3 ହଜାର ଭାରତୀୟ ଫସି ରହିଥିବା ଦୂତାବାସ ପକ୍ଷରୁ ସୂଚନା ମିଳିଥିଲା । ଏମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିଲା ‘ଅପରେସନ କାବେରୀ’ । ବୋମା ବର୍ଷଣ କାରଣରୁ ସୁଦାନର ଏୟାରସ୍ପେସ୍‌କୁ ବନ୍ଦ ରଖାଯାଇଛି । ସମସ୍ତ ବିମାନବନ୍ଦର ବନ୍ଦ ରଖାଯିବା ସହ ଦେଶରେ ଫ୍ଲାଇଟ ଅପରେସନ ମଧ୍ୟ ବନ୍ଦ ରଖାଯାଇଛି ।

ଏପରି ସ୍ଥିତିରେ ଲୋହିତ ସାଗର ଉପକୂଳରେ ଥିବା ପଡୋଶୀ ସାଉଦି ଆରବିଆ ସହାୟତାରେ ଭାରତ ଏହି ଅପରେସନ ଜାରି ରଖିଛି । ସୁଦାନ ପୋର୍ଟରେ ଭାରତୀୟ ନୌସେନା ଜାହାଜ ‘ଆଇଏନସ ତେଗ୍‌’ ଓ ‘ଆଇଏନଏସ ସୁମେଧା’ ମୁତୟନ ହୋଇଥିବା ବେଳେ ସେଠାରୁ ଭାରତୀୟଙ୍କୁ ପ୍ରଥମେ ସାଉଦି ଆରବିଆର ହିଦାହ ବିମାନ ବନ୍ଦରକୁ ଅଣାଯାଉଛି । ସେଠାରେ ଭାରୀତୟ ବାୟୁସେନାର ଦୁଇଟି ସି-130 ଜେ ବିଶାଳ ଟ୍ରାନ୍ସପୋର୍ଟ ବିମାନ ମୁତୟନ ରହିଛି । ସେଠାରୁ ଭାରତୀୟଙ୍କୁ ସୁରକ୍ଷିତ ଦିଲ୍ଲୀ ଓ ଅନ୍ୟ ସହରକୁ ଅଣାଯାଉଛି । ଏବେ ସୁଦ୍ଧା ପ୍ରାୟ ଅଢେଇ ହଜାର ଭାରତୀୟଙ୍କୁ ଉଦ୍ଧାର କରିବାରେ ସଫଳତା ମିଳିଛି ।

ସୂଚନା ଅନୁସାରେ, ଏବେ ସୁଦ୍ଧା ସୁଦାନ ପୋର୍ଟ ଓ ଜିଦାହ ବିମାନ ବନ୍ଦରରେ ପ୍ରାୟ 5ଶହ ଭାରତୀୟ ରହିଛନ୍ତି । ସୁଦାନର ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଏବେ ସୁଦ୍ଧା କେହି ଭାରତୀୟ ଫସି ରହିନଥିବା ମଧ୍ୟ ଜଣାପଡିଛି । ଏହି ଅପରେସନ ଜାରି ରହିଥିବା ବେଳେ ଏହା ଆଗାମି ଦିନେ କିମ୍ବା 2 ଦିନ ମଧ୍ୟରେ ସଫଳତାପୂର୍ବକ ଶେଷ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.