ETV Bharat / bharat

ଆଶ୍ଚର୍ଯ୍ୟ ! ଗୋଟିଏ ଘରର ୪ଟି ରୁମ୍ ମହାରାଷ୍ଟ୍ରରେ, ରୋଷେଇ ଘର ତେଲେଙ୍ଗାନାରେ

ଦୁଇଟି ରାଜ୍ୟରେ ଭାଗ ହୋଇଛି ଗୋଟିଏ ଘର । ଘରର ୪ଟି ରୁମ୍ ମହାରାଷ୍ଟ୍ରରେ ଓ ଆଉ ୪ଟି ରୁମ୍ ରହିଛି ତେଲେଙ୍ଗାନାରେ । ଜାଣନ୍ତୁ କେଉଁଠି ଅଛି ଏଭଳି ନିଆରା ଘର ।

author img

By

Published : Dec 17, 2022, 11:34 AM IST

Updated : Dec 17, 2022, 11:41 AM IST

ଦୁଇଟି ରାଜ୍ୟ ମଝିରେ ଗୋଟିଏ ଘର
ଦୁଇଟି ରାଜ୍ୟ ମଝିରେ ଗୋଟିଏ ଘର

ମୁମ୍ବାଇ: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଏକ ନିଆରା ଘର ରହିଛି । ଏହା ନିଆରା ଏଥିପାଇଁ, ଘରର ୪ଟି ରୁମ୍ ମହାରାଷ୍ଟ୍ର ରାଜ୍ୟରେ ଥିବାବେଳେ ଆଉ ଚାରୋଟି ରୁମ୍ ତେଲେଙ୍ଗାନାରେ ରହିଛି । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ଆପଣ ଭାବୁଥିବେ, ସତରେ କ'ଣ ଗୋଟିଏ ଘର ଏକାସାଙ୍ଗରେ ଦୁଇଟି ରାଜ୍ୟରେ ରହିପାରେ ! ହେଲେ ଏହା ପୁରା ସତ । ଉକ୍ତ ଘରଟି ଦୁଇଟି ରାଜ୍ୟର ମଝିରେ ରହିଛି (House Divided Among 2 States)। ଘରର ବେଡ୍ ରୁମ୍ ଓ ହଲ୍ ମହାରାଷ୍ଟ୍ରରେ ରହି ଥିବାବେଳେ ରୋଷେଇ ଘର ତେଲେଙ୍ଗାନା ସୀମା ଭିତରେ ଅଛି ।

ଏହି ଘର ହେଉଛି ମହାରାଷ୍ଟ୍ର ସୀମାନ୍ତ ଚନ୍ଦ୍ରପୁର ଜିଲ୍ଲାର ମହାରାଜଗୁଡା ଗ୍ରାମରେ ରହୁଥିବା ପାୱାର ପରିବାର । ଏନେଇ ଘର ମାଲିକ ଉତ୍ତମ ପାୱର କହିଛନ୍ତି, ''ଆମ ପରିବାରର ୧୨ରୁ ୧୩ ଜଣ ସଦସ୍ୟ ଅଛନ୍ତି । ମୋ ଭାଇର ୪ଟି ରୁମ ତେଲେଙ୍ଗାନା ରାଜ୍ୟରେ ରହିଛି ଓ ଆଉ ୪ଟି ମହାରାଷ୍ଟ୍ରରେ । ମୋ ରୋଷେଇ ଘର ତେଲେଙ୍ଗାନା ରାଜ୍ୟର ସୀମା ଭିତରେ ଆସୁଛି । ରୋଷେଇ ଘର ଓ ହଲ୍ ମହାରାଷ୍ଟ୍ର ସୀମାରେ ରହିିଛି । ୧୯୬୯ରେ ସୀମା ସର୍ଭେ ସମୟରେ ଆମ ଘର ଦୁଇ ରାଜ୍ୟ ମଧ୍ୟରେ ଭାଗ ହୋଇଥିବା କଥା କୁହାଯାଇଥିଲା ।'' ତେବେ ଏଥିପାଇଁ ପାୱାର ପରିବାର ସଦସ୍ୟ କୌଣସି ପ୍ରକାର ସମସ୍ୟା ସାମ୍ନା କରନ୍ତି ନାହିଁ ।

ଏହି ପରିବାର ଦୁଇଟି ଯାକ ରାଜ୍ୟକୁ ଟ୍ୟାକ୍ସ ଦିଅନ୍ତି । ଏହାସହିତ ଦୁଇ ରାଜ୍ୟର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଯୋଜନାର ମଧ୍ୟ ଲାଭ ପାଆନ୍ତି । ବର୍ଷ ବର୍ଷ ହେଲାଣି ପାୱାର ପରିବାର ଲୋକେ ଏପରି ରହିଆସୁଛନ୍ତି ।

Last Updated : Dec 17, 2022, 11:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.