ETV Bharat / bharat

ଲାଗୁ ହେଉ One flat-One car: ବମ୍ବେ ହାଇକୋର୍ଟ - କାର ପାର୍କିଂ ସମସ୍ୟା

ମୁମ୍ବାଇରେ ଗୋଟିଏ ଫ୍ଲାଟରେ ରହି ଅନେକ କାର ରଖିଥିବା ବ୍ୟକ୍ତି ସାବଧାନ । ଆପଣ ଗୋଟିଏ ଫ୍ଲାଟରେ ରହି ଯଦି ଗୋଟିଏରୁ ଅଧିକ କାର କିଣିବାକୁ ଯୋଜନା କରୁଛନ୍ତି ତେବେ ଖବରଟିକୁ ନିଶ୍ଚିତ ପଢନ୍ତୁ....

ଲାଗୁ ହେଉ One flat-One car: Bombay High Court

author img

By

Published : Aug 13, 2021, 2:57 PM IST

ମୁମ୍ବାଇ: ସ୍ବପ୍ନର ନଗରୀ ମହାରାଷ୍ଟ୍ରର ମୁମ୍ବାଇରେ ବଢିବାରେ ଲାଗିଛି କାର ସଂଖ୍ୟା । ଫଳରେ କାର ପାର୍କିଂକୁ ନେଇ ଦେଖିବାକୁ ମିଳୁଛି ବଡ଼ ସମସ୍ୟା । ସ୍ଥାନ ଅଭାବରୁ କାର ମାଲିକମାନେ ରାସ୍ତାକଡ଼ରେ ପାର୍କିଂ କରୁଛନ୍ତି କାର । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବମ୍ବେ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେବା ପାଇଁ ପରାମର୍ଶ ଦେଇଛନ୍ତି । ସହରରେ ଗୋଟିଏ ଫ୍ଲାଟ ବା ଘରେ ରହୁଥିବା ଲୋକଙ୍କୁ ଗୋଟିଏ କାର ରଖିବା ପାଇଁ ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି କୋର୍ଟ କହିଛନ୍ତି ।

ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତଙ୍କ ନେତୃତ୍ବ ଖଣ୍ଡପୀଠ ଏହି ଘଟଣାର ଶୁଣାଣି କରିଛନ୍ତି । ସହରରେ ସୋସାଇଟି ଅଧିକାରୀଙ୍କ ପାର୍କିଂ କରିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନଥିଲେ ସେଠାରେ ଗୋଟିଏ ଫ୍ଲାଟରେ ରହୁଥିବା ପରିବାର ଗୋଟିଏରୁ ଅଧିକ କାର ରଖିପାରିବା ପାଇଁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି । ଏହି ସମସ୍ୟା ନେଇ ସନ୍ଦୀପ ଠାକୁର କୋର୍ଟରେ ଏକ PIL ଆବେଦନ କରି ସରକାରଙ୍କ ନିୟମକୁ ଚ୍ୟାଲେଞ୍ଜ କରାଯାଇଛି । ଡେଭଲର୍ପସ ମାନେ ପର୍ଯ୍ୟାପ୍ତ ପାର୍କିଂ ସ୍ଥଳ ନିର୍ମାଣ କରୁନଥିବାରୁ କାରକୁ ଫ୍ଲାଟ ପରିସର ମଧ୍ୟରେ ରଖାଯାଇ ପାରୁନାହିଁ । ଫଳରେ କାର ମାଲିକମାନେ ଘର ବାହାରେ କାର ରଖିବାକୁ ବାଧ୍ୟ ହେଉଛନ୍ତି ।

ସନ୍ଦୀପ ଠାକୁର ଆବେଦନରେ ଆହୁରି କହିଛନ୍ତି ଯେ ଗୋଟିଏ ପରିବାରକୁ ୪ରୁ ୫ଟା କାର ରଖିବା ପାଇଁ ଅନୁମତି ଦେବା ପୂର୍ବରୁ ପାର୍କିଂସ୍ଥାନକୁ ପ୍ରଥମେ ଯାଞ୍ଚ କରିବା ଆବଶ୍ୟକ । କାର ପାର୍କିଂ ଉପରେ ଉପଯୁକ୍ତ ନିୟମ ତିଆରି ନ କରାଗଲେ ଏହା ଅନ୍ୟାୟ ହେବ ବୋଲି ସେ କହିଥିଲେ । ଏହି ଆବେଦନ ଉପରେ ଶୁଣାଣି ସମୟରେ କୋର୍ଟ ଏହି ୱାନ ଫ୍ଲାଟ-ୱାନ କାର ନିୟମ ଲାଗୁ କରିବା ପାଇଁ କହିଛନ୍ତି ।

ରାସ୍ତା ଉପରେ ଯାନବାହନ ରହୁଥିବାରୁ ୨ ପାର୍ଶ୍ବ ରାସ୍ତାର ୩୦ ଭାଗ ପାର୍କିଂରେ ଭରି ଯାଉଛି । ତେବେ ସରକାର ଦୀର୍ଘକାଳୀନ ସୁବିଧାକୁ ନଜରରେ ରଖି ନିୟମ ତିଆରି କରିବା ଆବଶ୍ୟକ । ଏହି ଘଟଣାରେ କୋର୍ଟ ରାଜ୍ୟ ଆଇନଜୀବୀ ମନୀଷ ପାଲେଙ୍କୁ ୨ ସପ୍ତାହ ମଧ୍ୟରେ ଜବାବ ମାଗିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.