କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନ ପରିସରରୁ ଶୁକ୍ରବାର ଜଣକୁ ବାନ୍ଧିଲା ପୋଲିସ । ଉକ୍ତ ସନ୍ଦିଗ୍ଧଠାରୁ ପୋଲିସ ମାରଣାସ୍ତ୍ର ଜବତ କରିଛି । ଏହି ସନ୍ଦିଗ୍ଧ ଜଣକ ମମତାଙ୍କ କାଲିଘାଟ ସ୍ଥିତ ବାସଭବନ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ତେବେ ପୋଲିସ ଉକ୍ତ ସନ୍ଦିଗ୍ଧକୁ ଗିରଫ କରିବା ପରେ ଏହାର ପଛର କାରଣ ଖୋଜିବା ଲାଗି ତାକୁ ପଚରାଉଚରା କରୁଥିବା କହିଛି ।
-
West Bengal | Kolkata Police Commissioner Vineet Goyal says, "Kolkata Police has intercepted one person, identified as Sheikh Noor Alam, near CM Mamata Banerjee’s residence while he was trying to enter the lane. One firearm, one knife & contraband substances found on him besides…
— ANI (@ANI) July 21, 2023 " class="align-text-top noRightClick twitterSection" data="
">West Bengal | Kolkata Police Commissioner Vineet Goyal says, "Kolkata Police has intercepted one person, identified as Sheikh Noor Alam, near CM Mamata Banerjee’s residence while he was trying to enter the lane. One firearm, one knife & contraband substances found on him besides…
— ANI (@ANI) July 21, 2023West Bengal | Kolkata Police Commissioner Vineet Goyal says, "Kolkata Police has intercepted one person, identified as Sheikh Noor Alam, near CM Mamata Banerjee’s residence while he was trying to enter the lane. One firearm, one knife & contraband substances found on him besides…
— ANI (@ANI) July 21, 2023
ଗିରଫ ସନ୍ଦିଗ୍ଧର ନାମ ହେଉଛି ନୁର ଆଲାମ । ପୋଲିସ ଷ୍ଟିକର ଲାଗିଥିବା ଏକ କାର ଧରି ମମତାଙ୍କ ବାସଭବନ ଭିତରକୁ ପ୍ରବେଶ କରିବା ଲାଗି ସେ ଉଦ୍ୟମ କରୁଥିଲା । ହେଲେ ଏହା ପୂର୍ବରୁ ପୋଲିସ ତାକୁ ଗିରଫ କରିଥିବା କହିଛନ୍ତି କୋଲକାତା ପୋଲିସ କମିଶନର ଭିନିଶ ଗୋୟଲ । ଉକ୍ତ ବ୍ୟକ୍ତିଠାରୁ ମାରଣାସ୍ତ୍ର, ଗଞ୍ଜେଇ ଓ BSF ଭଳି ବିଭିନ୍ନ ଏଜେନ୍ସିର କାର୍ଡ ମଧ୍ୟ ମିଳିଛି । ତେବେ ସେ ମମତାଙ୍କୁ ଭେଟିବାକୁ ଚାହୁଁଥିବା କହିଛି । ମାତ୍ର ଏଭଳି ବେଆଇନ ଭାବେ ବାସଭବନ ମଧ୍ୟକୁ ପ୍ରବେଶ ପଛରେ କଣ ଉଦ୍ଦେଶ୍ୟ ରହିଛି ସେ ନେଇ ତଦନ୍ତ ହେଉଥିବା ଗୋୟଲ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପରିସରରେ ସନ୍ଦିଗ୍ଧ ବ୍ୟକ୍ତି ଧରାପଡ଼ିବା ପରେ ଅଧିକ ସତର୍କ ହୋଇଛି ମମତାଙ୍କ ସୁରକ୍ଷାରେ ଥିବା ସ୍ପେଶିଆଲ ଟାସ୍କ ଫୋର୍ସ (STF) । ଉକ୍ତ ବ୍ୟକ୍ତିକୁ କାବୁ କରିବା ପରେ ପଚରାଉଚରା କରିଥିଲା । ଯାଞ୍ଚ ପରେ ସନ୍ଦିଗ୍ଧକୁ ଗିରଫ କରିବା ସହ ନ୍ୟାୟିକ ହେପାଜତକୁ ପଠାଇଛି । ଏହାସହିତ ସନ୍ଦିଗ୍ଧର କାରକୁ ମଧ୍ୟ ଜବତ କରାଯାଇଛି । ଟିଏମସି ଶହୀଦ ଦିବସରେ ଯୋଗ ଦେବା ଲାଗି ମମତା ବାହାରିବା ସମୟରେ ଏଭଳି ଜୋରଜବରଦସ୍ତ ବାସଭବନ ଭିତରକୁ ପ୍ରବେଶ କରୁଥିଲା ସନ୍ଦିଗ୍ଧ ।
ଶୁକ୍ରବାର କୋଲକାତାରେ ଆୟୋଜିତ ହୋଇଥିଲା ଟିଏମସିର ଶହୀଦ ଦିବସ । ଏହି ରାଲିରେ ରାଜ୍ୟରୁ ଅନେକ ଲୋକଙ୍କ ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମମତା କହିଥିଲେ, "ପ୍ରତିବର୍ଷ ଜୁଲାଇ ୨୧ ତାରିଖକୁ ଆମେ ଟିଏମସି ଶହୀଦ ଦିବସ ଭାବେ ପାଳନ କରିଥାଉ । ଏହି ଦିବସଟି ଶହୀଦ ହୋଇଥିବା ଦଳୀୟ ନେତାଙ୍କୁ ସମର୍ପିତ ।" ଏହା ପୂର୍ବରୁ ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ ମମତା ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମମତା ମଣିପୁର ଲଜ୍ଜା ଘଟଣାକୁ ନେଇ ବିଜେପି ଶାସିତ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ ।