ETV Bharat / bharat

Encounter In Pulwama: କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଥିବା ଆତଙ୍କୀ ନିହତ

author img

By

Published : Feb 28, 2023, 7:23 AM IST

Updated : Feb 28, 2023, 12:00 PM IST

ପୁଲଓ୍ବାମା ଜିଲ୍ଲାରେ ଏନକାଉଣ୍ଟର ଜାରି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ । ଅଧିକ ପଢନ୍ତୁ

one terrorists killed in pulwama encounter

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଲଓ୍ବାମା ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ସେନା ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଥିବା ସୂଚନା । ଅବନ୍ତିପୋରାର ପାଡଗାମପୋରା ଅଞ୍ଚଳରେ ଆଜି(ମଙ୍ଗଳବାର) ଭୋର ସମୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଏଥିରେ ସେନା ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଥିବା କାଶ୍ମୀର ଜୋନ୍‌ ପୋଲିସ ଟ୍ବିଟ୍‌ କରି ସୂଚନା ପ୍ରଦାନ କରିଛି । ନିହତ ଆତଙ୍କବାଦୀ ଜଣକ ଗତ ରବିବାର ପୁଲଓ୍ବାମାରେ ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଥିଲା ।

କାଶ୍ମୀର ଜୋନ୍‌ ପୋଲିସର ସୂଚନା ମୁତାବକ, ''ପୁଲଓ୍ବାମା ଜିଲ୍ଲାର ଅବନ୍ତିପୋରା ଅବନ୍ତିପୋରାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି। ସୁରକ୍ଷାକର୍ମୀ ଓ ପୋଲିସ ଏଥିରେ ନିୟୋଜିତ ଅଛନ୍ତି। ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ମୃତ ଆତଙ୍କବାଦୀ ଜଣକ ଆକିବ ମୁସ୍ତାକ୍ ଭଟ । ସେ ରେଜିଷ୍ଟାନ୍ସ ଫ୍ରଣ୍ଟରେ କାର୍ଯ୍ୟକରୁଥିଲା। ସେ ପୂର୍ବରୁ ପାକିସ୍ତାନ ସ୍ଥିତ ହିଜବୁଲ ମୁଜାଉଦ୍ଦିନ ଆତଙ୍କବାଦୀ ସହ ଜଡିତ ଥିଲା। ବର୍ତ୍ତମାନ ମଧ୍ୟ ଏନକାଉଣ୍ଟର ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। ''

ଏହା ମଧ୍ୟ ପଢନ୍ତୁ-ଦେଢ ବର୍ଷର ମୃତ ଶିଶୁକୁ ମାଟି ତଳୁ କାଢି ଦୁଷ୍କର୍ମ ! ସଙ୍ଗୀନ ଅଭିଯୋଗ ଆଣିଲେ ପରିବାର

ଗତ ରବିବାର ଦିନ ଜମ୍ମୁ-କାଶ୍ମୀରର ପୁଲଓ୍ବାମା ଜିଲ୍ଲାରେ ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ଏହି ଘଟଣାର ଗୋଟିଏ ଦିନ ପରେ ସେନା ଗୁଳିରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଛି । ଅଚନ ଗ୍ରାମର କାଶିନାଥ ପଣ୍ଡିତଙ୍କ ପୁଅ ସଞ୍ଜୟ ପଣ୍ଡିତଙ୍କୁ ଆତଙ୍କୀ ଗୁଳି କରି କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଜଣାଇଥିଲେ ।

ମୃତକ ସଞ୍ଜୟ ଏକ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟରତ ଥିଲେ । ରବିବାର ଆତଙ୍କୀ ଆକ୍ରମଣ ନେଇ ଖବର ପାଇବା ପରେ ସୁରକ୍ଷାକର୍ମୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଚଳିତ ବର୍ଷ ଜମ୍ମୁ କାଶ୍ମୀରରେ ପଣ୍ଡିତଙ୍କୁ ଆତଙ୍କୀ ହତ୍ୟା କରିବାର ଏହା ପ୍ରଥମ ଘଟଣା । ଗତ ଜାନୁଆରୀ ମାସରେ ଜମ୍ମୁ କାଶ୍ମୀରର ବଡଗାମରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ସେନା ଗୁଳିରେ ଦୁଇ ଆତଙ୍କୀ ନିପାତ ହୋଇଥିଲେ । ମାଗାମ ଅଞ୍ଚଳର ରେଡବୁଗରେ ଏନକାଉଣ୍ଟର ହୋଇଥିବା କାଶ୍ମୀର ଜୋନ୍‌ ପୋଲିସ ସୂଚନା ଦେଇଥିଲା । ତେବେ କ୍ରମାଗତ ଭାବେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଚାଲିଛି । ଗୋଟିଏ ପରେ ଗୋଟିଏ ଆତଙ୍କୀଙ୍କୁ ନିପାତ କରୁଛନ୍ତି ସୁରକ୍ଷାବାହିନୀ । ଗତବର୍ଷ ଘାଟିରେ ସୁରକ୍ଷାବଳ ଗୁଳିରେ ମୋଟ 172 ଆତଙ୍କୀ ନିପାତ ହୋଇଥିଲେ ।

Last Updated : Feb 28, 2023, 12:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.