ଅମୃତସର: ପାକିସ୍ତାନୀ ଚୋରାଚାଲାଣକାରୀଙ୍କୁ ନିପାତ କଲା ବିଏସଏଫ ଓ ପଞ୍ଜାବ ପୋଲିସ । ବୁଧାବର ଭାରତ ପାକିସ୍ତାନ ସୀମାରେ ବପୁଳ ପରିମାଣରେ ହେରୋଇନ ସହ ଅସ୍ତ୍ରଶସ୍ତ୍ର ଜବତ ।
ବୁଧବାର ଭାରତ ପାକିସ୍ତାନ ସାମାରେ ବିଏସଏଫ (ବୋର୍ଡର ସିକ୍ୟୁରିଟି ଫୋର୍ସ) ଓ ପଞ୍ଜାବ ପୋଲିସ ପାକିସ୍ତାନୀ ଚୋରାଚାଲାଣକାରୀଙ୍କୁ ନିପାତ କରିଛନ୍ତି । ଚୋରାଚାଲାଣ କାରୀଙ୍କ ନିକଟରୁ 22 ପ୍ୟାକେଟ ହେରୋଇନ ସହ 2 ଏକେ ରାଇଫଲସ ଓ 4 ଟି ମାଗାଜିନ ଜବତ କରିଛି ସୁରକ୍ଷାବଳ । ଭାରତ ପାକିସ୍ତାନ ସୀମାର କୋକ୍କର ଲୋପକେ ପୋଲିସ ଥାନା ଅ଼ଞ୍ଚଳରେ ଘଟିଛି ଏହି ଘଟଣା । ଏହି ଅପରେସନରେ ଜଣେ ପାକିସ୍ତାନୀ ଚୋରାଚାଲାଣକାରୀଙ୍କୁ ନିହତ କରିଛନ୍ତି ସୁରକ୍ଷାବାହିନୀ ।
ଏହି ଘଟଣାରେ ଜଣେ ଭାରତୀୟ ନାଗରିକ ମଧ୍ୟ ସଂପୃକ୍ତ ରହିଥିବା ଜଣାପଡିଛି । ପଞ୍ଜାବରେ ଆନ୍ତର୍ଜାତୀୟ ସୀମା ଦେଇ ପାକିସ୍ତାନ ପଟୁ ବିପୁଳ ପରିମାଣରେ ଚୋରା ଡ୍ରଗ୍ସ କାରବାର ଚାଲିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ