ETV Bharat / bharat

ପିଲା ଚୋରି ସନ୍ଦେହରେ ଯୁବକଙ୍କୁ ପିଟିଲେ ଗାଁ ଲୋକ, ଚାଲିଗଲା ଜୀବନ - ଯୁବକଙ୍କୁ ପିଟିଲେ ଗାଁ ଲୋକ

ପିଲା ଚୋରି ସନ୍ଦେହରେ ଯୁବକଙ୍କୁ କାବୁ କରି ପିିଟିଲେ ଗାଁ ଲୋକ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଯୁବକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

mob lynching in assam
mob lynching in assam
author img

By

Published : Sep 1, 2022, 8:43 AM IST

ଗୌହାଟୀ: କିଛି ଦିନ ହେବ ଆସାମରେ ପିଲା ଚୋରି ଘଟଣା ସାମ୍ନାକୁ ଆସୁଛି । ଆସାମର ଅଲଗା ଅଲଗା ସ୍ଥାନରେ ଶିଶୁ ଚୋରିକୁ ନେଇ ଲୋକ ଭୟଭୀତ ଥିଲେ । ଧେମାଜି ଜିଲ୍ଲା ଜୋନାଇ ଅଞ୍ଚଳରେ ପିଲା ଚୋରି ହେବା ସନ୍ଦେହରେ ଏକ ଗୋଷ୍ଠୀ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ଜୋନାଇ ରାକୁଟ କୋକେ ଗାଁରେ ବୁଧବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି ।

ସୂଚନାଅନୁସାରେ ରାକୁଟ କୋକେ ଗାଁରେ ମାଆ କୋଳକୁ ଏକ ପିଲାକୁ ଜବରଦସ୍ତ ନେଇଯିବାକୁ ଜଣେ ବ୍ୟକ୍ତି ଉଦ୍ୟମ କରିଥିଲା । ଏହି ସମୟରେ ମହିଳା ଜଣଙ୍କ ଚିତ୍କାର କରିଥିଲେ । ଏହାପରେ ସ୍ଥାନୀୟ ଲୋକ ଶଦ୍ଦ ଶୁଣି ଉଠି ଆସିଥିଲେ । ମହିଳା ଜଣଙ୍କ ଚିତ୍କାର କରିବାରୁ ଯୁବକ ଜଣକ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା । ତୁରନ୍ତ ଗାଁ ଲୋକ ଯୁବକର ପିଛା କରିଥିଲେ । ଏହାପରେ ବୈକୁଣ୍ଠପୁର ଅଞ୍ଚଳରରେ ଯୁବକକୁ କାବୁ କରି ନେଇଥିଲେ ।

ଏହା ବି ପଢନ୍ତୁ...ନାବାଳିକା ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୧୫ ବର୍ଷ ଜେଲ

ଲୋକମାନେ ଯୁବକଙ୍କୁ ନିସ୍ତୁକ ମାଡ ମାରିଥିଲେ ଫଳରେ ସେ ଗୁରୁତର ହୋଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜୋନାଇ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବକଙ୍କ ପ୍ରକୃତ ପରିଚୟ ମିଳି ପାରିନାହିଁ । ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.