ETV Bharat / bharat

ନଭି ମୁମ୍ବାଇରେ କୋଠା ଭାଙ୍ଗି ଜଣେ ମୃତ

ମହାରାଷ୍ଟ୍ର ନଭି ମୁମ୍ବାଇରେ ଅଘଟଣ । କୋଠା ଭାଙ୍ଗି ଜଣେ ମୃତ । ପୁରୁଣା କୋଠାକୁ ଭାଙ୍ଗିବା ବେଳେ କୋଠାର ଗୋଟିଏ ଅଂଶ ଭାଙ୍ଗିବାରୁ ଜଣେ ବ୍ୟକ୍ତିଙ୍କ ଘଟିଛି ମୃତ୍ୟୁ । ଅଧିକ ପଢନ୍ତୁ

ନଭି ମୁମ୍ବାଇରେ କୋଠା ଭାଙ୍ଗି ଜଣେ ମୃତ
ନଭି ମୁମ୍ବାଇରେ କୋଠା ଭାଙ୍ଗି ଜଣେ ମୃତ
author img

By

Published : Oct 16, 2022, 8:18 PM IST

ମୁମ୍ବାଇ: ମହାରାଷ୍ଟ୍ରର ନଭି ମୁମ୍ବାଇ ନିକଟସ୍ଥ କମୋଥେ କଲୋନୀରେ ପୁରୁଣା କୋଠା (Building collapsed at Kamothe in Navi Mumbai)କୁ ଭାଙ୍ଗିବା ସମୟରେ ଘଟିଛି ଅଘଟଣ । ଏହି କୋଠା ଭାଙ୍ଗିବା ଦ୍ବାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏହି କୋଠାଟି ବାସ ଉପଯୋଗୀ ନୁହେଁ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା (Unsafe for habitation) ।

ମିଳିଥିବା ସୂଚନା ଅନୁସାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ପେଶାରେ ଜଣେ ଡ୍ରାଇଭର । ତେବେ କମୋଥେ କଲୋନୀର ସେକ୍ଟର ୩୫ରେ ଏହି ପୁରୁଣା କୋଠାଟି ରହିଥିଲା । ମୁନିସପାଲିଟି ଏହାକୁ ବାସହୀନ ଭାବେ ଘୋଷଣା କରିବା ପରେ ଏହାକୁ ଭଙ୍ଗାଯାଉଥିଲା । ତେବେ ଏହି କାର୍ଯ୍ୟ ଜାରି ରହିଥିବା ବେଳେ କୋଠାର କିଛି ଅଂଶ ଡ୍ରାଇଭରଙ୍କ ଉପରେ ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- କେଦାରନାଥ ଯାତ୍ରାର ନୂଆ ରେକର୍ଡ, ପ୍ରଥମ ଥର ଦର୍ଶନ କଲେ ୧୫ ଲକ୍ଷ ତୀର୍ଥଯାତ୍ରୀ

ଏହି ଅଘଟଣ ରବିବାର ସନ୍ଧ୍ୟାରେ ଘଟିଛି । ସେକ୍ଟର ୩୫ର ବ୍ଲୁ ହେଭେନ ବିଲ୍ଡିଂ ଭଙ୍ଗାଯାଉଥିଲା । ଏହି କୋଠାଟି ବହୁ ଦିନ ଧରି ଅସୁରକ୍ଷିତ ଅବସ୍ଥାରେ ରହିଥିବା ବେଳେ ସେଠାରେ ରହୁଥିବା ଲୋକଙ୍କ ପାଇଁ ଏହା ବିପଦପୂର୍ଣ୍ଣ ଥିଲା । ତେବେ ଏ ନେଇ କମୋଥେ ପୋଲିସ ଷ୍ଟେସନ (Kamothe police station) ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି ।

ସୂଚନା ଥାଉ କି ଗତ ସେପ୍ଟେମ୍ବର ୨୨ ତାରିଖରେ ଉଲହାସନଗରରେ ଏକ ୫ ମହଲା ବିଶିଷ୍ଟ କୋଠାର ୪ ନମ୍ବର ମହଲାର ସ୍ଲାବ ଭାଙ୍ଗି ପଡ଼ିଥିଲା । ଏହି ଅଘଟଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରେ ଏନଡିଆରଏଫ (NDRF) ଟିମ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । ଏଥିରେ ମୃତ୍ୟୁ ଘଟିଥିବା ୪ଜଣ ହେଉଛନ୍ତି ସାଗର ଓଚାନୀ (୧୯), ରେଣୁ ଧନୱାନୀ (୫୫), ଧୋଲଦାସ ଧନୱାନୀ (୫୮) ଓ ପ୍ରିୟା ଧନୱାନୀ (୨୪) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.