ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଥମୁନାହିଁ ଆତଙ୍କୀ କାର୍ଯ୍ୟକଳାପ । ବାରମ୍ବାର ଘାଟିରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଖବର ସାମ୍ନାକୁ ଆସୁଛି । ଶୁକ୍ରବାର ପୁଣି ଜମ୍ମୁ-କାଶ୍ମୀର ପୁଲୱାମା ଜିଲ୍ଲା ପାମ୍ପୋରାର ଲାଲପୋରା ଗାଁରେ ଏନକାଉଣ୍ଟର ହୋଇଛି । ଯେଉଁଥିରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡିଛି ।
ଜାମ୍ମୁ କାଶ୍ମରୀର ପୁଲୱାମାର ପାମ୍ପୋର ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ପୋଲିସ, ସେନା ଓ ସିଆରପିଏଫଙ୍କ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏନେଇ ଆତଙ୍କବାଦୀ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛନ୍ତି । ନିପାତ ଆତଙ୍କବାଦୀର ପରିଚୟ ମିଳିପାରି ନାହିଁ ।
ଗୁଳି ବିନିମୟରେ ଦୁଇ ଅଜଣା ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅପରେସନ ଜାରି ରହିଥିବା କହିଛନ୍ତି କାଶ୍ମୀର ଜୋନ ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ