ETV Bharat / bharat

Operation Ganga: ୩ ବାୟୁସେନା ବିମାନ ସାମିଲ, ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବ ୯ ବିମାନ

ଅପରେସନ ଗଙ୍ଗାକୁ କରାଯାଉଛି ବ୍ୟାପକ । ସାମିଲ ହେଲେ ୫ ବାୟୁସେନା ବୃହତ ବିମାନ C-17 । ଅନ୍ୟ ବେସାମରିକ ବିମାନ ମଧ୍ୟ ସାମିଲ । ଆସନ୍ତାକାଲି ଦିଲ୍ଲୀରେ ଅବତରଣ କରିବ ୯ ବିମାନ । ୪ ପୂର୍ବ-ୟୁରୋପୀୟ ରାଷ୍ଟ୍ରରେ ଅପରେସନକୁ ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି ୪ କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

Operation Ganga: ୫ ବାୟୁସେନା ବିମାନ ସାମିଲ, ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବ ୯ ବିମାନ

author img

By

Published : Mar 2, 2022, 5:17 PM IST

ନୂଆଦିଲ୍ଲୀ: ୟୁକ୍ରେନରେ ବଢୁଥିବା ଆକ୍ରମଣ ମଧ୍ୟରେ ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟାରେ ମଧ୍ୟ କଠିନତା ବଢିବାରେ ଲାଗିଛି । ଅପରେସନ ଗଙ୍ଗାକୁ ତୁରନ୍ତ ସମାପ୍ତ କରିବାରେ ବିଳମ୍ବରେ ହେଲେ ସେଠାରେ ଭାରତୀୟଙ୍କ ସୁରକ୍ଷା ନେଇ ମଧ୍ୟ ଯଥେଷ୍ଟ ଆଶଙ୍କା ରହିଛି । ଏପରି ସ୍ଥଳେ ଉଦ୍ଧାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାରେ ଲାଗିଛି ଭାରତ । ଆଜି ଭାରତୀୟ ବାୟୁସେନାର 3 ବୃହତ ପରିବହନ ବିମାନ ଗ୍ଲୋବମାଷ୍ଚର C-୧୭ ଅପରେସନରେ ସାମିଲ ହୋଇ ୟୁକ୍ରେର ପଡୋଶୀ ଦେଶକୁ ଉଡାଣ ଭରିଥିବା ବାୟୁସେନା ଉପାଧ୍ୟକ୍ଷ ଏୟାର ମାର୍ଶଲ ସନ୍ଦୀପ ସିଂ (ବୁଧବାର) କହିଛନ୍ତି।

Operation Ganga: ୫ ବାୟୁସେନା ବିମାନ ସାମିଲ, ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବ ୯ ବିମାନ
Operation Ganga: ୫ ବାୟୁସେନା ବିମାନ ସାମିଲ, ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବ ୯ ବିମାନ

ମାର୍ଶଲ ସିଂ,କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ତିନୋଟି ସି -17 ବିମାନରେ ରିଲିଫ ସାମଗ୍ରୀ ୟୁକ୍ରେନ ପାଇଁ ପଠାଯାଇଛି । ଏହି ୩ବିମାନ ତମ୍ବୁ, କମ୍ବଳ ଏବଂ ଅନ୍ୟାନ୍ୟ ମାନବିକ ସହାୟତା ସାମଗ୍ରୀ ଧରି ଗାଜିଆବାଦର ହିଣ୍ଡନ ଏୟାରବେସରୁ ଉଡାଣ ଭରିସାରିଛନ୍ତିି । ପୂର୍ବ ୟୁରୋପୀୟ ଦେଶ ରୋମାନିଆ, ପୋଲାଣ୍ଡ ଏବଂ ହଙ୍ଗେରୀରୁ ଅପରେସନ ଗଙ୍ଗାକୁ ଜାରି ରଖିଛନ୍ତି ଭାରତ । ସେଠାକାର ଏକାଧିକ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ସ୍ପାଇସଜେଟ ଇଣ୍ଡିଗୋ ଓ ଭାରତୀୟ ବାୟୁସେନା ବିମାନ ମାଧ୍ୟମରେ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ସ୍ବଦେଶ ଅଭିମୁଖେ ଅଣାଯାଉଛି ।

ସେହିପରି ଆସନ୍ତାକାଲି (ଗୁରୁବାର) ୟୁକ୍ରେନର ଏକାଧିକ ପଡୋଶୀ ରାଷ୍ଟ୍ରରୁ ୯ ବିମାନରେ ଭାରତୀୟ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବେ । ଏହି ୯ ବିମାନରେ ମୋଟ ୧୮ଶହ ଭାରତୀୟ ଛାତ୍ର ସ୍ବେଦେଶ ଫେରିବେ । ତେବେ ଏବେ ସୁଦ୍ଧା ମୋଟ ୧୬ ବିମାନରେ ଭାରତୀୟଙ୍କୁ ପ୍ରତ୍ୟାବର୍ତ୍ତନ କରାଯାଇ ସରିଛି ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଜି ଏକ ଟୁଇଟ୍‌ରେ କହିଛନ୍ତି ଯେ ଗତ 24 ଘଣ୍ଟା ମଧ୍ୟରେ ପୋଲାଣ୍ଡରୁ ପ୍ରଥମ ବିମାନ ସମେତ ୬ଟି ବିମାନ ଭାରତ ଅଭିମୁଖେ ଯାତ୍ରା କରିଛି । ଏଥିରେ ୟୁକ୍ରେନରୁ 1377 ଜଣ ଭାରତୀୟ ନାଗରିକ ଭାରତରେ ପହଞ୍ଚିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.