ETV Bharat / bharat

BRS ଗଠନ ପରେ ମହାରାଷ୍ଟ୍ରରେ KCRଙ୍କ ପ୍ରଥମ ସଭା, କହିଲେ କୃଷକ ସରକାର ହିଁ ରୋକିପାରିବ ଚାଷୀ ଆତ୍ମହତ୍ୟା

BRS ଗଠନ ପରେ ରାଜ୍ୟ ବାହାରେ ପ୍ରଥମ ଜନସଭାକୁ ସମ୍ବୋଧିତ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । କହିଲେ ତାଙ୍କ ଦଳ କୃଷକଙ୍କ ପାଇଁ ସମର୍ପିତ । କୃଷକ ସରକାର କ୍ଷମତାକୁ ଆସିଲେ ହିଁ ରୋକିପାରିବ ଚାଷୀ ଆତ୍ମହତ୍ୟା । ଅଧିକ ପଢନ୍ତୁ

author img

By

Published : Feb 5, 2023, 8:42 PM IST

ମହାରାଷ୍ଟ୍ରରେ କେସିଆରଙ୍କ ପ୍ରଥମ ସଭା
ମହାରାଷ୍ଟ୍ରରେ କେସିଆରଙ୍କ ପ୍ରଥମ ସଭା

ମୁମ୍ବାଇ: ଆଞ୍ଚଳିକ ଦଳକୁ ଜାତୀୟ ଦଳରେ ପରିଣତ କରି ଜାତୀୟ ରାଜନୀତିରେ ଏଣ୍ଟ୍ରି ମାରିବାକୁ ଯାଉଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଆଜି ରାଜ୍ୟ ବାହାରେ ପ୍ରଥମ ଜନସଭାକୁ ସମ୍ବୋଧିତ କରିଛନ୍ତି । ମହାରାଷ୍ଟ୍ରର ନନ୍ଦେଦରେ ସଦ୍ୟ ଗଠିତ ଭାରତ ରାଷ୍ଟ୍ର ସମିତି ଦ୍ବାରା ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି ଦଳ ମୁଖ୍ୟ କେ.ସି.ଆର । ଦେଶରେ କୃଷକ ଆତ୍ମହତ୍ୟାକୁ କେବଳ କୃଷକଙ୍କ ସରକାର ରୋକି ପାରିବ । ଦେଶରେ BRS ଏକମାତ୍ର ଦଳ ଯିଏକି ‘‘ଅବକି ବାର କିଷାନ ସରକାର’’ ବୋଲି ନାରା ଦେଇଥିବା କେ.ସି.ଆର ନିଜ ସମ୍ବୋଧନରେ କହିଛନ୍ତି ।

ସେହିପରି ସେ ଦେଶରେ କୃଷକ ଆତ୍ମହତ୍ୟା ପରି ସମ୍ବୋଦନଶୀଳ ପ୍ରସଙ୍ଗ ଉଠାଇବା ସହ ମହାରାଷ୍ଟ୍ରରେ କୃଷକ ଆତ୍ମହତ୍ୟା ମାମଲାର ସଂଖ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଥିଲେ, ଏହାଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଜୀବନ ମୃତ୍ୟୁର ପ୍ରସଙ୍ଗ । ସମସ୍ତେ ମରିବା, ହେଲେ କ’ଣ ଆତ୍ମହତ୍ୟା ପାଇଁ ଆମେ ଜନ୍ମ ନେଇଛନ୍ତି ବୋଲି KCR ପ୍ରଶ୍ନ କରିଥିଲେ । କୃଷକମାନଙ୍କୁ ସାମ୍ନାକୁ ଆସିବାକୁ ପଡିବ, ସେମାନଙ୍କ ଭାଗ୍ୟ ପରିବର୍ତ୍ତନ କରିବା ପାଇଁ ସେମାନଙ୍କୁ ଆଇନ ପ୍ରଣୟନ କରିବାକୁ ପଡିବ । ଦେଶରେ କୃଷକ ସରକାର ଗଠନ ହେଲେ ହିଁ କୃଷକ ଆତ୍ମହତ୍ୟାରେ ରୋକ ଲଗାଯାଇପାରିବ ବୋଲି ସେ ମତ ଦେଇଥିଲେ ।

ଦେଶର ମୋଟ ଲୋକସଂଖ୍ୟାର 42 ପ୍ରତିଶତ ହେଉଛନ୍ତି କୃଷକ । 16 କୋଟି ପରିବାର କୃଷକ ପୃଷ୍ଠଭୂମିରୁ ଆସୁଛନ୍ତି । ଦେଶରେ କୃଷକ ପ୍ରାୟ 50 ପ୍ରତିଶତରୁ ଅଧିକ । ଏହି ସଂଖ୍ୟା ସରକାର ଗଠନ କରିବା ପାଇଁ କିଛି କମ ସଂଖ୍ୟା ନୁହେଁ । ଦେଶ କାହିଁକି ଦୀର୍ଘ 75 ବର୍ଷର ସ୍ବାଧୀନତା ପରେ ମଧ୍ୟ ଆଶାନୁରୂପକ ପ୍ରଗତି କରିପାରିନାହିଁ ସେକଥା ଚିନ୍ତା କରିବାର ସମୟ ଆସିଛି ବୋଲି KCR କହିଥିଲେ ।

ତେଲେଙ୍ଗାନା ରାଷ୍ଟ୍ର ସମିତି ଭାରତ ରାଷ୍ଟ୍ର ସମିତି ଭାବେ ଜାତୀୟ ଦଳରେ ପରିଣତ ହେବା ପରେ ଏହା ହେଉଛି KCRଙ୍କ ପ୍ରଥମ ଜନସଭା । ଆଜି ସେ ସଭା କରିଥିବା ନନ୍ଦେଦ ହେଉଛି ମହାରାଷ୍ଟ୍ରର ଏକ ତେଲଗୁ ଭାଷାଭାଷୀ ବହୁଳ ଅଞ୍ଚଳ । ତେବେ ନିକଟରେ ଏମାନେ ତେଲେଙ୍ଗାରେ ମିଶିବା ପାଇଁ ମଧ୍ୟ ଦାବି କରିଥିବା ଖବର ସମ୍ନାକୁ ଆସିଥିଲା । ତେଣୁ ଏଠାରେ KCR ତାଙ୍କର ପ୍ରଥମ ରାଜନୈତିକ ସଭା କରିବାକୁ ସ୍ଥିର କରିଥିବା ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.