ETV Bharat / bharat

Operation Ajay: ଇସ୍ରାଏଲରୁ ଦିଲ୍ଲୀ ଫେରିଲେ 18 ନେପାଳ ନାଗରିକଙ୍କ ସମେତ ଆଉ 286 - ଇସ୍ରାଏଲ ଯୁଦ୍ଧ

‘ଅପରେସନ ଅଜୟ’ରେ 18 ନେପାଳ ନାଗରିକଙ୍କ ସହ ଇସ୍ରାଏଲରୁ ନୂଆଦିଲ୍ଲୀ ଫେରିଲେ ଆଉ 286 । ସ୍ଥିତି ଦେଖି ଅପରେସନରେ ବିମାନ ସଂଖ୍ୟା ବଢାଯିବା ନେଇ କହିଲେ ବିଦେଶ ରାଷ୍ଟ୍ରମନ୍ତ୍ରୀ ମୁରଲୀଧରନ । ଅଧିକ ପଢନ୍ତୁ

Operation Ajay: ସ୍ବଦେଶ ଫେରିଲେ ଆଉ 286, ରହିଛନ୍ତି 18 ନେପାଳ ନାଗିରକ

author img

By ETV Bharat Odisha Team

Published : Oct 17, 2023, 10:46 PM IST

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଭାରତୀୟଙ୍କୁ ସୁରକ୍ଷିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସରକାର ଆରମ୍ଭ କରିଥିବା ‘ଅପରେସନ ଅଜୟ’ ସଫଳତାର ସହ ଆଗକୁ ବଢୁଛି । ଆଜି ଏହି ଅପରେସନରେ 18 ନେପାଳ ନାଗରିକଙ୍କ ସମେତ ମୋଟ 286 ଜଣ ଭାରତ ଫେରିଛନ୍ତି । ଏନେଇ ବିଦେଶ ମନ୍ତ୍ରୀ ଜୟଶଙ୍କର ‘ଏକ୍ସ’ରେ ଟ୍ବିଟ କରି ସୂଚନା ଦେଇଛନ୍ତି । ଆଜି ଏହି ବିମାନ ଭାରତୀୟ ଓ ନେପାଳ ନାଗରିକଙ୍କୁ ଧରି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ ସ୍ବଦେଶ ଫେରିଥିବା ସମସ୍ତେ ଖୁସି ବ୍ୟକ୍ତ କରିବା ସହ ହାତରେ ତ୍ରିରଙ୍ଗା ଧରି ‘ଭାରତ ମାତା କି ଜୟ’ ନାରା ଦେଇଥିଲେ ।

ଆଜିକୁ ମିଶାଇ ମୋଟ 5 ଟି ବିମାନ ଏହି ଅପରେସନରେ ଭାରତୀୟଙ୍କୁ ଧରି ଫେରି ସାରିଲାଣି । ରବିବାର ଅପରେସନର 4ର୍ଥ ବିମାନରେ ଭାରତୀୟ ଦିଲ୍ଲୀରେ ପହଞ୍ଚିଥିଲେ । ଅପରେସନ ସମ୍ପର୍କରେ ସୂଚନା ଦେଇ ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ ଟ୍ବିଟରେ କହିଛନ୍ତି, ଏବେ ସୁଦ୍ଧା 5 ଟି ବିମାନରେ ଭାରତୀୟ ଫେରିଛନ୍ତି । ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ବିମାନ ନିୟୋଜିତ କରାଯାଇପାରେ ।

ତେବେ ଟେଲ-ଆଭିଭରେ ଥିବା ଭାରତୀୟ ଦୂତାବାସ ସମନ୍ବୟରେ ଏହି ହ୍ୟୁମାନ ରେସ୍କ୍ୟୁ ଅପରେସନ ଜାରି ରଖିଛି ଭାରତ । ତେବେ ସେଠାରେ ପ୍ରାୟ 18 ହଜାର ଭାରତୀୟ ଥିବା ଜଣାପଡିଛି । ଯେଉଁମାନେ ସ୍ବଦେଶ ଫେରିବାକୁ ଚାହାନ୍ତି ସେମାନେ ଦୂତାବାସ ପ୍ରକ୍ରିୟା ଅନୁସରଣ କରି ପଞ୍ଜୀକରଣ ଜାରି ରଖିଛନ୍ତି । ସେହି ଆଧାରରେ ‘ଅପରେସନ ଅଜୟ’ ମଧ୍ୟ ଆଗକୁ ବଢୁଛି । କେବଳ ନିଜ ନାଗରିକଙ୍କ ସୁରକ୍ଷା ନୁହେଁ ବରଂ ପଡୋଶୀ ପ୍ରଥମ ବିଦେଶ ନୀତିରେ ବିଶ୍ବାସ ରଖୁଥିବା ଭାରତ ନେପାଳର 18 ନାଗରିକଙ୍କୁ ଆଜି ଇସ୍ରାଏଲରୁ ଆଣାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ଅପନା ଚନ୍ଦ୍ରାଯାନ ୱେବପୋର୍ଟାଲ ଶୁଭାରମ୍ଭ: ‘ସଫଳ କାହାଣୀରୁ ପ୍ରେରଣା ପାଇଲେ ବୈଜ୍ଞାନିକ ହେବେ ଛାତ୍ରଛାତ୍ରୀ’

ଅନ୍ୟପଟେ ଇସ୍ରାଏଲ ଗାଜା ଯୁଦ୍ଧ ଆଜି 11ତମ ଦିନରେ ପହଞ୍ଚି । ହମାସର ଆକ୍ରମଣ ବନ୍ଦ ରହିଥିବା ବେଳେ ପାଲଟା ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଗାଜା ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଇସ୍ରାଏଲରେ କୌଣସି ନୂଆ ଆକ୍ରମଣ ହୋଇଥିବା ନେଇ ସୂଚନା ମଧ୍ୟ ନାହିଁ । ଯୁଦ୍ଧ ସମ୍ପର୍କରେ ଇସ୍ରାଏଲ ସରକାର ଭାରତ ସହ ଯୋଗାଯୋଗରେ ରହିଛନ୍ତି । ଭାରତ ହମାସର ଆକ୍ରମଣକୁ ନିନ୍ଦା କରିବା ସହ ଇସ୍ରାଏଲକୁ ନୈତିକ ସମର୍ଥନ ଘୋଷଣା କରିସାରିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତିନ୍ୟାହୁ ମଧ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଫୋନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କରିସାରିଛନ୍ତି । ଏପର୍ଯ୍ୟନ୍ତ କୌଣସି ଭାରତୀୟଙ୍କ ମୃତାହତ ହେବା ନେଇ ସୂଚନା ମଧ୍ୟ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.