ETV Bharat / bharat

କେବଳ ମୋଦି ସରକାର ହିଁ ଭାରତୀୟ ଯବାନଙ୍କ ପ୍ରତି ସମ୍ବେଦନଶୀଳ: JP Nadda - ଉତ୍ତର ପ୍ରଦେଶରେ ଜେପି ନଡ୍ଡା

ଉତ୍ତରାଖଣ୍ଡର ଉତ୍ତରକାଶୀରେ ନର୍ବାଚନ ପ୍ରଚାର କରୁଛନ୍ତି ବିଜେପି ମୁଖ୍ୟ ଜେପି ନଡ୍ଡା । କହିଲେ ଯବାନଙ୍କ ପାଇଁ ମୋଦି ସରକାରଙ୍କ ରହିଛି ସମ୍ବେଦନଶୀଳତା । ଉତ୍ତରାଖଣ୍ଡରେ ଜାରି ରହିଛି ମିଲିଟାରୀ ଧାମର ନିର୍ମାଣ । ମୋଦି ଶାସନରେ ଆସିଛି ଓ୍ବାନ ରାଙ୍କ, ଓ୍ବାନ ପେନସନ ଯୋଜନା । ଅଧିକ ପଢନ୍ତୁ

କେବଳ ମୋଦି ସରକାର ହିଁ ଭାରତୀୟ ଯବାନଙ୍କ ପ୍ରତି ସମ୍ବେଦନଶୀଳ: JP Nadda

author img

By

Published : Feb 6, 2022, 8:56 PM IST

ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଉତ୍ତରକାଶୀରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡା ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି, କେବଳ ଭାରତୀୟ ସେନା ପ୍ରତି ମୋଦି ସରକାରଙ୍କର ହିଁ ସମ୍ବେଦନଶୀଳତା ରହିଛି । ସେନାରେ ଓ୍ବାନ ର୍ୟାଙ୍କ ଓ୍ବାନ ପେନସନ (OROP) ମୋଦି ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଛି । ସେହିପରି ମୋଦି ସରକାରଙ୍କ ନେତୃତ୍ବରେ ଉତ୍ତରାଖଣ୍ଡରେ ମିଲିଟାରୀ ଧାମର ନିର୍ମାଣ ଜାରି ରହିଛି ବୋଲି ନଡ୍ଡା କହିଛନ୍ତି ।

ନଡ୍ଡା କହିଛନ୍ତି ବିଜେପି ସୁରକ୍ଷା ବଳ ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି । ଦୀର୍ଘଦିନ ଧରି ପଡିରହିଥିବା ଓ୍ବାନ ରାଙ୍କ ଓ୍ବାନ ପେନସନ (OROP) ଦାବି 1971-72 ରୁ ଆରମ୍ଭ ହୋଇଥିଲା । ତେବେ ଦେଶରେ ପୂର୍ବରୁ ଶାସନରେ ଥିବା କୌଣସି ସରକାର ଏହି ଦାବିକୁ ପୂରଣ କରିବା ପାଇଁ ଆଗ୍ରହ ଦେଖାଇନଥିବା ବେଳେ ମୋଦିଙ୍କ ନେତୃତ୍ବାଧୀନ ସରକାରରେ ତାହା ପୂରଣ ହୋଇଛି । ଏହି (OROP) ଯୋଜନା ବାବଦକୁ ପ୍ରଧାନମନ୍ତ୍ରୀ ମୋଦି 42,000 କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ଉତ୍ତରାଖଣ୍ଡର ୧.୧୬ ଲକ୍ଷ ସୈନିକ ଲାଭାନ୍ବିତ ହୋଇଥିବା କହିଛନ୍ତି ନଡ୍ଡା ।

ବିଜେପି ମୁଖ୍ୟ ଏହା ମଧ୍ୟ କହିଛନ୍ତି, ମୋଦିଙ୍କ ଶାସନରେ ଶହୀଦଙ୍କ ଅନୁକମ୍ପା ରାଶି 10 ଲକ୍ଷରୁ 15 ଲକ୍ଷକୁ ବୃଦ୍ଧି କରିଛି । ପାର୍ବତ୍ୟାଞ୍ଚଳ ରାଜ୍ୟମାନଙ୍କ ଭିତ୍ତିଭୂମିର ବିକାଶ ପାଇଁ ଚଳିତ ସାଧାରଣ ବଜେଟରେ ସ୍ବତନ୍ତ୍ର ଅନୁଦାନ ବ୍ୟବସ୍ଥା ମଧ୍ୟ କରାଯାଇଛି, ଯାହା ପୂର୍ବରୁ କେବେ ହୋଇନଥିଲା ବୋଲି କହିଛନ୍ତି ନଡ୍ଡା । କେବଳ ମୋଦି ୨୦୧୪ ରେ କ୍ଷମତାକୁ ଆସିବା ପରେ ଏସବୁରେ ସୁଧାର ଆସିଛି ବୋଲି ନଡ୍ଡା କହିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.