ରାୟପୁର: ସୁରକ୍ଷାବାହିନୀ ଓ ନକ୍ସଲଙ୍କ ଗୁଳି ବିନିମୟରେ ଜଣେ ନକ୍ସଲ ମୃତ । ଆଜି ସକାଳ ସମୟରେ ଦନ୍ତେଓ୍ବାଡା- ବିଜାପୁର ସୀମା ନିକଟରେ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା ।
ଏଥିରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ବେଳେ 5 କିଲୋଗ୍ରାମ ଆଇଏଡି, ଗ୍ରେନେଡ, ୱାକି ଟକି, ଅସ୍ତ୍ରଶସ୍ତ୍ର, ପାମ୍ପଲେଟ୍ ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର ଜବତ କରାଯାଇଥିବା କହିଛନ୍ତି ଦନ୍ତେଓ୍ବାଡା ପୋଲିସ ଅଧୀକ୍ଷକ ଅଭିଷେକ ପାଲାଭ । ତେବେ ଏଥିରେ କୌଣସି ସୁରକ୍ଷା ବାହିନୀର କେହି ଆହତ ହୋଇନଥିବା ଜଣାପଡିଛି ।
@ANI