ETV Bharat / bharat

ଗତ 24 ଘଣ୍ଟା ମଧ୍ୟରେ ତେଲେଙ୍ଗାନାରେ ମାତ୍ର 3,308 ନୂତନ ସଂକ୍ରମଣ ମାମଲା

ଗତ 24 ଘଣ୍ଟା ମଧ୍ୟରେ ତେଲେଙ୍ଗାନାରେ ମାତ୍ର 3308 ନୂତନ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏତେ କମ ସଂକ୍ରମିତଙ୍କ ସଂଖ୍ୟା ଆଶ୍ବସ୍ତି ସହ ସରକାକଙ୍କ ପାରଦର୍ଶିତା ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ....

author img

By

Published : May 22, 2021, 9:42 PM IST

ଗତ 24 ଘଣ୍ଟା ମଧ୍ୟରେ ତେଲେଙ୍ଗାନାରେ ମାତ୍ର 3,308 ନୂତନ ସଂକ୍ରମଣ ମାମଲା
ଗତ 24 ଘଣ୍ଟା ମଧ୍ୟରେ ତେଲେଙ୍ଗାନାରେ ମାତ୍ର 3,308 ନୂତନ ସଂକ୍ରମଣ ମାମଲା

ହାଇଦ୍ରାବାଦ: ଦେଶରେ ଦେଖାଯାଇଥିବା କୋଭିଡ ସଙ୍କଟ ମଧ୍ୟରେ ବିଭିନ୍ନ ରାଜ୍ୟରେ କୋଭିଡ ସଂକ୍ରମିତ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି । ତେବେ ଗତ 24 ଘଣ୍ଟା ମଧ୍ୟରେ ତେଲେଙ୍ଗାନାରେ ମାତ୍ର 3308 ନୂତନ ସଂକ୍ରମଣ ମାମଲା ସାମ୍ନକୁ ଆସୁଛି । ତେବେ ରାଜ୍ୟରେ ଅନୁରୁପ ଭାବେ 4723 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ମଧ୍ୟ ଜଣାପଡିଛି । ସେହିପର ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ 24 ଜଣ ସଂକ୍ରମିତ ପ୍ରାଣ ହରାଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି ।

ତେବେ ଆଶ୍ବସ୍ତିର ବିଷୟ ଏହା ଯେ ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ତେଲେଙ୍ଗାନାରେ ସଂକ୍ରମଣ ସଂଖ୍ୟା ଖୁବ କମ ରହିଛି । ଏହାକୁ ନେଇ ମଧ୍ୟ ସରକାରଙ୍କ ଉପରେ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଛି । ସାରା ଦେଶରେ କୋଭିଡର ଉତ୍କଟ ରୁପ ଦେଖିବାକୁ ମିଳିଥିଲେ ମଧ୍ୟ ତେଲେଙ୍ଗାନାରେ ସଂଖ୍ୟା ଏତେ କମ ହେବା ମଧ୍ୟ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । ପ୍ରକୃତ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ଢେର ଅଧିକ ବୋଲି ମଧ୍ୟ ବୋଲି ମଧ୍ୟ ଅନୁମାନ କରାଯାଉଛି , ଯାହା ସରକାରୀ ଭାବେ ପ୍ରକୃତ ସଂଖ୍ୟା ଲୁଚାଯାଉଥିବା ମଧ୍ୟଆଶଙ୍କା କରାଯାଉଛି । ତେବେ ଅନେକ କ୍ଷେତ୍ରରେ ରାଜ୍ୟ ମାନେ ମଧ୍ୟ ସେମାନଙ୍କ ମୃତ ଓ ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟା ଗୋପନିୟ ରଖୁଥିବା ମଧ୍ୟ ଅଭିଯୋଗ ଆସୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜ୍ୟ ମାନଙ୍କୁ ପ୍ରକୃତ ସଂଖ୍ୟା ଗୋପନୀୟ ନ ରଖି ପ୍ରକାଶ କରିବାକୁ ପୂର୍ବରୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇ ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.