ETV Bharat / bharat

ହିମାଚଳ ଓ ଗୁଜୁରାଟରେ ବିଜେପିକୁ କେବଳ କଂଗ୍ରେସ ହିଁ ଦେଇପାରିବ ଟକ୍କର, ସମର୍ଥ ନୁହେଁ ଆମ ଆଦମୀ ପାର୍ଟି: ଆଜାଦ

ହିମାଚଳ ଓ ଗୁଜୁରାଟ ବିଧାନସଭାକୁ ନେଇ ଗୁଲାମନବୀ ଆଜାଦଙ୍କ ବଡ ବୟାନ । କହିଲେ ଭାରତୀୟ ଜନତା ପାର୍ଟିକୁ କେବଳ କଂଗ୍ରେସ ହିଁ କରିପାରିବ ମୁକାବିଲା । ବିଜେପିକୁ ସାମ୍ନା କରିବାକୁ ସକ୍ଷମ ନୁହେଁ ଆମ ଆଦମୀ ପାର୍ଟି (Ghulam nabi azad on Gujarat poll) । ଅଧିକ ପଢନ୍ତୁ

author img

By

Published : Nov 6, 2022, 10:14 PM IST

ହିମାଚଳ ଓ ଗୁଜୁରାଟରେ ବିଜେପିକୁ କେବଳ କଂଗ୍ରେସ ହିଁ ଦେଇପାରିବ ଟକ୍କର, ସମର୍ଥ ନୁହେଁ ଆମ ଆଦମୀ ପାର୍ଟି: ଆଜାଦ
ହିମାଚଳ ଓ ଗୁଜୁରାଟରେ ବିଜେପିକୁ କେବଳ କଂଗ୍ରେସ ହିଁ ଦେଇପାରିବ ଟକ୍କର, ସମର୍ଥ ନୁହେଁ ଆମ ଆଦମୀ ପାର୍ଟି: ଆଜାଦ

ଶ୍ରୀନଗର: ହିମାଚଳ ପ୍ରଦେଶ ଓ ଗୁଜୁରାଟ ବିଧାନସଭା ପ୍ରସଙ୍ଗରେ ବଡ ବୟାନ ରଖିଛନ୍ତି ନଗୁଲାମ ନବୀ ଆଜାଦ । ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ଦୁଇ ରାଜ୍ୟରେ ଭାରତୀୟ ଜନତା ପାର୍ଟିକୁ ମୁକାବିଲା କରିବା ପାଇଁ କେବଳ କଂଗ୍ରେସ ହିଁ ସକ୍ଷମ । କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି(AAP) ଉଭୟ ରାଜ୍ୟରେ ବିଜେପିକୁ ସାମ୍ନା କରିବାରେ ଆଦୌ ସକ୍ଷମ ନୁହେଁ । ଆମ ଆଦମୀ ପାର୍ଟି କେବଳ ଦିଲ୍ଲୀରେ ସୀମିତ ବୋଲି କହିଛନ୍ତି ବରିଷ୍ଠ ରାଜନେତା ତଥା ନିକଟରେ କଂଗ୍ରେସରୁ ଇସ୍ତଫା ଦେଇ ନିଜର ଏକ ନୂତନ ଦଳ ଗଠନ କରିଥିବା ଗୁଲାମନବୀ ଆଜାଦ (Ghulam nabi azad on Gujarat poll) ।

ଶ୍ରୀନଗରରେ ଖବର ସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ ଆଜାଦ କହିଛନ୍ତି,"ଯଦିଓ ମୁଁ କଂଗ୍ରେସରୁ ଇସ୍ତଫା ଦେଇଛି, ତଥାପି ମୁଁ କଂଗ୍ରେସର ଧର୍ମନିରପେକ୍ଷତା ନୀତି ବିରୁଦ୍ଧରେ ନଥିଲି । ଦଳୀୟ ବ୍ୟବସ୍ଥାର ଦୁର୍ବଳତା ଯୋଗୁ ମୁଁ କଂଗ୍ରେସ ଛାଡିଥିଲି । ତଥାପି ଗୁଜୁରାଟ ଓ ହିମାଚଳରେ କଂଗ୍ରେସ ହିଁ ଭାରତୀୟ ଜନତା ପାର୍ଟିକୁ ଚ୍ୟାଲେଞ୍ଜ କରିପାରିବ । କଂଗ୍ରେସ ହିନ୍ଦୁ, ମୁସଲମାନ ଓ ଚାଷୀଙ୍କୁ ଏକାଠି କରିବାର କ୍ଷମତା ରଖିଛି । ଅନ୍ୟପଟେ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି ଭାରତୀୟ ଜନତା ପାର୍ଟିକୁ ଚ୍ୟାଲେଞ୍ଜ କରିବାକୁ ସକ୍ଷମ ନୁହେଁ ।’’

ସେହିପରି ସେ ଆମ ଆଦମୀ ପାର୍ଟିର କାର୍ଯ୍ୟଦକ୍ଷତା ଓ କାର୍ଯ୍ୟଶୈଳୀ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଆପ ଏକ ରାଜନୈତିକ ଦଳ ଯାହା କେବଳ ଦିଲ୍ଲୀରେ ସୀମିତ । ସେମାନେ ପଞ୍ଜାବରେ ସରକାର କରିଛନ୍ତି, କିନ୍ତୁ ପଞ୍ଜାବବାସୀଙ୍କ ଆଶା ପୂରଣ କରିବା ଦିଗରେ ସଫଳ ରହିଛନ୍ତି । ଆପକୁ ପଞ୍ଜାବରେ ଦ୍ବିତୀୟ ଥର ପାଇଁ ସମର୍ଥନ ମିଳିବ ନାହିଁ ବୋଲି ସେ ମଧ୍ୟ ଆଜାଦ କହିଥିବା ଦେଖିବାକୁ ମିଳିଥିଲା ।

ସେହିପରି ସେ କାଶ୍ମୀର ପୁଣି ଥରେ ରାଜ୍ୟ ପାହ୍ୟା ଫେରି ପାଇବା ପ୍ରସଙ୍ଗରେ ମଧ୍ୟ ନିଜ ମତ ରଖି କହିଛନ୍ତି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର କିଛି ଗମ୍ଭୀରତାର ସହ ଚିନ୍ତା କୁରଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଯଦି କେନ୍ଦ୍ର ସରକାର କାଶ୍ମୀରର ରାଜ୍ୟ ପାହ୍ୟା ଫେରାଇବା ପ୍ରସଙ୍ଗରେ ପ୍ରକ୍ରିୟା ଆରମ୍ଭ କରନ୍ତି, ତେବେ ତାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହେବା ନେଇ ଆଜାଦ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.