ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରୁ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ନିପାତ ଆତଙ୍କବାଦୀ ହେଉଛି ହିଜବୁଲ ମୁଜାହିଦ୍ଦିନ (Hizbul Mujahideen terrorist)ର ଆତଙ୍କୀ ବୋଲି ଜଣାପଡିଛି । ଏନେଇ କାଶ୍ମୀର ଜୋନ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।
-
#KulgamEncounterUpdate: 01 #terrorist of proscribed #terror outfit HM killed. #Operation in progress. Further details shall follow.@JmuKmrPolice https://t.co/FqBjUaDAZA
— Kashmir Zone Police (@KashmirPolice) June 11, 2022 " class="align-text-top noRightClick twitterSection" data="
">#KulgamEncounterUpdate: 01 #terrorist of proscribed #terror outfit HM killed. #Operation in progress. Further details shall follow.@JmuKmrPolice https://t.co/FqBjUaDAZA
— Kashmir Zone Police (@KashmirPolice) June 11, 2022#KulgamEncounterUpdate: 01 #terrorist of proscribed #terror outfit HM killed. #Operation in progress. Further details shall follow.@JmuKmrPolice https://t.co/FqBjUaDAZA
— Kashmir Zone Police (@KashmirPolice) June 11, 2022
ସୂଚନା ଅନୁସାରେ,ଜମ୍ମୁ କାଶ୍ମୀର କୁଲଗାମର ଖାନ୍ଧିପୋରା(Khandipora area of Kulgam)ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୁରକ୍ଷାବାହିନୀଙ୍କୁ ସୂଚନା ମିଳିଥିଲା । ଏହାପରେ ପୂର୍ଣ୍ଣ ପ୍ରସ୍ତୁତି ସହ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରସେନ ଆରମ୍ଭ କରିଥିଲା ସେନା । ଫଳରେ ସୁରକ୍ଷାକର୍ମୀ ଗୁଳିରେ ଜଣେ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ନେଇ କାଶ୍ମୀର ଜୋନ ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ନିହତ ଆତଙ୍କୀ ଜଣକ ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ସଂଗଠନର ସକ୍ରିୟ ସଦସ୍ୟ ବୋଲି ଜଣାପଡିଛି ।
ସେପଟେ,ଏହା ପୂର୍ବରୁ ମଙ୍ଗଳବାର ଦିନ ଜମ୍ମୁ କାଶ୍ମୀରରେ ତିନୋଟି ଏନକାଉଣ୍ଟରରେ ୪ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା ସେନା । ନିହତ ହୋଇଥିବା ଆତଙ୍କୀଙ୍କ ମଧ୍ୟରୁ ତିନି ଜଣ ଲସ୍କର ଇ ତୋଇବା(Lashkar-e-Taiba)ର ହୋଇଥିବା ବେଳେ ଆଉ ଜଣେ ହବିଜୁଲ୍ଲା ମୁଜାହିଦ୍ଦିନର ବୋଲି ଜଣାପଡିଛି । ହନଜୁଲ୍ଲା ଓ ତୁଫାଇଲ୍ ପାକିସ୍ତାନ ଲାହୋରର ହୋଇଥିବା ବେଳେ ଇସ୍ତିହାକ୍ ଅବନ୍ତିପୋରା ଓ ନଦୀମ୍ କୁଲଗାମର ହୋଇଥିବା କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।