ETV Bharat / bharat

ଆରବସାଗରରେ ONGC ହେଲିକପ୍ଟର ଦୁର୍ଘଟଣା, ୪ ମୃତ - ଓଏନଜିସି ହେଲିକପ୍ଟର

ଜରୁରୀ ଅବତରଣ ବେଳେ ଆରବସାଗରରେ ଖସିପଡିଲା ଓଏନଜିସି (Oil and Natural Gas Corporation Limited)ର ହେଲିକପ୍ଟର । ୪ ମୃତ । ଅଧିକ ପଢନ୍ତୁ

ଆରବ ସାଗରରେ ONGC ହେଲିକପ୍ଟରର ଜରୁରୀ ଅବତରଣ
ଆରବ ସାଗରରେ ONGC ହେଲିକପ୍ଟରର ଜରୁରୀ ଅବତରଣ
author img

By

Published : Jun 28, 2022, 3:13 PM IST

Updated : Jun 28, 2022, 6:55 PM IST

ମୁମ୍ବାଇ: ଓଏନଜିସି (Oil and Natural Gas Corporation Limited)ର ହେଲିକପ୍ଟର ଜରୁରୀ ଅବତରଣ ସମୟରେ ଆରବସାଗରରେ ଖସି ପଡିଛି । ଏଥିରେ ୩ ଜଣ ONGC କର୍ମଚାରୀଙ୍କ ସମେତ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଛି । ହେଲିକପ୍ଟରରେ ୭ ଜଣ ONGC କର୍ମଚାରୀ ଏବଂ ଦୁଇ ଜଣ ପାଇଲଟ ଥିଲେ । ଆଜି ମୁମ୍ବାଇସ୍ଥିତ ଆରବସାଗରରେ ONGCର ରିଗ୍ ନିକଟରେ ହେଲିକପ୍ଟରଟି ଜୁରରୀ ଅବତରଣ କରିବାବେଳେ ଏଭଳି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, ହେଲିକପ୍ଟର ମୁମ୍ବାଇ ଉପକୂଳ ଠାରୁ ପ୍ରାୟ ୫୦ ମାଇଲ ଦୂର ଆରବସାଗରରେ ONGCର ରିଗ୍ ନିକଟରେ ଜରୁରୀ ଅବତରଣ କରିବାକୁ ଚେଷ୍ଟା କରୁଥିଲା । ହେଲେ ଦୁର୍ଭାଗ୍ୟବଶତଃ ରିଗ୍ ଠାରୁ ଦେଢ କିଲୋମିଟର ଦୂରରେ ସମୁଦ୍ର ମଧ୍ୟକୁ ଖସି ପଡିଥିଲା । ଫ୍ଲୋଟର ସାହାଯ୍ୟରେ ହେଲିକପ୍ଟରରୁ ପାଇଲଟ ଓ ONGC କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଚାରିଜଣ ସଂଜ୍ଞାହୀନ ଥିଲେ । ଏହାପରେ ୪ ଜଣଙ୍କୁ ନୌସେନାର ହେଲିକପ୍ଟର ଯୋଗେ ମୁମ୍ବାଇର ଏକ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।

Last Updated : Jun 28, 2022, 6:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.