ଶ୍ରୀନଗର: ଜାମ୍ମୁକାଶ୍ମୀର ନରଓ୍ବାଲ ଅଞ୍ଚଳରୁ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି । ଏହାସହ ପାଞ୍ଚଟି ଆଇଡି ଜବତ କରାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତେବେ ଗିରଫ ହୋଇଥିବା ଆତଙ୍କୀର ପରିଚୟ ମିଳିପାରିନାହିଁ ।
ସେହିପରି ଆଜି ସକାଳେ ଜାମ୍ମୁ କାଶ୍ମରର ଏୟାରଫୋର୍ସ ଷ୍ଟେସନରେ ବିସ୍ଫୋରଣ ହୋଇଛି । ଜାମ୍ମୁ ଏୟାରପୋର୍ଟର ଟେକ୍ନିକାଲ ଅଞ୍ଚଳରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅନୁସନ୍ଧାନକାରୀ ଦଳ ଓ ବୋମା ନିଷ୍କ୍ରିୟକାରୀ ଟିମ ପହଞ୍ଚିଛି । ବିସ୍ଫୋରଣରେ ବିଶେଷ କିଛି କ୍ଷତି ହୋଇନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ବିସ୍ଫୋରଣରେ ଗୋଟିଏ ଘରର ଛାତ ଫାଟି ଯାଇଛି । କୌଣସି ଉପକରଣର କ୍ଷତି ହୋଇନଥିବା କହିଛି ଆଇଏଏଫ । ଘଟଣାସ୍ଥଳର ସ୍ଥିତି ସମୀକ୍ଷା ପାଇଁ ଦୁଇଟି ଡ୍ରୋନ ବ୍ୟବହାର କରାଯାଇଛି ।
@ANI